ବିପୁଳ ପରିମାଣର ଗଞ୍ଜେଇ ଜବତ, ଜଣେ ଅଟକ

ଅପରାଧ ଗଞ୍ଜାମ ଜିଲା ଖବର ରାଜ୍ୟ
Spread the love

ଦିଗପହଣ୍ଡି,, ୯/୧୧: ଗଞ୍ଜାମ ଜିଲା ପାଟପୁର ଥାନା ଅନ୍ତର୍ଗତ ପୋଡ଼ାମାରି ଗ୍ରାମ ପୋଲିସ ଫାଣ୍ଡି ନିକଟରୁ ରବିବାର ସକାଳ ପ୍ରାୟ ସାଢ଼େ ୯ଟାରେ ଏକ ଗଞ୍ଜେଇ ବୋଝେଇ ଯାତ୍ରୀବାହୀ ଅଟୋକୁ ପାଟପୁର ପୋଲିସ ଜବତ କରିଛି।ପାଟପୁର ଥାନାର ଏସ୍.ଆଇ. ସୁଲେମାନ ଭୂୟାଁ ସଦଳବଳେ ଗାଡ଼ି ମୋଟର ଯାଞ୍ଚ କରୁଥିବା ବେଳେ ଗଜପତି ଜିଲା ମୋହନାରୁ ବ୍ରହ୍ମପୁର ଅଭିମୁଖେ ଦ୍ରୁତ ଗତିରେ ଆସୁଥିବା ଏକ ଅଟୋକୁ ଅଟକାଇ ଖାନତଲାସି କରିବାରୁ ଗଞ୍ଜେଇ ଥିବା ଜଣାପଡିଥିଲା। ଗଞ୍ଜେଇ ଚୋରା ଚାଲାଣରେ ସମ୍ପୃକ୍ତ ଗଜପତି ଜିଲା ଅଡବା ଥାନା ତୁମଙ୍ଗପଦର ଗ୍ରାମର ଯମରାଜ ମାଝୀଙ୍କୁ ପୋଲିସ ଅଟକ ରଖି ତଦନ୍ତ ଚଳାଇଛି।ସାନଖେମୁଣ୍ଡି ଅତିରିକ୍ତ ତହସିଲଦାର ତଥା ଏକଜିକ୍ୟୁଟିଭ୍ ମାଜିଷ୍ଟ୍ରେଟ୍ ଦିଲ୍ଲୀପ କୁମାର ଜେନା ଏବଂ ସ୍ଥାନୀୟ ସାକ୍ଷୀମାନଙ୍କ ଉପସ୍ଥିତିରେ ଗଞ୍ଜେଇ ଓଜନ କରାଯାଇଥିଲା। ଓଜନ କରିବାରୁ ତାହା ୧୦୬ କିଲୋଗ୍ରାମ ୬ ଶହ ଗ୍ରାମ ହୋଇଥିଲା।ପୋଲିସ ଗଞ୍ଜେଇ ବୋଝେଇ ଅଟୋ ଓ ଅଭିଯୁକ୍ତଙ୍କୁ ଥାନାକୁ ଆଣିବା ପରେ ଏସ୍.ଆଇ.ଙ୍କ ଏତଲା ଆଧାରରେ ଥାନା ମାମଲା ନଂ. ୪୯୪/୨୫ ଅନୁଯାୟୀ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି।ଆଗାମୀ କାର୍ଯ୍ୟାନୁଷ୍ଠାନ: ତଦନ୍ତକାରୀ ଅଧିକାରୀ ତଥା ଆଇଆଇସି ଦୀପ୍ତି ରଞ୍ଜନ ବେହେରା ସୂଚନା ଦେଇଛନ୍ତି ଯେ ସୋମବାର ସକାଳେ ଅଭିଯୁକ୍ତଙ୍କୁ ବ୍ରହ୍ମପୁର ସ୍ଥିତ ଜିଲ୍ଲା ଜଜ୍ କୋର୍ଟକୁ ଚାଲାଣ କରାଯିବ।

Leave a Reply

Your email address will not be published. Required fields are marked *