ମାଟ୍ରିକ ପରୀକ୍ଷା ଅନ୍‌ଲାଇନ୍‌ ଫର୍ମ ଫିଲ୍‌ଅପ୍ ଅବଧି ବଢ଼ିଲା

  କଟକ : ମାଟ୍ରିକ ପରୀକ୍ଷା ପାଇଁ ଅନ୍‌ଲାଇନ୍‌ ଫର୍ମ ଫିଲ୍‌ଅପ୍ ଅବଧିକୁ ବଢ଼ାଇ ଦିଆଯାଇଛି। ଅକ୍ଟୋବର ୫ ତାରିଖ ପର୍ଯ୍ୟନ୍ତ ଏହି ଅବଧିକୁ ବଢ଼ାଇଛି ମାଧ୍ୟମିକ ଶିକ୍ଷା ପରିଷଦ। ଏନେଇ ଆଜି ପରିଷଦ ପକ୍ଷରୁ ପ୍ରେସ୍‌ ରିଲିଜ୍ ମାଧ୍ୟମରେ ସୂଚନା ଦିଆଯାଇଛି। ମାଟ୍ରିକ ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ପାଇଁ ଅନ୍‌ଲାଇନ୍‌ ଫର୍ମ ଫିଲ୍‌ଅପ୍ ସହିତ ମଧ୍ୟମା ପରୀକ୍ଷାର ଅଫ୍‌ଲାଇନ୍ ଫର୍ମ ଫିଲ୍‌ଅପ୍ ଅବଧିକୁ ଅକ୍ଟୋବର ୫ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିବା ବୋର୍ଡ […]

ସଂପୂର୍ଣ୍ଣ ପଢନ୍ତୁ

ଏମ୍‌ସ ଭୁବନେଶ୍ୱରକୁ ପ୍ରତିବର୍ଷ ଆସୁଛନ୍ତି ୨୫୦-୩୫୦ ନୂତନ ଶିଶୁ କର୍କଟ ରୋଗୀ : କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ

  ଭୁବନେଶ୍ୱର: ଶିଶୁ କର୍କଟ ରୋଗୀଙ୍କୁ ବିଶେଷ ଚିକିତ୍ସା ଯୋଗାଇଦେବାରେ ଏମ୍‌ସ ଭୁବନେଶ୍ୱର ହେଉଛି ରାଜ୍ୟର ଏକମାତ୍ର ସରକାରୀ ଅନୁଷ୍ଠାନ। ପ୍ରତିବର୍ଷ ଏହି ଜାତୀୟ ଅନୁଷ୍ଠାନକୁ ୨୫୦-୩୫୦ ନୂତନ ଶିଶୁ କର୍କଟ ରୋଗୀ ଚିକିତ୍ସା ନିମନ୍ତେ ଆସୁଛନ୍ତି। ବହୁମୁଖୀ ଆଭିମୁଖ୍ୟ ମାଧ୍ୟମରେ ଏମ୍‌ସ ଭୁବନେଶ୍ୱରର ମେଡିକାଲ ଅଙ୍କୋଲୋଜି/ହେମାଟୋଲୋଜି ବିଭାଗ କର୍କଟ ରୋଗରେ ପୀଡ଼ିତ ଶିଶୁମାନଙ୍କୁ ତାଲିମପ୍ରାପ୍ତ ଚିକିତ୍ସକମାନଙ୍କ ଦ୍ବାରା ସାମଗ୍ରିକ ଭାବେ ଗୁଣାତ୍ମକ ତଥା ସୁଲଭ ଚିକିତ୍ସା ଯୋଗାଇଆସୁଛି। ଶିଶୁ କର୍କଟ ସମ୍ପର୍କରେ ବ୍ୟାପକ ସ‌ଚେଚତନା ସୃଷ୍ଟି […]

