ପିଏମ ମୋଦୀଙ୍କ ଜନ୍ମଦିନ ପଶ୍ଚିମବଙ୍ଗରେ ‘ଅନ୍ନପୂର୍ଣ୍ଣା ଦିବସ’, ୧.୫୮ କୋଟି ମହିଳାଙ୍କୁ ମିଳିଲା ୩ ହଜାର

କୋଲକାତା: ପଶ୍ଚିମବଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନକୁ ଏଣିକି ପ୍ରତିବର୍ଷ ‘ଅନ୍ନପୂର୍ଣ୍ଣା ଦିବସ’ ଭାବେ ପାଳନ କରାଯିବ । ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଗୁରୁବାର ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଏହି ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ ରାଜ୍ୟର ମହିଳାମାନଙ୍କ ସଶକ୍ତୀକରଣ ଏବଂ ଆର୍ଥିକ ସହାୟତା ପାଇଁ ଅନ୍ନପୂର୍ଣ୍ଣା ଯୋଜନା ଅଧୀନରେ ପ୍ରାୟ ୧.୬ କୋଟି ମହିଳାଙ୍କୁ ସହାୟତା ଯୋଗାଇ ଦିଆଯାଉଛି । ମୁଖ୍ୟମନ୍ତ୍ରୀ ମହିଳାମାନଙ୍କୁ ନିଶା ନିବାରଣ ଅଭିଯାନରେ ସକ୍ରିୟ ଭୂମିକା […]

ସଂପୂର୍ଣ୍ଣ ପଢନ୍ତୁ

ମେଲୋନୀଙ୍କଠୁ ପୁତିନଙ୍କ ପର୍ଯ୍ୟନ୍ତ ସାରା ବିଶ୍ୱରୁ ଛୁଟିଛି ପ୍ରଧାନମନ୍ତ୍ରୀଙ୍କୁ ଜନ୍ମଦିନର ଶୁଭେଚ୍ଛାର ସୁଅ

ନୂଆଦିଲ୍ଲୀ: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୭ ସେପ୍ଟେମ୍ବର ଗୁରୁବାର ତାଙ୍କର ୭୬ତମ ଜନ୍ମଦିନ ପାଳନ କରିଛନ୍ତି, ଯାହା ତାଙ୍କ ସାର୍ବଜନିକ ଜୀବନ ଓ ଜନସେବାର ୨୫ ବର୍ଷ ପୂରଣ ହେବାର ଏକ ଐତିହାସିକ ଅବସର ମଧ୍ୟ। ୨୦୦୧ ମସିହାରେ ମୋଦି ଗୁଜରାଟ ମୁଖ୍ୟମନ୍ତ୍ରୀ ଭାବେ ସାମ୍ବିଧାନିକ ପଦବୀ ସମ୍ଭାଳିବାଠାରୁ ଆରମ୍ଭ କରି ଭାରତର ପ୍ରଧାନମନ୍ତ୍ରୀ ରୂପେ ଲଗାତାର ସେବା ଦେବାର ଏହି ଅବସରରେ ଦେଶ ଓ ବିଦେଶରୁ ଶୁଭେଚ୍ଛାର ସୁଅ ଛୁଟିଛି। ବୈଶ୍ୱିକ ମଞ୍ଚରେ ପ୍ରଧାନମନ୍ତ୍ରୀ […]

ସଂପୂର୍ଣ୍ଣ ପଢନ୍ତୁ

ଗଣେଶ ବିସର୍ଜନ ପାଇଁ ବେଙ୍ଗାଲୁରୁରେ ମଦକୁ ନା

ବେଙ୍ଗାଲୁରୁ: ଗଣେଶ ଚତୁର୍ଥୀ ବିସର୍ଜନ ଶୋଭାଯାତ୍ରାକୁ ଦୃଷ୍ଟିରେ ରଖି ବେଙ୍ଗାଲୁରୁରେ ମଦ ବିକ୍ରୟ ଉପରେ ଜାରି ହେଲା କଟକଣା। ସହରର କିଛି ନିର୍ଦ୍ଦିଷ୍ଟ ଅଞ୍ଚଳରେ ମଦ ବିକ୍ରୟ ଉପରେ କଟକଣା ଲାଗୁ ଜାରି କରାଯାଇଛି। ସେପ୍ଟେମ୍ବର ୧୬ରୁ ୨୦ ତାରିଖ ପର୍ଯ୍ୟନ୍ତ ପର୍ଯ୍ୟାୟକ୍ରମେ ଏହି ନିଷେଧାଦେଶ ଲାଗୁ ହେବ।ସୂଚନା ଅନୁଯାୟୀ, CL-୪ (କ୍ଲବ ଲାଇସେନ୍ସ) ଏବଂ CL-୬(A) (ଷ୍ଟାର ହୋଟେଲ ଲାଇସେନ୍ସ) ଅଧୀନରେ ଥିବା ପ୍ରତିଷ୍ଠାନକୁ ବାଦ ଦେଲେ ଅନ୍ୟ ମଦ ଦୋକାନରେ ମଦ ବିକ୍ରୟ ବନ୍ଦ […]

