ଚଳନ୍ତା ଗାଡ଼ିର ଡ୍ରାଇଭରଙ୍କ ଉପରେ ଗୁଳିମାଡ଼

ସୁନ୍ଦରଗଡ଼ : ଚଳନ୍ତା ଗାଡ଼ିର ଡ୍ରାଇଭରଙ୍କ ଉପରେ ଗୁଳିମାଡ଼। ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଡ୍ରାଇଭର ଭର୍ତ୍ତି। ସୁନ୍ଦରଗଡ଼ କୁତ୍ରା ଥାନା କିରିଙ୍ଗସିରାରେ ହୋଇଛି ଗୁଳିମାଡ଼। ପିକଅପ ଭ୍ୟାନ ଚଳାଇ ସୁବାସ ନାୟକ ନାମକ ଯୁବକ ଯାଉଥିବା ବେଳେ ତାଙ୍କ ଉପରେ ଫାୟାରିଂ ହୋଇଛି। କାରରେ ୪ ଜଣ ଦୁର୍ବୃତ୍ତ ଆସି ତାଙ୍କୁ ଗୁଳି କରିଛନ୍ତି। ସୁବାସଙ୍କୁ ଗୁରୁତର ଅବସ୍ତାରେ ରାଉରକେଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ବଡ଼ଗାଁ ପୋଲିସ ପହଞ୍ଚି ଛାନବିନ ଆରମ୍ଭ କରିଛି। Post […]

ସଂପୂର୍ଣ୍ଣ ପଢନ୍ତୁ

ଦୁର୍ନୀତି, ଭ୍ରଷ୍ଟାଚାର, ବ୍ୟଭିଚାର ମୁକ୍ତ ଓ ସମୃଦ୍ଧଶୀଳ ଓଡ଼ିଶା ଗଠନ ହେଉଛି ନୂତନ ବର୍ଷର ଆହ୍ୱାନ: ବିଜେପି

ଭୁବନେଶ୍ୱର: ସରିଲା ବର୍ଷ ୨୦୨୩ । ରାତି ପାହିଲେ ଇଂରାଜୀ ନୂଆବର୍ଷ-୨୦୨୪ । ଏନେଇ ସମଗ୍ର ରାଜ୍ୟବାସୀଙ୍କୁ ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଏବଂ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ।ଏହି ଅବସରରେ ମନମୋହନ ସାମଲ କହିଛନ୍ତି ଯେ, ପ୍ରାକୃତିକ ସମ୍ପଦରେ ଭରପୁର ଓଡ଼ିଶା ରାଜ୍ୟ । ଓଡ଼ିଶାର ଐତିହ୍ୟ, ସଂସ୍କୃତି, କଳା ଓ ଭାସ୍କର୍ଯ୍ୟ, ବିସ୍ତିର୍ଣ୍ଣ ବେଳାଭୂମିର ସ୍ୱତନ୍ତ୍ର ପରିଚୟ ରହିଛି କିନ୍ତୁ, ଦୁର୍ଭାଗ୍ୟର […]

ସଂପୂର୍ଣ୍ଣ ପଢନ୍ତୁ

ଘାଟିରେ ଓଲଟିଲା ପିକନିକ ବସ, ୪୫ରୁ ଅଧିକ ଯାତ୍ରୀ ଆହତ

ଗଞ୍ଜାମ: ଘାଟିରେ ଓଲଟିଲା ପିକନିକ ବସ। ଗଞ୍ଜାମ ଜିଲ୍ଲା ତପ୍ତପାଣି ଘାଟିରେ ପିକନିକ ବସ ଓଲଟି ୪୫ରୁ ଅଧିକ ଯାତ୍ରୀ ଆହତ। ୭ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସେମାନଙ୍କୁ ବ୍ରହ୍ମପୁର ଏମକେସିଜିକୁ ସ୍ଥାନାନ୍ତର କରାଯାଇଛି । ଯାଜପୁର ଜିଲ୍ଲା ଦଶରଥପୁରୁ ଜିରାଙ୍ଗ, ଦାରିଙ୍ଗିବାଡି ଯାଉଥିବା ବେଳେ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି। ତପ୍ତପାଣି ଘାଟି ଉପରେ ଭାରସାମ୍ୟ ହରାଇ ଓଲଟିପଡିଥିଲା। ବସରେ ପ୍ରାୟ ୬୦ରୁ ଅଧିକ ଲୋକ ଯାଉଥିଲେ। ଦୁର୍ଘଟଣା ପରେ ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ […]

