Image 1731845013

ହସ୍ପିଟାଲରେ ନିଆଁ ଲାଗି ୧୧ ଶିଶୁ ମୃତ୍ୟୁ ଘଟଣା, ଜଣାପଡିଲା ଅଗ୍ନିକାଣ୍ଡର କାରଣ

ଲକ୍ଷ୍ନୌ : ଉତ୍ତରପ୍ରଦେଶ ଝାନ୍ସି ହସ୍ପିଟାଲରେ ନିଆଁ ଲାଗିବାର କାରଣ ଜଣାପଡିଛି। ଏହି ଅଗ୍ନିକାଣ୍ଡ କୌଣସି ଷଡ଼ଯନ୍ତ୍ର କିମ୍ବା ମନୁଷ୍ୟକୃତ ନୁହେଁ, ସ୍ୱିଚବୋର୍ଡରୁ ନିଆଁ ବ୍ୟାପି ଏତେ ବଡ଼ ଅଘଟଣ ଘଟିଥିବା ପ୍ରାଥମିକ ଯାଞ୍ଚରୁ ଜଣାପଡିଛି। ଏଥିରେ କୌଣସି ଅବହେଳା କିମ୍ବା ମନୁଷ୍ୟକୃତ ହୋଇନଥିବାରୁ ଏପର୍ଯ୍ୟନ୍ତ କୌଣସି ମାମଲା ରୁଜୁ ହୋଇ ନାହିଁ ବୋଲି ଯାଞ୍ଚ କମିଟି ସୂତ୍ରରୁ ପ୍ରକାଶ ପାଇଛି । ରିପୋର୍ଟ ଅନୁସାରେ, ସୁଇଚ୍ ବୋର୍ଡରେ ସର୍ଟ ସର୍କିଟ କାରଣରୁ ହସ୍ପିଟାଲରେ ନିଆଁ ଲାଗିଥିଲା। […]

ସଂପୂର୍ଣ୍ଣ ପଢନ୍ତୁ
Image 1731826126

ମଣିପୁର ହିଂସା: ରାଜ୍ୟ ସରକାରଙ୍କୁ ୨୪ ଘଣ୍ଟାର ଅଲ୍ଟିମେଟମ୍‌ ଦେଲା ମେତେଇ ସମ୍ପ୍ରଦାୟ

ଇମ୍ଫାଲ : ମଣିପୁରରେ ପୁଣି ଉଗ୍ର ହେବାରେ ଲାଗିଛି ହିଂସା। ବ୍ୟାପକ ପୋଡାଜଳା ସାଙ୍ଗକୁ ଭଙ୍ଗାରୁଜା କରୁଛନ୍ତି ବିକ୍ଷୋଭକାରୀ। ବିଭିନ୍ନ ନେତାଙ୍କ ଘରକୁ ଉପରକୁ କରାଯାଉଛି ଆକ୍ରମଣ। ଗୋଟିଏ ସମ୍ପ୍ରଦାୟ ଅନ୍ୟ ସମ୍ପ୍ରଦାୟକୁ ହତ୍ୟା କରୁଥିବା ବେଳେ ନେତାମନ୍ତ୍ରୀଙ୍କୁ ବି ଆକ୍ରମଣ କରୁଛନ୍ତି ଉଗ୍ରବାଦୀ। ଏହି କ୍ରମରେ ମୁଖ୍ୟମନ୍ତ୍ରୀ ବିରେନ୍‌ ସିଂହଙ୍କ ଘର ଉପରକୁ ମଧ୍ୟ ଆକ୍ରମଣ କରିଛନ୍ତି। ଏହାପରେ ମେତେଇ ସମ୍ପ୍ରଦାୟର ମଣିପୁରର ନାଗରିକ ସମାଜ ଗୋଷ୍ଠୀ ରାଜ୍ୟ ସରକାରଙ୍କୁ ୨୪ ଘଣ୍ଟିଆ ଅଲ୍ଟିମେଟମ୍ ଜାରି […]

ସଂପୂର୍ଣ୍ଣ ପଢନ୍ତୁ
Image 1731762309

‘ବାଇଡେନଙ୍କ ପରି ମୋଦିଙ୍କ ମେମୋରି ଲସ୍ ହୋଇଗଲାଣି’