ସଂପୂର୍ଣ୍ଣ ପଢନ୍ତୁ

ନିଟ୍‌ ପରୀକ୍ଷା ଖୁବ୍‌ଶୀଘ୍ର କମ୍ପ୍ୟୁଟର ଆଧାରିତ କରାଯିବ: ଏନ୍‌ଟିଏ ଡିଜି

ନୂଆଦିଲ୍ଲୀ: ମେଡିକାଲ ପ୍ରବେଶିକା ପରୀକ୍ଷା (ନିଟ୍) ଖୁବ୍‌ ଶୀଘ୍ର କମ୍ପ୍ୟୁଟର ଆଧାରିତ ପରୀକ୍ଷା (ସିବିଟି) ମୋଡ୍‌କୁ ପରିବର୍ତ୍ତିତ ହେବ ବୋଲି ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ମହାନିର୍ଦ୍ଦେଶକ (ଡିଜି) ଅଭିଷେକ୍‌ ସିଂହ କହିଛନ୍ତି। ଏହାକୁ ଭବିଷ୍ୟତ ବୋଲି ଦର୍ଶାଇ ସିଂହ କହିଥିଲେ, ନିଟ୍‌ ବ୍ୟତୀତ ଆମର ସମସ୍ତ ପରୀକ୍ଷା ସିବିଟି ମାଧ୍ୟମରେ ହେଉଛି। ନିଟ୍‌ କ୍ଷେତ୍ରରେ ମଧ୍ୟ ଆମେ ଖୁବ୍‌ ଶୀଘ୍ର ସମାନ ପଦକ୍ଷେପ ଗ୍ରହଣ କରିବୁ ବୋଲି ସେ କହିଛନ୍ତି। ଏନ୍‌ଟିଏ ଡିଜି କହିଛନ୍ତି, ନନ୍ଦନ […]

ସଂପୂର୍ଣ୍ଣ ପଢନ୍ତୁ

ବ୍ରିକ୍ସ ସମ୍ମିଳନୀ ଉଦ୍‌ଯାପିତ: ସର୍ବସମ୍ମତ ନୂଆଦିଲ୍ଲୀ ଘୋଷଣାନାମା ଗୃହୀତ

ନୂଆଦିଲ୍ଲୀ: ନୂଆଦିଲ୍ଲୀସ୍ଥିତ ପ୍ରସିଦ୍ଧ ଭାରତ ମଣ୍ଡପମ୍ ପରିସରରେ ଅନୁଷ୍ଠିତ ୧୮ତମ ବ୍ରିକ୍ସ ଶିଖର ସମ୍ମିଳନୀଆଜି ଐତିହାସିକ ସଫଳତା ସହ ଉଦ୍‌ଯାପିତ ହୋଇଯାଇଛି। ସମ୍ପ୍ରସାରିତ ଭୂ-ରାଜନୈତିକ ଗୋଷ୍ଠୀ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ସାବ୍ୟସ୍ତ ହୋଇଥିବା ଏହି ଦୁଇଦିନିଆ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଧ୍ୟକ୍ଷତା କରିଥିଲେ। ସୁଦୃଢ଼ତା, ସ୍ଥାୟୀତ୍ବ ଏବଂ ସର୍ବସମାବେଶୀ ବିଶ୍ୱ ଅଭିବୃଦ୍ଧି ବିଷୟବସ୍ତୁ ଉପରେ ଆଧାରିତ ଏହି ସମ୍ମିଳନୀରେ ସର୍ବସମ୍ମତ ନୂଆଦିଲ୍ଲୀ ଘୋଷଣାନାମା ଗୃହୀତ ହେବା ଏକ ବିଶାଳ କୂଟନୈତିକ ଉପଲବ୍ଧି। ଏହି ମିଳିତ […]

