ଦୁବାଇରେ ଚିକିତ୍ସିତ ଓଡ଼ିଆ ଶ୍ରମିକଙ୍କୁ ଫେରେଇ ଆଣିଲା ଓଡ଼ିଶା ପରିବାର ନିର୍ଦ୍ଦେଶାଳୟ

ଭୁବନେଶ୍ୱର, ,୩୦/୯: ଦୁବାଇରେ ଚିକିତ୍ସିତ ହେଉଥିବା ଜଣେ ଓଡ଼ିଆ ଶ୍ରମିକଙ୍କୁ ଓଡ଼ିଶାକୁ ଫେରେଇ ଆଣିବା ପାଇଁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧିନସ୍ଥ ଓଡ଼ିଶା ପରିବାର ନିର୍ଦ୍ଦେଶାଳୟ ପକ୍ଷରୁ ସହାୟତା ପ୍ରଦାନ କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, କଟକ ଜିଲ୍ଲାରେ ବାସ କରୁଥିବା ସ୍ୱପ୍ନିଲ ପଟ୍ଟନାୟକ ଦୁବାଇରେ ଜଣେ ଶ୍ରମିକ ଭାବରେ କାର୍ଯ୍ୟ କରୁଥିଲେ। ସେଠାରେ ସେ ଯକୃତ ଜନିତ ରୋଗରେ ପୀଡ଼ିତ ହୋଇ ଚିକିତ୍ସିତ ହେଉଥିବା ବେଳେ ଓଡ଼ିଶା ଫେରି ଆସିବା ପାଇଁ […]

ସଂପୂର୍ଣ୍ଣ ପଢନ୍ତୁ

ବର୍ଜ୍ୟବସ୍ତୁରୁ ତିଆରି ହେବ କଳାକୃତି

କେନ୍ଦୁଝର,୩୦/୯: ବର୍ଜ୍ୟବସ୍ତୁରୁ ପ୍ରସ୍ତୁତ କଳାକୃତିରେ ନିର୍ମାଣ ହେବ ପାର୍କ। ଏଠାରେ ରହିବନି ଫୁଲକୁଣ୍ଡ କି ଫୁଲବଗିଚା। ଅବ୍ୟବହୃତ ସାମଗ୍ରୀ, ପୁରୁଣା ଟାୟାର, ବ୍ୟବହାର ଅନୁପଯୋଗୀ ଲୁହା ସାମଗ୍ରୀ, ଅବ୍ୟବହୃତ ସାଇକଲ, ମୋଟର ସାଇକଲର ଉପକରଣ ସମେତ ଘରୁ ବାହାରୁଥିବା ବର୍ଜ୍ୟବସ୍ତୁକୁ ବ୍ୟବହାର କରାଯାଇ କଳାକୃତି ନିର୍ମାଣ କରି ଏହି ପାର୍କରେ ରଖାଯିବ। ଏହାର ନାଁ ରହିବ ‘୩ ଆର୍‌’ ପାର୍କ। ରିଡ୍ୟୁସ୍‌, ରିୟୁଜ୍‌, ରିସାଇକେଲର ବାର୍ତ୍ତା ବହନ କରିବ ଏହି କଳାକୃତି। କେନ୍ଦୁଝରଗଡ଼ ପୌରପାଳିକାର ବିଭିନ୍ନ ଛକ […]

ସଂପୂର୍ଣ୍ଣ ପଢନ୍ତୁ

ପୁଲିସ ଏସ୍ଆଇ ଲିଖିତ ପରୀକ୍ଷା ସ୍ଥଗିତ

ବ୍ରହ୍ମପୁର, ୩୦/୯: ପୁଲିସ ଏସ୍ଆଇ ଲିଖିତ ପରୀକ୍ଷା ସ୍ଥଗିତ ରହିବା ନେଇ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି। ଅନିବାର୍ଯ୍ୟ କାରଣ ପାଇଁ ଆଗାମୀ ୫ ଓ ୬ ତାରିଖରେ ହେବାବୁ ଥିବା ଲିଖିତ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି ଏବଂ ପରବର୍ତ୍ତୀ ପରୀକ୍ଷା ତାରିଖ ନେଇ ଓପିଆରବି ପକ୍ଷରୁ ସୂଚନା ଦିଆଯିବ ବୋଲି କୁହାଯାଇଛି। ପୁଲିସ୍ ଏସଆଇ ପରୀକ୍ଷାରେ ଜାଲିଆତି ହୋଇଥିବା ନେଇ ଖବର ସାମ୍ନାକୁ ଆସିବା ପରେ ଏପରି ପଦକ୍ଷେପ ଗ୍ରହଣ କରାଯାଇଛି । ମିଳିଥିବା ସୂଚନା […]

