ସାଇବର୍‌ ଠକେଇ ନେଟ୍‌ୱର୍କ: ଦିଲ୍ଲୀରୁ ଗଞ୍ଜାମ ପର୍ଯ୍ୟନ୍ତ ଲମ୍ବିଛି

ଛତ୍ରପୁର, ୨୨/୧୨: ଦିଲ୍ଲୀରୁଗଞ୍ଜାମଜିଲ୍ଲା ପର୍ଯ୍ୟନ୍ତ ଲମ୍ବିଥିଲା ସାଇବର୍‌ ଠକେଇର ଏକ ବଡ଼ ଧରଣର ନେଟ୍‌ୱର୍କ। ଦିଲ୍ଲୀରୁ ମାଷ୍ଟରମାଇଣ୍ଡ୍‌ ରଜତ ଶର୍ମା ନାମକ ଜଣେ ବ୍ୟକ୍ତି ଏହି ନେଟ୍‌ୱର୍କକୁ ଚଳାଇଥିବା ବେଳେ ଏଥିପାଇଁ ମୁଖ୍ୟ ଏଜେଣ୍ଟ୍‌କୁ ବି ନିଯୁକ୍ତି ଦେଇଥିଲା। ମଧ୍ୟସ୍ଥିଙ୍କ ମାଧ୍ୟମରେ ବ୍ୟାଙ୍କ୍‌ରେ ଜମାଖାତା ଖୋଲାଯାଉଥିଲା। ଏହାପରେ ମାଷ୍ଟରମାଇଣ୍ଡ୍‌ ରଜତ ଉକ୍ତ ଜମାଖାତାଗୁଡ଼ିକୁ ବିଭିନ୍ନ ପ୍ରକାର ଅନଲାଇନ୍‌ ଗେମ୍‌ ଓ ଠକେଇରେ ବ୍ୟବହାର କରି ଲକ୍ଷାଧିକ ଟଙ୍କା ଲୁଟି ନେଇଥିଲା। ଦୁଇବର୍ଷ ଧରି ଚାଲିଥିବା ଏହି ନେଟ୍‌ୱର୍କକୁ […]

ସଂପୂର୍ଣ୍ଣ ପଢନ୍ତୁ

ଆଧାର କାର୍ଡ ନଥିବାରୁ ବାର୍ଦ୍ଧକ୍ୟ ଭତ୍ତାରୁ ବଞ୍ଚିତ

ଜଗନ୍ନାଥ ପ୍ରସାଦ, ୧୯/୧୨: ରାଜ୍ୟ ସରକାରଙ୍କ ଜନ କଲ୍ୟାଣକାରୀ ଯୋଜନାରେ ଅନ୍ତର୍ଭୁକ୍ତ ମଧୁବାବୁ ପେନସନ ଯୋଜନା । ଯେତେବେଳେ ମଣିଷ ଜୀବନର ଶେଷ ବୃଦ୍ଧା ଅବସ୍ଥାରେ ପହଞ୍ଚିଥାଏ, ସେମାନଙ୍କୁ ସରକାର ବାର୍ଦ୍ଧକ୍ୟ ଭତା ଯୋଜନାରେ ସାମିଲ୍ କରୁଛନ୍ତି , କିନ୍ତୁ ଏକ ବିଡ଼ମ୍ବନାର ବିଷୟ ଯେ ଆଧାର କାର୍ଡ ନଥିବାରୁ ଜଣେ ୭୦ ବର୍ଷିୟା ବୃଦ୍ଧା ଭତ୍ତା ପାଇବାରୁ ବଞ୍ଚିତ ରହିଛନ୍ତି । ସୁଚନା ଅନୁସାରେ ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ ଅନ୍ତର୍ଗତ ଗାୟାଗଣ୍ଡା ଗ୍ରାମ […]