ସଂପୂର୍ଣ୍ଣ ପଢନ୍ତୁ

ପୁଟିନଙ୍କ ସୁରକ୍ଷିତ କାର୍‌ରେ ମୋଦୀଙ୍କ ଯାତ୍ରା

ନୂଆଦିଲ୍ଲୀ: ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଏକ ସୁରକ୍ଷିତ ଲିମୋଜିନ୍‌ କାର୍‌ରେ ଯାତ୍ରା କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ରାଜନୈତିକ ସମ୍ପର୍କର ଏକ ନୂଆ ଦୃଶ୍ୟ ଦେଖାଇଛନ୍ତି। ଦୁଇ ନେତା ଦ୍ୱିପାକ୍ଷିକ ଆଲୋଚନା ପରେ ନୂଆଦିଲ୍ଲୀର ଭାରତ ମଣ୍ଡପମ୍‌ ପରିସରରେ ଆୟୋଜିତ ଇନୋପ୍ରମ୍‌ ପ୍ରଦର୍ଶନୀକୁ ଗୋଟିଏ କାର୍‌ରେ ଯାଇଥିଲେ। ୧୧ ସଦସ୍ୟ ବିଶିଷ୍ଟ ବ୍ରିକ୍ସ ଶିଖର ସମ୍ମିଳନୀର ଗୋଟିଏ ଦିନ ପୂର୍ବରୁ ଏହି ଘଟଣା ଘଟିଛି। ପୁଟିନ ବ୍ୟବହାର କରୁଥିବା ଆରୁସ୍‌ ସେନାଟ୍‌ ଲିମୋଜିନ୍‌ […]

ସଂପୂର୍ଣ୍ଣ ପଢନ୍ତୁ

‘ବନ୍ଦେ ମାତରମ୍‌’ ସମ୍ପୂର୍ଣ୍ଣ ଗାନ ବେଳେ ଛିଡ଼ା ହୋଇ ରହିଲେ ଓମର ଅବଦୁଲ୍ଲା, କଂଗ୍ରେସ ପକ୍ଷରୁ ଆପତ୍ତି

ଶ୍ରୀନଗର: ‘ବନ୍ଦେ ମାତରମ୍‌’ ସମ୍ପୂର୍ଣ୍ଣ ଗାନ କରାଯିବା ସମୟରେ ଜମ୍ମୁ-କାଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଛିଡ଼ା ହୋଇ ରହିବାକୁ ନେଇ କଂଗ୍ରେସର ସହଯୋଗୀ ନ୍ୟାସନାଲ କନଫରେନ୍ସ ସହିତ ବିବାଦ ଦେଖାଯାଇଛି। କଂଗ୍ରେସ ନ୍ୟାସନାଲ କନଫରେନ୍ସର ଏହି ପଦକ୍ଷେପ ଉପରେ ପ୍ରଶ୍ନ ଉଠାଇଛି ଓ ସ୍ବାଧୀନତା ସଂଗ୍ରାମୀଙ୍କୁ ସମ୍ମାନ କରିବାକୁ ନିବେଦନ କରିଛି। ଶ୍ରୀନଗରରେ ଅନୁଷ୍ଠିତ ପ୍ରଥମ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ଓମାର ଅବଦୁଲ୍ଲା ଓ ନ୍ୟାସନାଲ କନଫରେନ୍ସ ଅଧ୍ୟକ୍ଷ ଫାରୁକ ଅବଦୁଲ୍ଲା ‘ବନ୍ଦେ ମାତରମ୍‌’ର ସମ୍ପୂର୍ଣ୍ଣ ପରିବେଷଣ […]