ସଂପୂର୍ଣ୍ଣ ପଢନ୍ତୁ

ରାତି ଗୋଟାଏରୁ ହେବ ମହାପ୍ରଭୁଙ୍କ ଦର୍ଶନ

ପୁରୀ: ଇଂରାଜୀ ନୂଆ ବର୍ଷ ପାଇଁ ଚଳଚଞ୍ଚଳ ଶ୍ରୀ କ୍ଷେତ୍ର । ଶ୍ରୀମନ୍ଦିରରେ ଭକ୍ତଙ୍କ ଦର୍ଶନ ବ୍ୟବସ୍ଥାରେ କରାଯାଉଛି ଅନେକ ପରିବର୍ତ୍ତନ। ଆଜି ରାତି ଗୋଟାଏରେ ଶ୍ରୀମନ୍ଦିର ଦ୍ୱାର ଫିଟା ନୀତି କରାଯାଇ ଆରମ୍ଭ ହେବ ଦର୍ଶନ ବ୍ୟବସ୍ଥା। ମିଳିଥିବା ସୂଚନା ମୁତାବକ ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ନୂଆବର୍ଷରେ ଆଜି ରାତ୍ର ଗୋଟାଏରେ ଦ୍ୱାର ଫିଟା ଯାଇ ଦର୍ଶନ ବ୍ୟବସ୍ଥା ଆରମ୍ଭ ହେବ। ତେବେ ପୂର୍ବରୁ ମହାପ୍ରଭୁଙ୍କ ପହୁଡ ନକରିବାକୁ ନିତି ସବକମିଟି ବୈଠକରେ […]

ସଂପୂର୍ଣ୍ଣ ପଢନ୍ତୁ

ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୯ରେ ପହଞ୍ଚିଲା

ଭୁବନେଶ୍ୱର: ରାଜ୍ୟରେ ଆଜି ଆଉ ୫ ଜଣ କୋଭିଡ ଆକ୍ରାନ୍ତ ଚିହ୍ନଟ। ୫ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୯ ରେ ପହଞ୍ଚିଲା। ୧୯ ସଂକ୍ରମିତଙ୍କ ମଧ୍ୟରୁ ଜଣେ ସୁସ୍ଥ ହୋଇଥିବା ବେଳେ ବର୍ତ୍ତମାନ ରାଜ୍ୟର ସକ୍ରିୟ ସଂକ୍ରମିତ ସଂଖ୍ୟା ୧୮। ଏଣେ ଓଡ଼ିଶାରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧିକୁ ନେଇ ଜନସ୍ୱାସ୍ଥ୍ୟ ନିର୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, କୋଭିଡ ଟେଷ୍ଟିଙ୍ଗ ବଢ଼ିଛି। ସମସ୍ତେ ହୋମ […]