ସଂପୂର୍ଣ୍ଣ ପଢନ୍ତୁ

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସଙ୍କ ଭିଡ଼

ଗଞ୍ଜାମ, ୮/୧୨: ଶୀତର ଆଗମନରେ ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ ଅତିଥି ପକ୍ଷୀ ଧ୍ରୂବ ହଂସଙ୍କୁ ଦେଖିବାକୁ ମିଳିଛି। ଯାହାକୁ ନେଇ ପରିବେଶବିତଙ୍କ ମଧ୍ୟରେ ଖୁସିର ଲହରୀ ଦେଖିବାକୁ ମିଳିଛି। ବର୍ତ୍ତମାନ ବହୁ ସଂଖ୍ୟାରେ ଧ୍ରୂବହଂସ ହୁମ୍ମା ଅଞ୍ଚଳରେ ମଧ୍ୟ ଲୁଣାଜମିରେ ରହିଥିବା ଜଳାଶୟରେ ଜଳକ୍ରୀଡା କରିବା ସହ ଖାଦ୍ୟ ଆହାର କରୁଥିବା ଦେଖାଯାଇଛି। ନଭେମ୍ବର ମାସରେ ପ୍ରବଳ ଥଣ୍ଡା ସହି ନ ପାରି ମାଙ୍ଗୋଲିଆ, ଚୀନ, ପାକିସ୍ତାନ, ବାଂଲାଦେଶ, ମ୍ୟାନମାର, ସାଲିମାର ପ୍ରମୁଖ ଅଞ୍ଚଳରୁ […]

ସଂପୂର୍ଣ୍ଣ ପଢନ୍ତୁ

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି, ୭/୧୨: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା ଘଟିଛି। ନଦୀକୁ ଗାଧୋଇବାକୁ ଯାଇ ଦୁଇ ଜଣ ସାଙ୍ଗ ବୁଡିଯାଇଛନ୍ତି। ଉଭୟଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଜଣଙ୍କୁ ଗୁରୁତର ଭାବେ ଉଦ୍ଧାର କରାଯାଇଛି। ଗୁରୁତର ଅବସ୍ଥାରେ ପ୍ରଥମେ ଦିଗପହଣ୍ଡି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ହେଲେ ପରେ ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ତାଙ୍କୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଗାଧୋଇବାବେଳେ ପ୍ରଥମେ ଜଣେ ସାଙ୍ଗ ବୁଡିଯାଉଥିବାବେଳେ ଅନ୍ୟ ଜଣେ ତାଙ୍କୁ ବଞ୍ଚାଇବାକୁ ଯାଇ […]

ସଂପୂର୍ଣ୍ଣ ପଢନ୍ତୁ

ଋଷିକୁଲ୍ୟା ମୁହାଁଣରେ ଅଲିଭ ରିଡଲେଙ୍କ ମିଳନ ପ୍ରକ୍ରିୟା ଆରମ୍ଭ

ଗଞ୍ଜାମ, ୨୦/୧୧: ଗଞ୍ଜାମ ଜିଲ୍ଲାର ଗଞ୍ଜାମ ବ୍ଲକ ଅନ୍ତର୍ଗତ ପୁରୁଣା ବନ୍ଦ ନିକଟ ଋଷିକୂଲ୍ୟା ମୁହାଣ ସମୁଦ୍ର ଅଂଚଳରେ ବିରଳ ସାମୁଦ୍ରିକ କଇଁଚ୍ଛ ଅଲିଭ ରିଡଲେଙ୍କ ମିଳନ ପ୍ରକ୍ରିୟା ଆରମ୍ଭ ହୋଇଥିବା ଦେଖିବାକୁ ମିଳିଛି। ସମୁଦ୍ର ମଧ୍ୟରେ ଯୋଡ଼ା ଯୋଡ଼ା ହୋଇ କଇଁଚ୍ଛମାନଙ୍କୁ ପାଣିରେ ଭାସମାନ ଅବସ୍ଥାରେ ଦେଖିବାକୁ ମିଳିଛି। ଯାହାକୁ ନେଇ ପରିବେଶବିତଙ୍କ ମଧ୍ୟରେ ଖୁସିର ଲହରି ଦେଖିବାକୁ ମିଳିଛି। ଏହି ପ୍ରକ୍ରିୟା ଆରମ୍ଭ ହେବା ପରେ ବନ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। […]

