ଆମେରିକୀୟ ଡଲାର ତୁଳନାରେ ଟଙ୍କା ମୂଲ୍ୟ ରେକର୍ଡ ହ୍ରାସ

ଦେଶବିଦେଶ
Spread the love

ମୁମ୍ବାଇ,୩୦/୯ :ଆମେରିକୀୟ ଡଲାର ତୁଳନାରେ ଟଙ୍କା ମୂଲ୍ୟ ସୋମବାର ରେକର୍ଡ ହ୍ରାସ ପାଇଛି। ଟଙ୍କା ମୂଲ୍ୟ ୭ ପଇସା କମି ୧ ଡଲାର ମୂଲ୍ୟ ୮୮ ଟଙ୍କା ୭୯ ପଇସାରେ ପହଞ୍ଚତ୍ଛି। ବୈଶ୍ୱିକ ବାଣିଜ୍ୟରେ ଅନିଶ୍ଚିତତା ଏବଂ ଭାରତୀୟ ଆଇଟି ସେବା ରପ୍ତାନି ଉପରେ ଆମେରିକା ଭିଜା ଦେୟ ବୃଦ୍ଧିର ପ୍ରଭାବକୁ ନେଇ ନିବେଶକମାନେ ଚିନ୍ତାରେ ଥିବାରୁ ଟଙ୍କା ସର୍ବକାଳୀନ ନିମ୍ନ ସ୍ତରକୁ ଖସିଯାଇଥିବା ଫରେକ୍ସ ଟ୍ରେଡରମାନେ କହିଛନ୍ତି। ଅକ୍ଟୋବର ୧ରେ ଭାରତୀୟ ରିଜର୍ଭ ବ୍ୟାଙ୍କର ବୈଠକରେ ମୁଦ୍ରାନୀତି ସମ୍ପର୍କିତ ନିଷ୍ପତ୍ତି ନିଆଯିବାକୁ ଥିବାବେଳେ ଏହା ଟଙ୍କା ଓ ସରକାରୀ ବଣ୍ଡକୁ ପ୍ରଭାବିତ କରିପାରେ ବୋଲି ଆଶା କରାଯାଉଛି।
ସୋମବାର ଇଣ୍ଟରବ୍ୟାଙ୍କ ଫରେନ୍‌ ଏକ୍ସଚେଞ୍ଜରେ କାରବାର ଆରମ୍ଭରେ ଡଲାର ତୁଳନାରେ ଟଙ୍କା ମୂଲ୍ୟ ୮୮.୬୯ ଥିଲା। ପରେ ଏହା ଅସ୍ଥାୟୀ ଭାବେ ୮୮.୭୯ରେ ସ୍ଥିର ରହିଥିଲା। ଗତ ଶୁକ୍ରବାର ଡଲାର ତୁଳନାରେ ଟଙ୍କା ମୂଲ୍ୟ ୮୮.୭୨ ଥିଲା। ଗୁରୁବାର କାରବାର ଶେଷ ବେଳକୁ ଟଙ୍କା ମୂଲ୍ୟ ୮୮.୭୬ ରହିଥିଲା। ଦୁର୍ବଳ ଘରୋଇ ବଜାର ଏବଂ ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ଯୋଗୁ ଟଙ୍କା ଆହୁରି ଦୁର୍ବଳ ହେବ ବୋଲି ଆଶଙ୍କା କରାଯାଉଛି।

Leave a Reply

Your email address will not be published. Required fields are marked *