ସଂପୂର୍ଣ୍ଣ ପଢନ୍ତୁ

ମାଁ ମାଣିକେଶ୍ଵରୀଙ୍କ ପବିତ୍ର ଛତର ଯାତ୍ରା

ଭବାନୀପାଟଣା, ୩୦/୯: ବହୁ ପ୍ରତୀକ୍ଷିତ ମାଁ ମାଣିକେଶ୍ଵରୀଙ୍କ ପବିତ୍ର ଛତର ଯାତ୍ରା ଆଜି ଭୋର ସକାଳୁ ଆରମ୍ଭ ହୋଇଛି। ଯାତ୍ରା ଶାନ୍ତିଶୃଙ୍ଖଳାର ସହ ଆୟୋଜନ ପାଇଁ ବ୍ୟାପକ ପରିମାଣରେ ପୁଲିସ ଫୋର୍ସ ନିୟୋଜିତ ଅଛନ୍ତି। ଭିଡ଼କୁ ଦୃଷ୍ଟିରେ ରଖି ବିଭିନ୍ନ ସ୍ଥାନରେ ସିସିଟିଭି ବ୍ୟବସ୍ଥା କରାଯାଇଛି। ଡ୍ରୋନ କ୍ୟାମେରା ଦ୍ବାରା ସମସ୍ତ ଗତିବିଧିକୁ ରେକର୍ଡ କରାଯିବ। ସେହିଭଳି ପୁଲିସ ପକ୍ଷରୁ ସ୍ବତନ୍ତ୍ର ଭାବେ ଭିଡିଓ ସୁଟିଂ ବ୍ୟବସ୍ଥା ହୋଇଛି। ଛତର ପଛରେ ଗୋଟିଏ ଆମ୍ବୁଲାନ୍ସ, ଘୋଡ଼ାଘାଟ ଛକ […]

ସଂପୂର୍ଣ୍ଣ ପଢନ୍ତୁ

ଲୋକଙ୍କ ଘରେ ରହିବେ ପର୍ଯ୍ୟଟକ: ଓଡ଼ିଶା ହୋମଷ୍ଟେ ପ୍ରତିଷ୍ଠା ଯୋଜନା-୨୦୨୫

ଭୁବନେଶ୍ବର, ୩୦/୯: ଗ୍ରାମାଞ୍ଚଳରେ ଲୋକଙ୍କ ଘରେ ରହିବେ ପର୍ଯ୍ୟଟକ। ଫଳରେ ଗ୍ରାମାଞ୍ଚଳରେ ବଢ଼ିବ ରୋଜଗାର। ଏଥିଲାଗି କାର୍ଯ୍ୟକାରୀ ହେବ ଓଡ଼ିଶା ହୋମଷ୍ଟେ ପ୍ରତିଷ୍ଠା ଯୋଜନା-୨୦୨୫। ୨୦୨୯-୩୦ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ୫ ବର୍ଷ ପାଇଁ କାର୍ଯ୍ୟକାରୀ ହେବ ଯୋଜନା। ଏନେଇ ସୂଚନା ଦେଇଛନ୍ତି  ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତୀ ପରିଡ଼ା। ସେ କହିଛନ୍ତି, ଏହି ଯୋଜନାର ଲକ୍ଷ୍ୟ ହେଉଛି ଓଡ଼ିଶାର ଗ୍ରାମୀଣ ଏବଂ କମ୍ ଜଣାଶୁଣା ସ୍ଥାନଗୁଡ଼ିକରେ ହୋମଷ୍ଟେ ବାସସ୍ଥାନକୁ ପ୍ରୋତ୍ସାହିତ କରିବା, ପର୍ଯ୍ୟଟନରେ ସମ୍ପ୍ରଦାୟର ଅଂଶଗ୍ରହଣକୁ ଉତ୍ସାହିତ କରିବା, ସ୍ଥାନୀୟ […]