ସଂପୂର୍ଣ୍ଣ ପଢନ୍ତୁ

୨୮ ବର୍ଷ ପରେ ଗାଁକୁ ବିଜୁଳି: ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ପ୍ରଶାସନିକ କଳର ତତ୍ପରତା

ଧରାକୋଟ, ୨୦/୧୧: ଧରାକୋଟ ବ୍ଲକ୍‌ ଝାଡ଼ବନ୍ଧ ପଞ୍ଚାୟତର ଉପାନ୍ତ ଗାଁ ସୁବର୍ଣ୍ଣପୁରରେ ଏବେ ବି ବିଦ୍ୟୁତ୍‌ ସେବା ପହଞ୍ଚିପାରିନାହିଁ। ଜିଲ୍ଲାପାଳ ଏହାକୁ ପ୍ରାଥମିକତା ଦେଇ ସମସ୍ୟାର ସମାଧାନ ଦିଗରେ ତୁରନ୍ତ ପଦକ୍ଷେପ ନିଅନ୍ତୁ।’ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ଗତକାଲି ଭୁବନେଶ୍ବରରେ ଆୟୋଜିତ ଜିଲ୍ଲାପାଳ ଓ ଏସ୍‌ପିଙ୍କ ମିଳିତ ସମ୍ମିଳନୀରେ ଏହି ମର୍ମରେ ନିର୍ଦ୍ଦେଶ ଜାରି କରିବା ପରେ ଆଜି ପ୍ରଶାସନିକ କଳ ତତ୍ପରତା ଦେଖାଇଛି। ଧରାକୋଟ ବିଡିଓ ସଂଗ୍ରାମକେଶରୀ ଜେନା, ଜିଲ୍ଲା ପରିଷଦ ସଦସ୍ୟ ପ୍ରତାପ ସ୍ୱାଇଁ, ସରପଞ୍ଚ ଯୋଗେନ୍ଦ୍ର […]

ସଂପୂର୍ଣ୍ଣ ପଢନ୍ତୁ

ଭତ୍ତା ଟଙ୍କା ପାଇଁ ବାପାକୁ ହତ୍ୟା ପୁଅ !

କବିସୂର୍ଯ୍ୟନଗର, ୧୬/୧୧: ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଏ. ବରିଡା ଗାଁରେ ଅଭାବନୀୟ ଘଟଣା ଘଟିଛି। ଜନ୍ମକଲା ବାପାକୁ ହତ୍ୟା କଲା ପୁଅ। ମୃତକ ପଦ୍ମନାଭ ସାହୁ ବୋଲି ଜଣାପଡିଛି। ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ ମଝିଆ ପୁଅ ରମେଶ ଚନ୍ଦ୍ର ସାହୁ ବାପା ପଦ୍ମନାଭଙ୍କ ସହ ଭତ୍ତା ଟଙ୍କା ଏବଂ ଦ୍ଵିତୀୟ ବିବାହକୁ କେନ୍ଦ୍ର କରି ବଚସା ହୋଇଥିଲା। ପରେ ତାହା ଉଗ୍ରରୂପ ନେଇଥିଲା।ପୁଅ ରମେଶ ଛୁରୀ ଭୁସି ଓ ପିଟିପିଟି ନିଜ ବାପାକୁ […]