ସଂପୂର୍ଣ୍ଣ ପଢନ୍ତୁ

ଖୁବ୍ ଶିଘ୍ର ଓଡ଼ିଶା ହେବ ନିଶାଡ଼ିଙ୍କ ଚରାଭୂଇଁ

  ଭୁବନେଶ୍ବର : ରାଜ୍ୟ ସରକାରଙ୍କ ଅବକାରୀ ରାଜସ୍ୱ ସଂଗ୍ରହ କରିବାର ନିଶା ଏବେ ଓଡ଼ିଶାକୁ ଖୁବକମ୍ ଦିନରେ ନିଶାଡ଼ିଙ୍କ ଚରାଭୂଇଁ କରାଇବ । ପ୍ରତିବର୍ଷ ସ୍ୱତନ୍ତ୍ର ଅବକାରୀ ନୀତି ଆଣି ମଦ କାରବାରକୁ ପ୍ରୋତ୍ସାହିତ କରୁଥିବା ରାଜ୍ୟ ସରକାରଙ୍କ ବେପରୁୱା ନୀତି ଯୋଗୁ ଓଡ଼ିଶାରେ ବ୍ରାଉନସୁଗର ଓ ଗଞ୍ଜେଇ କାରବାର ବେଲଗାମ ହେବାରେ ଲାଗିଛି । ବିଗତ ୫ବର୍ଷ ମଧ୍ୟରେ ଜବତ ବ୍ରାଉନସୁଗର ଓ ଗଞ୍ଜେଇ ପରିମାଣରେ ୮ଗୁଣ ବୃଦ୍ଧି ହୋଇଥିବାବେଳେ ଓଡ଼ିଶା କିଭଳି ଦ୍ରୁତ […]

ସଂପୂର୍ଣ୍ଣ ପଢନ୍ତୁ

ସୁନ୍ଦରଗଡ଼ରେ ସ୍କ୍ରବ୍ ଟାଇଫସର ସ୍ଥିତି ଅନୁଧ୍ୟାନ ପାଇଁ ପହଞ୍ଚିଲେ ୬ ଜଣିଆ କେନ୍ଦ୍ରୀୟ ଟିମ୍

  ସୁନ୍ଦରଗଡ଼:, ସୁନ୍ଦରଗଡ଼ରେ ସ୍କ୍ରବ୍ ଟାଇଫସର ସ୍ଥିତି ଅନୁଧ୍ୟାନ ପାଇଁ ୬ ଜଣିଆ କେନ୍ଦ୍ରୀୟ ଟିମ୍ ପହଞ୍ଚିଛନ୍ତି।। ତାଙ୍କ ସହ ରାଜ୍ଯର ୨ ଜଣ ସଦସ୍ଯ ରହିଛନ୍ତି। ଟିମ୍ ପ୍ରଥମେ ଜିଲ୍ଲା ମୁଖ୍ଯ ଚିକିତ୍ସାଧିକାରୀଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ ସମୀକ୍ଷା ବୈଠକରେ ଯୋଗ ଦେଇ ସିଡିଏମଓ ଡ. ଧରଣୀରଞ୍ଜନ ଶତପଥୀଙ୍କ ସହ ସ୍କ୍ରବ୍ ଟାଇଫସ ଉପରେ ସମୀକ୍ଷା କରିଛନ୍ତି। ଟିମରେ଼ ଡକ୍ଟର ସମୀର ଗୁଲାଟି, ପ୍ରଫେସର, ମେଡିସିନ, ଏଲଏଚଏମସି ଏବଂ ଏସଏସକେଏଚ୍, ନୂଆଦିଲ୍ଲୀ, ଡକ୍ଟର ତୁଷାର ନାଲେ, […]

ସଂପୂର୍ଣ୍ଣ ପଢନ୍ତୁ

ଲୋକସଭା ନିର୍ବାଚନ ପ୍ରଚାର ପାଇଁ ଗଡ଼କରୀଙ୍କ ରଣନୀତି

  ନୂଆଦିଲ୍ଲୀ: ଆଗାମୀ ଲୋକସଭା ନିର୍ବାଚନ ପ୍ରଚାର ନିମନ୍ତେ ତାଙ୍କ ନିର୍ବାଚନ ମଣ୍ଡଳୀ ନାଗପୁରରେ ତାଙ୍କର କୌଣସି ବ୍ୟାନର୍‌ କି, ପୋଷ୍ଟର୍‌ ଲାଗିବ ନାହିଁ ଏବଂ ଜନସାଧରଣଙ୍କୁ ଚା ମଧ୍ୟ ପିଆଇବେ ନାହିଁ ବୋଲି ଶୁକ୍ରବାର ଦିନ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ତଥା ବରିଷ୍ଠ ‘ବିଜେପି’ ନେତା ନୀତିନ ଗଡ଼କରୀ କହିଛନ୍ତି। ସେ କହିଛନ୍ତି, ଯେଉଁମାନେ ତାଙ୍କୁ ଭୋଟ୍‌ ଦେବା କଥା ଦେବେ ନ ହେଲେ ନାହିଁ। ମହାରାଷ୍ଟ୍ରର ୱାଶିମ୍‌ରେ ୩ଟି ଜାତୀୟ […]