ମହାରାଷ୍ଟ୍ରରେ ଏକ ନିର୍ବାଚନ ରାଲିକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କଟାକ୍ଷ କରିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧି। ପ୍ରଧାନମନ୍ତ୍ରୀ ମୋଦି ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜୋ ବାଇଡେନଙ୍କ ଭଳି ସ୍ମୃତିଶକ୍ତି ହରାଇ ବସିଲେଣି। ମୋଦି ଏବେ ଆମେ ଯାହା କହୁଛୁ ତାହା କହୁଛନ୍ତି ବୋଲି ରାହୁଲ ଗାନ୍ଧି ଅଭିଯୋଗ କରିଛନ୍ତି। ସେ କହିଛନ୍ତି, ବାଇଡେନ ଯେମିତି ୟୁକ୍ରେନ ରାଷ୍ଟ୍ରପତିଙ୍କୁ ରୁଷ ରାଷ୍ଟ୍ରପତି କହୁଥିଲେ, ମୋଦି ସେମିତି ଆମ କଥାକୁ କହୁଛନ୍ତି। ରାହୁଲ ଗାନ୍ଧି କହିଛନ୍ତି, […]

ସଂପୂର୍ଣ୍ଣ ପଢନ୍ତୁ
Wre

କୋଣାର୍କ ସୂର୍ଯ୍ୟ ମନ୍ଦିର ଓ ବ୍ୟାଖ୍ୟାନ କେନ୍ଦ୍ର ପରିଦର୍ଶନ କଲେ ୧୪ଟି ଦେଶର ରାଷ୍ଟ୍ରଦୂତ

କୋଣାର୍କ ସୂର୍ଯ୍ୟ ମନ୍ଦିର ଓ ବ୍ୟାଖ୍ୟାନ କେନ୍ଦ୍ର ପରିଦର୍ଶନ କଲେ ୧୪ଟି ଦେଶର ରାଷ୍ଟ୍ରଦୂତ । ସୂର୍ଯ୍ୟ ମନ୍ଦିର କାରୁକାର୍ଯ୍ୟ ଦେଖି ସେମାନେ ଅଭିଭୂତ ହୋଇଛନ୍ତି । ୧୨ଶହ ବଢେଇ ନିହାଣ ମୁହଣରେ ପଥରକୁ ଖୋଳି ଯେଉଁ କଳା ଭାସ୍କର୍ଯ୍ୟ କରିଯାଇଛନ୍ତି, ତାହା ଚିରସ୍ମରଣୀୟ ବୋଲି ସେମାନେ ମତପ୍ରକାଶ କରିଛନ୍ତି । ରାଷ୍ଟ୍ରଦୂତଙ୍କ କୋଣାର୍କ ସୂର୍ଯ୍ୟମନ୍ଦିର ପରିଦର୍ଶନ ପାଇଁ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା ।  ଦେଢ଼ ପ୍ଲାଟୁନ […]

ସଂପୂର୍ଣ୍ଣ ପଢନ୍ତୁ
Image 1731743548

ଖତ ଗଦାରୁ ବାହାରିଲା ବିଡ଼ା ବିଡ଼ା ନୋଟ୍‌; ମା’,ପୁଅ ଅଟକ

ଖତ ଗଦାରୁ ବାହାରିଲା ବିଡ଼ା ବିଡ଼ା ଟଙ୍କା । ହାଇଦ୍ରାବାଦରୁ ଚୋରି କରି ବାଲେଶ୍ୱର କମର୍ଦ୍ଦାରେ ଟଙ୍କା ଲୁଚାଇଥିଲେ ଅଭିଯୁକ୍ତ । ମାତ୍ର ପୁଲିସ୍‌ ଖୋଜାଖୋଜି କରି ଖତ ଗଦା ସମେତ ଘରୁ ବାହାର କରିଛି ୧୪ ଲକ୍ଷ ଟଙ୍କା। ଏପରି ଏକ ଅଭାବନୀୟ ଘଟଣା ଆଜି ସକାଳେ ବାଲେଶ୍ୱର ଜିଲ୍ଲା କମର୍ଦ୍ଦା ଥାନା ବଡ଼ମନ୍ଦାରୁଣୀ ଗାଁରେ ଘଟିଛି। ବଡ଼ମନ୍ଦାରୁଣୀ ଗାଁର ରବୀନ୍ଦ୍ର ବେହେରାଙ୍କ ଘରେ ଚଢ଼ାଉ କରି ପୁଲିସ୍‌ ଏହି ଟଙ୍କା ଜବତ କରିଛି। ଏହି ଘଟଣାରେ […]