ସଂପୂର୍ଣ୍ଣ ପଢନ୍ତୁ

ବିପୁଳ ପରିମାଣର ଗଞ୍ଜେଇ ଜବତ, ଜଣେ ଅଟକ

ଦିଗପହଣ୍ଡି,, ୯/୧୧: ଗଞ୍ଜାମ ଜିଲା ପାଟପୁର ଥାନା ଅନ୍ତର୍ଗତ ପୋଡ଼ାମାରି ଗ୍ରାମ ପୋଲିସ ଫାଣ୍ଡି ନିକଟରୁ ରବିବାର ସକାଳ ପ୍ରାୟ ସାଢ଼େ ୯ଟାରେ ଏକ ଗଞ୍ଜେଇ ବୋଝେଇ ଯାତ୍ରୀବାହୀ ଅଟୋକୁ ପାଟପୁର ପୋଲିସ ଜବତ କରିଛି।ପାଟପୁର ଥାନାର ଏସ୍.ଆଇ. ସୁଲେମାନ ଭୂୟାଁ ସଦଳବଳେ ଗାଡ଼ି ମୋଟର ଯାଞ୍ଚ କରୁଥିବା ବେଳେ ଗଜପତି ଜିଲା ମୋହନାରୁ ବ୍ରହ୍ମପୁର ଅଭିମୁଖେ ଦ୍ରୁତ ଗତିରେ ଆସୁଥିବା ଏକ ଅଟୋକୁ ଅଟକାଇ ଖାନତଲାସି କରିବାରୁ ଗଞ୍ଜେଇ ଥିବା ଜଣାପଡିଥିଲା। ଗଞ୍ଜେଇ ଚୋରା ଚାଲାଣରେ […]

ସଂପୂର୍ଣ୍ଣ ପଢନ୍ତୁ

ପ୍ରାତଃଭ୍ରମଣ କରୁଥିବା ବୃଦ୍ଧଙ୍କୁ ଧକ୍କା ଦେଲା ବାଇକ୍

କବିସୂର୍ଯ୍ୟନଗର, ୯/୧୧: ଗଞ୍ଜାମଜିଲ୍ଲା କବିସୂର୍ଯ୍ୟନଗର ଥାନା ଖଜାପଲ୍ଲୀ ଗ୍ରାମ ନିକଟରେ ପ୍ରାତଃ ଭ୍ରମଣ କରୁଥିବା ଜଣେ ବୃଦ୍ଧଙ୍କୁ ଏକ ବାଇକ ଧକ୍କା ଦେଇଥିବା ବେଳେ ବୃଦ୍ଧଙ୍କ ସହ ବାଇକ ଚାଳକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତ ବୃଦ୍ଧଜଣଙ୍କ ମଠସରସିଂ ଶାଳବଣ ଗ୍ରାମର କାଶୀନାଥ ସେଠୀ ଓ ବାଇକ ଚାଳକ ଜଣଙ୍କ ରାଣିପଡ଼ା ଗ୍ରାମର ମିଟୁ ପରିଡ଼ା ବୋଲି ଜଣା ପଡିଛି ମିଳିଥିବା ସୂଚନା ଅନୁଯାୟୀ ମିଟୁ ଭୋର ସମୟରେ ବାଇକ ଯୋଗେ ନିଜ ଗ୍ରାମ ଅଭିମୁଖେ […]

ସଂପୂର୍ଣ୍ଣ ପଢନ୍ତୁ

ବାଲେଶ୍ଵର ଓ ଗଞ୍ଜାମରେ ସରକାରୀ ଛୁଟି ବାତିଲ୍‌

ବାଲେଶ୍ଵର, ୨୫/୧୦: ସମ୍ଭାବ୍ୟ ବାତ୍ୟା ପାଇଁ ବାଲେଶ୍ଵର ଏବଂ ଗଞ୍ଜାମ ଜିଲ୍ଲାରେ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି । ପରିସ୍ଥିତି ନିୟନ୍ତ୍ରଣାଧୀନ ହେବା ପର୍ଯ୍ୟନ୍ତ କର୍ମଚାରୀ ମାନଙ୍କର ଛୁଟି ବାତିଲ ହୋଇଛି। ଯେଉଁ କର୍ମଚାରୀମାନେ ଛୁଟିରେ ଅଛନ୍ତି, ସୋମନଙ୍କୁ ତୁରନ୍ତ କାର୍ଯ୍ୟରେ ଯୋଗଦେବାକୁ ଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି। ଅଧିକାରୀ ମାନଙ୍କୁ ନିଜ ନିଜ ମୁଖ୍ୟାଳୟରେ ରହିବାକୁ ନିର୍ଦେଶ ରହିଛି।୨୮ ଓ ୨୯ ତାରିଖରେ ଦକ୍ଷିଣ ଓଡିଶାକୁ ରେଡ଼ ଆଲର୍ଟ ଜାରି କରାଯାଇଛି । ପବନକୁ ନେଇ […]

ସଂପୂର୍ଣ୍ଣ ପଢନ୍ତୁ