ସଂପୂର୍ଣ୍ଣ ପଢନ୍ତୁ

ମହିଳାଙ୍କୁ ରାତି ସିଫ୍ଟରେ କାମ କରିବାକୁ ମିଳିଲା କ୍ୟାବିନେଟ୍‌ ମଞ୍ଜୁରି

ଭୁବନେଶ୍ୱର,୩୦/୯ :ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ୨୭ତମ ରାଜ୍ୟ କ୍ୟାବିନେଟ୍‌ ବୈଠକରେ ଓଡ଼ିଶା ସରକାର ଫ୍ୟାକ୍ଟ୍ରୀ ଆଇନ, ୧୯୪୮ ଓ ଓଡ଼ିଶା ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନ ଆଇନ, ୧୯୫୬ରେ ସଂଶୋଧନକୁ ମଞ୍ଜୁରି ଦେଇଛନ୍ତି। ସଂଶୋଧନ ଅନୁଯାୟୀ, ମହିଳାମାନେ ଏବେ ଲିଖିତ ସମ୍ମତି ଓ ରାଜ୍ୟ ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ସୁରକ୍ଷା ସର୍ତ୍ତ ସହିତ ସମସ୍ତ ଫ୍ୟାକ୍ଟ୍ରୀ ଓ ପ୍ରତିଷ୍ଠାନରେ ସକାଳ ୬ଟା ପୂର୍ବରୁ ଓ ରାତି ୭ଟା ପରେ ସମସ୍ତ ପ୍ରକାର କାମ […]

ସଂପୂର୍ଣ୍ଣ ପଢନ୍ତୁ

ଭୁବନେଶ୍ୱରରେ ୭ଟି ସ୍ଥାନରେ ‘ରାବଣ ପୋଡ଼ି ଉତ୍ସବ’

ଭୁବନେଶ୍ୱର,୩୦/୯ : ବିଜୟା ଦଶମୀ ଅବସରରେ ରାଜଧାନୀ ଭୁବନେଶ୍ୱରରେ ୭ଟି ପ୍ରମୁଖ ସ୍ଥାନରେ ‘ରାବଣ ପୋଡ଼ି ଉତ୍ସବ’ ପାଳନ ହେବ। ଏହି ଉତ୍ସବ ଦେଖିବା ଲାଗି ବହୁ ଲୋକଙ୍କ ଭିଡ଼ ଆଶଙ୍କା ରହିଛି। ଟ୍ୱିନ ସିଟି କମିଶନରେଟ ପୋଲିସ ସୂଚନା ଅନୁଯାୟୀ, ନହରକଣ୍ଟା (ପାହାଳ ଥାନା), ବରମୁଣ୍ଡା (ଖଣ୍ଡଗିରି ଥାନା), କୋରଡ଼ାକଣ୍ଟା (ବଡ଼ଗଡ଼ ଥାନା), ବାଙ୍କୁଆଲ (ବଡ଼ଗଡ଼ ଥାନା), ଗୋପାଳପୁର (ଇନ୍‌ଫୋ-ଭ୍ୟାଲି ଥାନା), କିଟ୍ସ ରୋଡ଼ (ଇନ୍‌ଫୋସିଟି ଥାନା) ଓ ଫୁଟବଲ ଗ୍ରାଉଣ୍ଡ (କପିଳାପ୍ରସାଦ ଏୟାରଫିଲ୍ଡ ଥାନା)ରେ […]

ସଂପୂର୍ଣ୍ଣ ପଢନ୍ତୁ

ଆମେରିକୀୟ ଡଲାର ତୁଳନାରେ ଟଙ୍କା ମୂଲ୍ୟ ରେକର୍ଡ ହ୍ରାସ

ମୁମ୍ବାଇ,୩୦/୯ :ଆମେରିକୀୟ ଡଲାର ତୁଳନାରେ ଟଙ୍କା ମୂଲ୍ୟ ସୋମବାର ରେକର୍ଡ ହ୍ରାସ ପାଇଛି। ଟଙ୍କା ମୂଲ୍ୟ ୭ ପଇସା କମି ୧ ଡଲାର ମୂଲ୍ୟ ୮୮ ଟଙ୍କା ୭୯ ପଇସାରେ ପହଞ୍ଚତ୍ଛି। ବୈଶ୍ୱିକ ବାଣିଜ୍ୟରେ ଅନିଶ୍ଚିତତା ଏବଂ ଭାରତୀୟ ଆଇଟି ସେବା ରପ୍ତାନି ଉପରେ ଆମେରିକା ଭିଜା ଦେୟ ବୃଦ୍ଧିର ପ୍ରଭାବକୁ ନେଇ ନିବେଶକମାନେ ଚିନ୍ତାରେ ଥିବାରୁ ଟଙ୍କା ସର୍ବକାଳୀନ ନିମ୍ନ ସ୍ତରକୁ ଖସିଯାଇଥିବା ଫରେକ୍ସ ଟ୍ରେଡରମାନେ କହିଛନ୍ତି। ଅକ୍ଟୋବର ୧ରେ ଭାରତୀୟ ରିଜର୍ଭ ବ୍ୟାଙ୍କର ବୈଠକରେ […]