ସଂପୂର୍ଣ୍ଣ ପଢନ୍ତୁ
Indian Bison 750x430

ଡେବ୍ରିଗଡ ଅଭୟାରଣ୍ୟରେ ବିଚରଣ କରୁଛନ୍ତି ୬୫୯ ଗୟଳ

ସମ୍ବଲପୁର: ଡେବ୍ରିଗଡ଼ ଅଭୟାରଣ୍ୟରେ ଅଛନ୍ତି ୬୫୯ଟି ଗୟଳ । ୬୫୯ଟି ରୁ ୨୧୦ଟି ଗୟଳ କମ୍ ବୟସର ଅଛନ୍ତି । ଗତ ୧୨ ଏବଂ ୧୩ ତାରିଖରେ ପ୍ରଥମ ଥର ପାଇଁ ସମ୍ବଲପୁର ଡେବ୍ରିଗଡ ଅଭୟାରଣ୍ୟରେ ଗୟଳ ଗଣନା ହୋଇଥିବା ବେଳେ ଏନେଇ ସୂଚନା ଦେଇଛନ୍ତି ହୀରାକୁଦ ୱାଇଲ୍ଡ ଲାଇଫ୍ ଡିଏଫ୍ଓ । ତେବେ ୨ ଦିନ ଧରି ଡେବ୍ରିଗଡ ଅଭୟାରଣ୍ୟରେ ପ୍ରଥମ ଥର ପାଇଁ ଗୟଳ ଗଣନା କରାଯାଇଛି । ଗଣନା କହୁଛି, ସମୁଦାୟ ୬୫୯ଟି […]

ସଂପୂର୍ଣ୍ଣ ପଢନ୍ତୁ
Image 1731760465

ଜମ୍ମୁ-କଶ୍ମୀରରେ ବେକାରୀ ହାର ଦେଶରେ ସର୍ବାଧିକ

ଜମ୍ମୁ କଶ୍ମୀରରେ ବେକାରୀ ହାରରେ ବହୁମାତ୍ରାରେ ବୃଦ୍ଧି ଘଟିଛି। ଜମ୍ମୁ କଶ୍ମୀର ସରକାରଙ୍କ ନିଯୁକ୍ତି ନିର୍ଦ୍ଦେଶାଳୟ (DoE)ର ୨୦୨୪ ପ୍ରଥମ ତ୍ରୟମାସିକ ତଥ୍ୟ ଅନୁଯାୟୀ ରାଜ୍ୟରେ ୩.୫୨ ଲକ୍ଷ ଯୁବକ ବେକାର ଅଛନ୍ତି। ଏମାନଙ୍କ ମଧ୍ୟରୁ ୧.୦୯ ଲକ୍ଷ ଯୁବକ ସ୍ନାତକ ଏବଂ ସ୍ନାତକୋତ୍ତର ଶିକ୍ଷା ହାସଲ କରିଛନ୍ତି, ଯେଉଁମାନେ ରାଜ୍ୟର ସମୁଦାୟ ବେକାରୀର ୩୧ ପ୍ରତିଶତ। ସେଣ୍ଟର ଫର ମନିଟରିଂ ଇଣ୍ଡିଆନ୍ ଇକୋନୋମି (CMIE) ରିପୋର୍ଟ ଅନୁଯାୟୀ ଜମ୍ମୁ କଶ୍ମୀରରେ ବେକାରୀ ହାର ୨୩.୧ ପ୍ରତିଶତ […]