ସଂପୂର୍ଣ୍ଣ ପଢନ୍ତୁ

ଅନ୍ୟମାନଙ୍କଠାରୁ ବାକ୍‌ସ୍ବାଧୀନତା ଶିଖିବାର ଆବଶ୍ୟକତା ନାହିଁ: ଜୟଶଙ୍କର

  ନୂଆଦିଲ୍ଲୀ: ବାକ୍‌ସ୍ବାଧୀନତା କ’ଣ ତାହା ଆମର ଅନ୍ୟମାନଙ୍କ ପାଖରୁ ଶିଖିବାର ଆବଶ୍ୟକତା ନାହିଁ ବୋଲି ଆଜି ଭାରତ ଓ କାନାଡା କୂଟନୈତିକ ତିକ୍ତତା ପ୍ରସଙ୍ଗରେ କହିବା ବ‌େଳେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର କହିଛନ୍ତି। ଏ ପ୍ରସଙ୍ଗରେ ନିଜର ବିବୃତି ଦୋହରାଇ ସେ କହିଛନ୍ତି ଯେ, ଆତଙ୍କବାଦ, ଉଗ୍ରବାଦ ଓ ହିଂସା ପ୍ରତି କାନାଡାର କୋହଳ ମନୋଭାବ ସମସ୍ୟା ସୃଷ୍ଟି କରୁଛି। ସେ କହିଛନ୍ତି, ଦେଖନ୍ତୁ, ଆମେ ଏକ ଗଣତାନ୍ତ୍ରିକ ରାଷ୍ଟ୍ର। ବାକ୍‌ସ୍ବାଧୀନତା କ’ଣ […]

ସଂପୂର୍ଣ୍ଣ ପଢନ୍ତୁ

କଂଗ୍ରେସ ଗରିବ ଲୋକଙ୍କୁ ଘୃଣା କରେ: ପ୍ରଧାନମନ୍ତ୍ରୀ ମୋଦୀ

  ବିଲାସପୁର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୫ ଦିନ ଭିତରେ ଦ୍ୱିତୀୟ ଥର ପାଇଁ ଆଜି ପୁଣି ଛତିଶଗଡ଼ ଗସ୍ତରେ ଅଛନ୍ତି। ଆଜି ବିଲାସପୁରର ସିପାଟ ରୋଡରେ ଥିବା ସାଇନ୍ସ କଲେଜ ପଡ଼ିଆରେ ପ୍ରଧାନମନ୍ତ୍ରୀ ମୋଦୀ ଏକ ନିର୍ବାଚନ ରାଲି (ପରିବର୍ତ୍ତନ ଯାତ୍ରା)ରେ ଉଦବୋଧନ ଦେଇ ଦଳର କର୍ମୀମାନଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି କରିବା ସହିତ ସେମାନଙ୍କୁ ବିଜୟର ମନ୍ତ୍ର ମଧ୍ୟ ଦେଇଥିଲେ। ଏହି ସାଧାରଣ ସଭାରେ କଂଗ୍ରେସକୁ ସମାଲୋଚନା କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ […]