ସଂପୂର୍ଣ୍ଣ ପଢନ୍ତୁ

ରାଜ୍ୟ ବିଜେପିର ସଂଯୁକ୍ତା ମୋର୍ଚ୍ଚା ବୈଠକ

ଭୁବନେଶ୍ୱର: ଆଜି ରାଜ୍ୟ ବିଜେପିର ସଂଯୁକ୍ତା ମୋର୍ଚ୍ଚା ବୈଠକ ଅନୁଷ୍ଠିତ ହେଉଛି। ୨୪ ଲଢ଼େଇରେ ମୋର୍ଚ୍ଚାଗୁଡ଼ିକର ଭୂମିକା କ’ଣ ରହିବ। ଲୋକଙ୍କ ପାଖକୁ କେଉଁ ପ୍ରସଙ୍ଗ ନେଇ ବିଜେପି ଯିବ ସେନେଇ ପ୍ରସ୍ତୁତ ହେଉଛି ବ୍ଲୁ ପ୍ରିଂଟ। ରାଜ୍ୟ ବିଜେପିର କୃଷକ ମୋର୍ଚ୍ଚା, ଯୁବ ମୋର୍ଚ୍ଚା, ମହିଳା ମୋର୍ଚ୍ଚା, ଏସଟି ମୋର୍ଚ୍ଚା, ଏସି ମୋର୍ଚ୍ଚା, ଓବିସି ମୋର୍ଚ୍ଚାର ସଭାପତି ଉପସ୍ଥିତ ଅଛନ୍ତି। ରାଜ୍ୟ ବିଜେପି ସହ ପ୍ରଭାରୀ ବିଜୟପାଲ ସିଂ ତୋମାର ଏହି ବୈଠକରେ ମଧ୍ୟ […]

ସଂପୂର୍ଣ୍ଣ ପଢନ୍ତୁ

ନୂଆବର୍ଷ ଉପଲକ୍ଷେ ବାଲୁକାକଳାରେ ମହାପ୍ରଭୁ ଜଗନ୍ନାଥଙ୍କ ବଡସିଂହାର ବେଶ

ପୁରୀ: ନୂଆବର୍ଷ ଉପଲକ୍ଷେ ପୁରୀ ବେଳାଭୂମିରେ ବାଲୁକାକଳା ମାଧ୍ୟମରେ ମହାପ୍ରଭୁ ଜଗନ୍ନାଥଙ୍କ ବଡସିଂହାର ବେଶ । ଏହି ବାଲୁକା କଳାକୃତିକୁ ନିର୍ମାଣ କରିଛନ୍ତି ପ୍ରଖ୍ୟାତ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଓ ତାଙ୍କ ଛାତ୍ରଛାତ୍ରୀ । ପୁରୀ ସ୍ୱର୍ଣ୍ଣାଭ ବେଳାଭୂମିରେ ୨୫ ଫୁଟ୍ ଉଚ୍ଚତା ବିଶିଷ୍ଟ ଜଗନ୍ନାଥ ମହାପ୍ରଭୁଙ୍କ ଏହି ବିଶାଳକାୟ ପ୍ରତିକୃତିରେ ବ୍ୟବହାର ହୋଇଛି ଗେଣ୍ଡୁ, ଗୋଲାପ, ସେବତୀ ଫୁଲ ଇତ୍ୟାଦି । ବାଲୁକା କଳାରେ ମହାପ୍ରଭୁଙ୍କ ନାକଚଣା, ହୃଦୟ ପଦକ, କର ପଲ୍ଲଭ […]

ସଂପୂର୍ଣ୍ଣ ପଢନ୍ତୁ

ଜାନୁଆରୀ ୪ରୁ ଚିଲିକାରେ ବିଦେଶାଗତ ପକ୍ଷୀ ଗଣନା

ଭୁବନେଶ୍ବର: ଚିଲିକାରେ ଜାନୁୟାରୀ ୪ ତାରିଖରେ ଶୀତକାଳୀନ ପକ୍ଷୀ ଗଣନା କରାଯିବ । ଏଥି ପାଇଁ ବନବିଭାଗ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ତେବେ ସକାଳ ୬ଟାରୁ ଗଣନା କାର୍ଯ୍ୟ ଆରମ୍ଭ ହେବ। ଏଥିପାଇଁ ସ୍ୱତନ୍ତ୍ର ଟିମ୍‌ ନିଯୁକ୍ତ ହେବେ ବୋଲି ଚିଲିକା ବନ୍ୟପ୍ରାଣୀ ଡିଭିଜନ ଡିଏଫ୍‌ଓ ସୂଚନା ଦେଇଛନ୍ତି । ଚଳିତ ଶୀତ ଋତୁରେ କେତେ ପରିମାଣର ବିଦେଶୀ ପକ୍ଷୀ ଆସିଛନ୍ତି ସେସବୁ ଗଣନା କରାଯିବ । ପକ୍ଷୀ ଗଣନା କାମ ପାଇଁ […]