ସଂପୂର୍ଣ୍ଣ ପଢନ୍ତୁ
Chi

ତଦନ୍ତ କମିଶନ ଜଷ୍ଟିସ ଚିତ୍ତରଂଜନ ଦାଶଙ୍କ କାର୍ଯ୍ୟକାଳ ବୃଦ୍ଧି କଲେ ରାଜ୍ୟ ସରକାର

ଭୁବନେଶ୍ବର: ଭରତପୁର ଥାନାରେ ସେନା ମେଜର ଓ ତାଙ୍କ ବାନ୍ଧବୀଙ୍କୁ ପୁଲିସ ଦୁର୍ବ୍ୟବହାର ମାମଲାର ତଦନ୍ତ କରୁଥିବା ତଦନ୍ତ କମିଶନ ଜଷ୍ଟିସ ଚିତ୍ତରଂଜନ ଦାଶଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯାଇଛି। ୨୦୨୫ ଜାନୁଆରି ୩୧ ତାରିଖ ଯାଏ ଏହାକୁ ବୃଦ୍ଧି କରାଯାଇଛି। ଏନେଇ ଆଜି ରାଜ୍ୟ ସରକାରଙ୍କ ଗୃହ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ଜାରି ହୋଇଛି। ସୂଚନାଯୋଗ୍ୟ ତଦନ୍ତ କମିଶନ ଜଷ୍ଟିସ ଚିତ୍ତରଂଜନ ଦାଶଙ୍କ କାର୍ଯ୍ୟକାଳ ନଭେମ୍ବର ୨୨ ତାରିଖରେ ସରୁଥିଲା। ଭରତପୁର ମାମଲାରେ ଜଷ୍ଟିସ ଚିତ୍ତ […]

ସଂପୂର୍ଣ୍ଣ ପଢନ୍ତୁ
Minister On Omfed

ଦୁଗ୍ଧ ଚାଷୀଙ୍କୁ ମିଳିବ ପ୍ରୋତ୍ସାହନ ରାଶି: ବିକ୍ରି ହେବ ଓମଫେଡ୍ ଚକଲେଟ ସାଙ୍ଗକୁ ପାଣି

ଭୁବନେଶ୍ବର: ଖୁବ୍‌ଶୀଘ୍ର ଓଡ଼ିଶାର ଦୁଗ୍ଧ ଚାଷୀଙ୍କ ପାଇଁ ଡିବିଟି ଲାଗୁ କରାଯିବ । ଅନ୍ୟ ରାଜ୍ୟ ଭଳି ଏଣିକି ଓଡ଼ିଶାର ଦୁଗ୍ଧ ଚାଷୀଙ୍କ ଆକାଉଣ୍ଟକୁ ଯିବ ପ୍ରୋତ୍ସାହନ ରାଶି ଟଙ୍କା । ପଞ୍ଚାୟତ କ୍ଷୀର ଧାରା କେନ୍ଦ୍ରରେ କ୍ଷୀର ଦେଲେ ସିଧାସଳଖ ଡିବିଟି ମାଧ୍ୟମରେ ଦୁଗ୍ଧ ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ଯିବ । ଏନେଇ ସୂଚନା ଦେଇଛନ୍ତି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ୍ । ଏଥିସହିତ ଏଣିକି ବଜାରରେ ଓମଫେଡ୍ ଦୁଗ୍ଧ ସହିତ […]

ସଂପୂର୍ଣ୍ଣ ପଢନ୍ତୁ
Image 1731759688

ବିଜେପି-କଂଗ୍ରେସକୁ ନିର୍ବାଚନ ଆୟୋଗଙ୍କ ନୋଟିସ୍, ସୋମବାର ସୁଦ୍ଧା ଜବାବ ରଖିବାକୁ ନିର୍ଦ୍ଦେଶ

ବିଜେପି ଓ କଂଗ୍ରେସକୁ ଜବାବ ମାଗିଲେ ନିର୍ବାଚନ ଆୟୋଗ। ଜାତୀୟ ସ୍ତରରେ ଦୁଇ ପ୍ରମୁଖ ଦଳର ଷ୍ଟାର୍ ପ୍ରଚାରକ ଅମିତ ଶାହ ଏବଂ ରାହୁଲ ଗାନ୍ଧିଙ୍କ ମନ୍ତବ୍ୟକୁ ନେଇ ଦଳର ସଭାପତିମାନଙ୍କୁ ସ୍ପଷ୍ଟୀକରଣ ମାଗିଛନ୍ତି ନିର୍ବାଚନ କମିଶନ। ଆସନ୍ତା ସୋମବାର ସୁଦ୍ଧା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଏହାର ଜବାବ ଦେବେ। ନଭେମ୍ବର ୧୧ ରେ ବିଜେପି ରାହୁଲ ଗାନ୍ଧୀଙ୍କ ବିରୋଧରେ ନିର୍ବାଚନ ଆଚରଣ ସଂହିତା ଉଲ୍ଲଙ୍ଘନ କରିବାର ଅଭିଯୋଗ […]

ସଂପୂର୍ଣ୍ଣ ପଢନ୍ତୁ