ସଂପୂର୍ଣ୍ଣ ପଢନ୍ତୁ

ସହିଦ ନଗର ଶାନ୍ତିନଗର ଆବାସ ଯୋଜନା ବିବାଦ ପହଞ୍ଚିଲା ହାଇକୋର୍ଟରେ

  ଭୁବନେଶ୍ବର: ସହିଦନଗର ଶାନ୍ତିନଗର ଆବାସ ଯୋଜନାରେ ବିଡିଏ କଳିମଞ୍ଜି ପୋତିଛି। ୨୦୧୦ ମସିହାରେ (ରାଜୀବ ଆବାସ ଯୋଜନା)ରେ’ ଅଧୀନରେ ହିତାଧିକାରୀ ଚିହ୍ନଟ ହୋଇଥିଲେ ମଧ୍ୟ ବିଡିଏ ୧୩ ବର୍ଷ ପରେ ପୁନଃ ସର୍ଭେ କରି ପାଖାପାଖି ଶହେଜଣଙ୍କୁ କାଟି ଦେଇଛି। କେବଳ କାଟି ଦେଇ ନାହିଁ, ରେ’ ପାଇଁ ଯୋଗ୍ୟ ବିବେଚିତ ହେଉନଥିବା ୬୫ ଜଣଙ୍କୁ ଚିହ୍ନଟ କରିଛି। ସେମାନଙ୍କୁ ‘ନନ୍‌ ରେ’ ହିତାଧିକାରୀ କହି ଏକ ତାଲିକା ପ୍ରସ୍ତୁତ କରିଛି। ବଡ଼କଥା ହେଉଛି, ରେ’ […]

ସଂପୂର୍ଣ୍ଣ ପଢନ୍ତୁ

ପାକିସ୍ତାନକୁ ହରାଇ ଭାରତ ଜିତିଲା ସ୍ୱର୍ଣ୍ଣ

  ନୂଆଦିଲ୍ଲୀ : ଚୀନର ହାଙ୍ଗଝୌରେ ଚାଲିଥିବା ଏସୀୟ କ୍ରୀଡ଼ାର ସପ୍ତମ ଦିନରେ ଆଜି ଭାରତକୁ ମିଳିଛି ଆଉ ଏକ ସ୍ୱର୍ଣ୍ଣ। ସ୍କ୍ୱାଶ୍‌ର ପୁରୁଷ ଟିମ୍ ଇଭେଣ୍ଟରେ ପାକିସ୍ତାନକୁ ୨-୧ରେ ପରାସ୍ତ କରି ଭାରତ ଜିତିଛି ଏହି ସ୍ୱର୍ଣ୍ଣ ପଦକ। ଭାରତ ପକ୍ଷରୁ ଅଭୟ ସିଂହ ଓ ସୌରଭ ଘୋଷାଲ ଆଣିଛନ୍ତି ଏହି ଗୌରବ। ଏହି ଇଭେଣ୍ଟର ଷ୍ଟାର ହେଉଛନ୍ତି ଅଭୟ ସିଂହ। ଗୁରୁତ୍ୱପୂର୍ଣ୍ଣ ତୃତୀୟ ମ୍ୟାଚ୍‌ରେ ସେ ପାକିସ୍ତାନର ନୂର ଜମାନଙ୍କୁ ୧୧-୭, ୯-୧୧, ୭-୧୧, […]

ସଂପୂର୍ଣ୍ଣ ପଢନ୍ତୁ

ବିଶ୍ୱକପ ଆଉ ୫ ଦିନ – ଆଇସିସି ଜାରି କଲା ମାସ୍କଟ ବ୍ଲେଜ୍ ଓ ଟୋଙ୍କ୍

  ନୂଆଦିଲ୍ଲୀ : ୨୦୨୩ ବିଶ୍ୱକପ କ୍ରିକେଟକୁ ଆଉ ୫ ଦିନରୁ କମ ସମୟ ରହିଛି। ଆଜି ଆଇସିସି ବିଶ୍ୱକପ ୨୦୨୩ ଲାଗି ଦୁଇଟି ମାସ୍କଟ ଜାରି କରିଛି। ମାସ୍କଟ ଦୁଇଟିର ନାଁ ରହିଛି ବ୍ଲେଜ୍ ଓ ଟୋଙ୍କ୍। ମିଳିଥିବା ତଥ୍ୟ ଅନୁଯାୟୀ ଅକ୍ଟୋବର ୫ରୁ ଏହି ବିଶ୍ୱକପ ଆରମ୍ଭ ହୋଇ ନଭେମ୍ବର୧୯ରେ ଶେଷ ହେବ। ଏଥିରେ ବିଶ୍ୱର ୧୦ଟି ଦେଶ ଭାଗ ନେଉଛନ୍ତି। ବିଶ୍ୱକପ ୨୦୨୩ରେ ଭାଗ ନେଉଥିବା ଦେଶଗୁଡିକ ହେଉଛନ୍ତି ଆଫଗାନିସ୍ତାନ, ଅଷ୍ଟ୍ରେଲିଆ, ବାଂଲାଦେଶ, […]

ସଂପୂର୍ଣ୍ଣ ପଢନ୍ତୁ