ସଂପୂର୍ଣ୍ଣ ପଢନ୍ତୁ

କର୍ମସଂସ୍ଥାନ ଉପରେ ବଢ଼ୁଥିବା ଏଆଇ ଓ ରୋବଟ୍‌ର ପ୍ରଭାବକୁ ନେଇ ପ୍ରଦର୍ଶନ

ୱାର୍ସ: ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ ବା କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଓ ରୋବଟ୍‌ର ବ୍ୟବହାର ଉପରେ ଶୀଘ୍ର ନିୟମ ଲାଗୁ କରିବା ଦାବିରେ ପୋଲାଣ୍ଡର ରାଜଧାନୀ ୱାର୍ସରେ ପ୍ରାୟ ୩୦ଟି ରୋବୋଟ୍‌ ପ୍ରତିବାଦ କରିଛନ୍ତି। ସପ୍ତାହର ଆରମ୍ଭରେ ଦେଶର ଡିଜିଟାଲ୍‌ ବ୍ୟାପାର ମନ୍ତ୍ରଣାଳୟ ବାହାରେ ଏହି ଅଭିନବ ପ୍ରଦର୍ଶନ ହୋଇଥିଲା। ମାନବାକୃତି ରୋବଟ୍‌ ସହ ରୋବଟ୍‌ କୁକୁର ମଧ୍ୟ ଏଥିରେ ସାମିଲ ହୋଇଥିଲେ। ‘ଡେମୋକ୍ରାଟିଜମ୍‌’ ନାମକ ଏକ ସଂଗଠନ ଏହି ପ୍ରଦର୍ଶନର ଆୟୋଜନ କରିଥିଲା। ରୋବଟ୍‌ଗୁଡ଼ିକ ରାସ୍ତାରେ ଗୋଲାକାର […]

ସଂପୂର୍ଣ୍ଣ ପଢନ୍ତୁ

ଦିଲ୍ଲୀରେ ୨୦୦ ଘରୋଇ ହଷ୍ଟେଲ ବିପଦରେ

ନୂଆଦିଲ୍ଲୀ : ଦିଲ୍ଲୀର ସତ୍ୟ ନିକେତନରେ ପିଜି କୋଠା ଭୁଶୁଡ଼ି ୭ ଜଣଙ୍କ ମୃତ୍ୟୁ ହେବାପ‌ରେ ଏବେ ଅନ୍ୟ ହଷ୍ଟେଲ୍‌ଗୁଡ଼ିକର ସ୍ଥିତିକୁ ଭଲଭାବେ ଯାଞ୍ଚ କରାଯାଇଛି । ଦିଲ୍ଲୀର ଜଣେ ଅଧିକାରୀ ନିଜର ନାଁ ପ୍ରକାଶ ନକରି କହିଛନ୍ତି ଯେ ୨୦୦ରୁ ଅଧିକ ପିଜି ହଷ୍ଟେଲ୍‌ ବିପଜ୍ଜନକ ଶ୍ରେଣୀ‌‌ରେ ରହିଛି । ଏହି ପିଜି ହଷ୍ଟେଲ୍‌ ସମେତ ସହରର ଅନ୍ୟ ପିଜି ହଷ୍ଟେଲ୍‌ଗୁଡ଼ିକର ଭିତ୍ତିଭୂମିକୁ ଭଲଭାବେ ପରୀକ୍ଷା କରାଯିବ । ବରିଷ୍ଠ ଅଧିକାରୀମାନଙ୍କ ସହ‌ ଏକ ବୈଠକ […]

ସଂପୂର୍ଣ୍ଣ ପଢନ୍ତୁ

ଗୁଆହାଟୀରେ ବର୍ବର ହତ୍ୟାକାଣ୍ଡ: ଫ୍ରିଜ୍‌ରୁ ମିଳିଲା ମହିଳାଙ୍କ କଟା ମୁଣ୍ଡ, ସ୍ୱାମୀ ଗିରଫ

ଗୁଆହାଟୀ: ଗୁଆହାଟୀରେ ଅତି ଭୟଙ୍କର କାଣ୍ଡ ଘଟିଛି। ଜଣେ ୨୫ ବର୍ଷୀୟା ମହିଳାଙ୍କ ମୃତଦେହ ତାଙ୍କ ଆପାର୍ଟମେଣ୍ଟ ଘରୁ ମିଳିଛି। ଉକ୍ତ ମହିଳା ଜଣକ ଗତ କିଛି ମାସ ତଳେ ବିବାହ କରିଥିଲେ। ତାଙ୍କ ସ୍ବାମୀ ତାଙ୍କୁ ହତ୍ୟା କରି ତାଙ୍କ ମର ଶରୀରକୁ ଏହି ଘରେ ରଖିବା ସହ ତାଙ୍କ ମୁଣ୍ଡକୁ କାଟି ଫ୍ରିଜ୍‌ରେ ରଖିଥିଲା। ଅଙ୍ଗୁଳିଗୁଡ଼ିକ ବି ସେ କାଟି ଦେଇଥିଲା। ତେବେ ୨ ଦିନ ପର୍ଯ୍ୟନ୍ତ ପାଖ ପଡ଼ୋଶୀ ଉଭୟ ମହିଳା ଓ […]

ସଂପୂର୍ଣ୍ଣ ପଢନ୍ତୁ