ସଂପୂର୍ଣ୍ଣ ପଢନ୍ତୁ

ମୁକୁନ୍ଦପ୍ରସାଦ କୃଷକ ପରିବାର ଝିଅ ଶ୍ରଦ୍ଧା ସୁମନ ପାଇଲେ ଓଏଏସ

ଜଟଣୀ,୩୦/୯: ଓଡିଶା ଲୋକସେବା ଆୟୋଗ ଦ୍ୱାରା ପରିଚାଳିତ ଓଡ଼ିଶା ସିଭିଲ ସର୍ଭିସ (ଓସିଏସ )୨୦୨୩ ପରୀକ୍ଷା ଫଳ ପ୍ରକାଶିତ ହୋଇଥିବା ବେଳେ ଏଥିରେ ଖୋର୍ଦ୍ଧା ମୁକୁନ୍ଦ ପ୍ରସାଦର ଝିଅ ଶ୍ରଦ୍ଧା ସୁମନ ୧୯୧ରାଙ୍କ ରଖି କୃତକାର୍ଯ୍ୟ ହୋଇଛନ୍ତି।୨୦୨୧ରୁ ସୁନ୍ଦରଗଡ଼ ଜିଲ୍ଲାରେ ରାଜସ୍ୱ ନିରୀକ୍ଷକ ଭାବେ କାର୍ଯ୍ୟରତ ଥିବା ସୁମନ ୨୦୧୭ ମସିହାରେ ରେଭେନ୍ସା ବିଶ୍ୱ ବିଦ୍ୟାଳୟରୁ ରସାୟନ ବିଜ୍ଞାନରେ ପିଜି କରିବା ପରେ ଏହି ପ୍ରବେଶିକା ପରୀକ୍ଷା ପାଇଁ ଚେଷ୍ଟା ଚଳାଇଥିଲେ। ବାରମ୍ବାର ବିଫଳ ହେବା ସତ୍ୱେ […]

ସଂପୂର୍ଣ୍ଣ ପଢନ୍ତୁ

ଶେଷହେଲା ଷୋଳପାର୍ବଣ ପୂଜା, ମହାଷ୍ଟମୀ ରେ ମା ସାରଳା ଙ୍କୁ ଦର୍ଶନ କଲେ ଲକ୍ଷାଧିକ ଶ୍ରଦ୍ଧାଳୁ ଭକ୍ତ

ଝଙ୍କଡ଼, ୨୯/୯: ଓଡ଼ିଶାର ପ୍ରସିଦ୍ଧ ପ୍ରାଚୀନ ଶକ୍ତିପୀଠ ତଥା ବାଣୀକ୍ଷେତ୍ର ଝଂକଡର ଅଧିଷ୍ଠାତ୍ରୀ ଦେବୀ ମା ସାରଳା ଠାକୁରାଣୀ ଙ୍କ ସାର୍ବଜନୀନ ଶାରଦୀୟ ପାର୍ବଣ ପୂଜା ଗତ ସେପ୍ଟେମ୍ବର ୧୪ ତାରିଖ ରବିବାର ମୂଳାଷ୍ଟମୀ ଦିନଠାରୁ ଆରମ୍ଭ ହୋଇ, ୨୯ ତାରିଖ ସୋମବାର ମହାଷ୍ଟମୀ ଦିନ ଶେଷ ହୋଇଛି। ଏହି ମହାଷ୍ଟମୀ ଦିନ ପ୍ରତ୍ୟୁଷ ରୁ ସହସ୍ରାଧିକ ଶ୍ରଦ୍ଧାଳୁ ଭକ୍ତମାନଙ୍କ ସମାଗମ ରେ ଚଳଚଞ୍ଚଳ ହୋଇଉଠିଥିଲା ମାଆଙ୍କ ପୀଠସ୍ଥଳି। ସାରଳା ହାଟ ରେ ରାସ୍ତାର ଉଭୟ ପାର୍ଶ୍ବ […]

ସଂପୂର୍ଣ୍ଣ ପଢନ୍ତୁ