ସଂପୂର୍ଣ୍ଣ ପଢନ୍ତୁ

ଆମେରିକା, କାନାଡା ଓ ଲଣ୍ଡନରେ ଭାରତୀୟ ଦୂତାବାସ ଉପରକୁ ଆକ୍ରମଣ କରିଥିବା ୪୩ସନ୍ଦିଗ୍ଧଙ୍କୁ ଚିହ୍ନଟ

ନୂଆଦିଲ୍ଲୀ: ଚଳିତ ବର୍ଷ ମାର୍ଚ୍ଚ ଏବଂ ଜୁଲାଇ ମାସରେ ଆମେରିକା, ଲଣ୍ଡନ ଏବଂ କାନାଡାରେ ଭାରତୀୟ ଦୂତାବାସକୁ ଟାର୍ଗେଟ କରାଯାଇଥିଲା। ଅନୁସନ୍ଧାନକାରୀ ସଂସ୍ଥା ଏନ୍ଆଇଏ ଏପର୍ଯ୍ୟନ୍ତ ଏହି ମାମଲାରେ ୪୩ଜଣ ସନ୍ଦିଗ୍ଧଙ୍କୁ ଚିହ୍ନଟ କରିଛି। ଏହି ଘଟଣାକୁ ନେଇ ଗୃହ ମନ୍ତ୍ରାଳୟର ନିର୍ଦ୍ଦେଶରେ ଏନଆଇଏ ଏକ ମାମଲା ରୁଜୁ କରିଥିଲା। ପରେ କ୍ରାଉଡ୍ ସୋର୍ସିଂ ମାଧ୍ୟମରେ ଏନଆଇଏ ସନ୍ଦିଗ୍ଧମାନଙ୍କୁ ଚିହ୍ନଟ କରିଥିବା ଜଣାପଡ଼ିଛି। ବର୍ତ୍ତମାନ ପର୍ଯ୍ୟନ୍ତ ଭାରତରେ ୫୦ରୁ ଅଧିକ ଚଢ଼ଉ କରି ୮୦ଜଣଙ୍କୁ ପଚରାଉଚରା […]

ସଂପୂର୍ଣ୍ଣ ପଢନ୍ତୁ

ଠକେଇର ନୂଆ ଫର୍ମୁଲା, ଗର୍ଭବତୀ କରାଇଲେ ମିଳିବ ୧୩ ଲକ୍ଷ ଟଙ୍କା

ସାଇବର ଠକେଇ କଥା ପ୍ରାୟ ସମସ୍ତେ ଜାଣିଥିବେ। କିନ୍ତୁ ଏବେ ସାମ୍ନାକୁ ଆସିଛି ଠକେଇର ଏକ ନୂଆ ଫର୍ମୁଲା। ଯୁବକମାନଙ୍କୁ ଫସାଇବା ପାଇଁ ସାଇବର ଠକମାନେ ଆପଣାଇଛନ୍ତି ନୂଆ ଫଣ୍ଡା। ମହିଳାଙ୍କୁ ଗର୍ଭବତୀ କରାଇବାକୁ ଯୁବକଙ୍କୁ ଲକ୍ଷ ଲକ୍ଷ ଟଙ୍କାର କରୁଥିଲେ ଅଫର। ବିହାରରୁ ସାମ୍ନାକୁ ଆସିଛି ଏଭଳି କିଛି ଘଟଣା। ଏହି ଭିନ୍ନ ଠକ ଗ୍ୟାଙ୍ଗର ପର୍ଦ୍ଦାଫଶ କରିଛି ସାଇବର ପୁଲିସ। ଏହି ମାମଲାରେ ୮ ଜଣଙ୍କୁ ପୁଲିସ ବାନ୍ଧିଛି। ‘ଯଦି ଆପଣ ଟଙ୍କା […]

ସଂପୂର୍ଣ୍ଣ ପଢନ୍ତୁ