ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

କାଲିମେଳା,୭/୧: ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ, ପାପୁଲୁରୁ, କାଲିମେଳା ବ୍ଲକ, ମାଲକାନଗିରିରେ ହୋଇଯାଇଛି। ଯେଉଁଥିରେ ଜିଲା ତରଫରୁ ବିଧାୟକ ମାଲକାନଗିରି ନରସିଂହ ମାଡ଼କାମୀ, ବିଧାୟକ ଚିତ୍ରକୋଣ୍ଡା ପ୍ରତିନିଧି, ଉପାଧ୍ୟକ୍ଷ ମାଲକାନଗିରି ନିରଞ୍ଜନ ହାଲଦାର, ଜିଲା ମୁଖ୍ୟ ପ୍ରକଳ୍ପ ଉନ୍ନୟନ ଅଧିକାରୀ ନରେଶ ଶବର, ଜିଲା ଶିକ୍ଷା ଅଧିକାରୀ ଚିତ୍ତରଞ୍ଜନ ପାଣିଗ୍ରାହୀ, ଅତିରିକ୍ତ ଜିଲା ଶିକ୍ଷା ଅଧିକାରୀ ମଞ୍ଜୁଲତା ଭୋଇ, ଅତିରିକ୍ତ ଜିଲା ଶିକ୍ଷା ଅଧିକାରୀ ଭାଗୀରଥି ବେହେରା, […]

ସଂପୂର୍ଣ୍ଣ ପଢନ୍ତୁ

MV-26ରେ ଶାନ୍ତି ପ୍ରତିଷ୍ଠା ପାଇଁ ସାଂସଦଙ୍କ ଉଦ୍ୟମ

ମାଲକାନଗିରି, ୧୪/୧୨: ମାଲକାନଗିରି ଜିଲ୍ଲାର ରାଖାଲଗୁଡ଼ାର ଲାକେ ପଡିଆମିଙ୍କୁ ହତ୍ୟା ଓ ପରେ ଏମଭି-୨୬ ଗ୍ରାମରେ ପୋଡ଼ାଜଳା ଓ ଭଙ୍ଗାରୁଜା ଘଟଣା ପରେ ଜିଲ୍ଲାରେ ଏକ ପ୍ରକାର ଅଶାନ୍ତ ବାତାବରଣ ସୃଷ୍ଟି ହୋଇଥିଲା। ଏହାକୁ କିପରି ରୋକାଯିବା ସହ ଜିଲ୍ଲାରେ ଶାନ୍ତି ପ୍ରତିଷ୍ଠା ହେବ ତାକୁ ନେଇ ଜିଲ୍ଲା ପ୍ରଶାସନ ସହ ସରକାର ମଧ୍ୟ ଲାଗି ପଡ଼ିଛନ୍ତି। ଏହି କ୍ରମରେ ଆଜି ସାଂସଦ ବଳଭଦ୍ର ମାଝୀ ମଧ୍ୟ ମାଲକାନଗିରିରେ ପହଞ୍ଚିଥିଲେ। ସର୍କିଟ ହାଉସରେ ଦୁଇ ସଂପ୍ରଦାୟର ବରିଷ୍ଠ […]

ସଂପୂର୍ଣ୍ଣ ପଢନ୍ତୁ

ବୋରଓ୍ବେଲରେ ବିଷ

ମାଲକାନଗିରି, ୧୩/୧୨: ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅଭାବନୀୟ ଘଟଣା ଘଟିଛି। ସ୍କୁଲ ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ। ଏ ନେଇ ବିଦ୍ୟାଳୟ କର୍ତ୍ତୁପକ୍ଷ ଥାନାରେ ଏତଲା ଦେଇଛନ୍ତି । ସ୍କୁଲ ଛାତ୍ରଛାତ୍ରୀଙ୍କ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତି ପାଇଁ ବୋରଓ୍ବେଲରୁ ପାଣି ନିଆଯିବା ବେଳେ ଫେଣ ସୃଷ୍ଟି ହେବା ସହ ଅଜବ ଗନ୍ଧ ବାହାରିଥିଲା। ଏହାପରେ ପିଲାଙ୍କୁ ପାଣି ବ୍ୟବହାର କରିବାକୁ ବାରଣ କରାଯାଇଥିଲା। ଏବଂ ସ୍କୁଲ ପରିଚାଳନା […]

ସଂପୂର୍ଣ୍ଣ ପଢନ୍ତୁ

ଆଇନଶୃଙ୍ଖଳା ବଜାୟ ରଖ: କେଭି

ମାଲକାନଗିରି, ୧୧/୧୨ : ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକ ଶେଷ ହୋଇଛି। ପର୍ଯ୍ୟାୟକ୍ରମେ ଦୁଇ ଗୋଷ୍ଠୀଙ୍କ ସହ ଆଲୋଚନା ହୋଇଛି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବୈଠକ ଶେଷ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି ଉପମୁଖ୍ୟମନ୍ତ୍ରୀ କେଭି.ସିଂହଦେଓ। ସେ କହିଛନ୍ତି ଦୁଇ ଗୋଷ୍ଠୀ ଦାବିପତ୍ର ପ୍ରଦାନ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କୁ ଏ ନେଇ ଅବଗତ କରିବି। ଆଇନଶୃଙ୍ଖଳା ବଜାୟ ରଖିବାକୁ ପ୍ରଶାସନକୁ ନିର୍ଦେଶ ଦିଆଯାଇଛି।ଆଜି ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ, ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ମାଲକାନଗିରି ଜିଲ୍ଲା ଗସ୍ତ କରିଥିଲେ । […]

ସଂପୂର୍ଣ୍ଣ ପଢନ୍ତୁ

ମାଲକାନଗିରିରେ ଉତ୍ତେଜନା: ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି, ୯/୧୨: ମାଲକାନଗିରି ଜିଲ୍ଲାର ଏମଭି-୨୬ ଗ୍ରାମରେ ଗତକାଲି ଏବଂ ସୋମବାର ହଜାର ହଜାର ଆଦିବାସୀ ଗାଁରେ ନିଆଁ ଲଗାଇ ସବୁ ଛାରଖାର କରିଦେଇଛନ୍ତି। ଏଥିରୁ ଗାଁର ଗୋଟିଏ ବି ଘର ବର୍ତ୍ତି ନାହିଁ। ଲୋକେ ଭୟରେ ଗାଁ ଛାଡି ଅନ୍ୟତ୍ର ଚାଲିଯାଇଛନ୍ତି। ପୁଲିସ ଏଠାରେ ଦେଖଣାହାରୀ ହୋଇ ରହିଯାଇଥିଲା। କିଛି କରିବା ପୂର୍ବରୁ ହଜାର ହଜାର ଲୋକଙ୍କ ଉଗ୍ରରୂପ ସମସ୍ତଙ୍କୁ ଭୟଭୀତ କରିଥିଲା। ତେବେ ଗୋଟିଏ ପଟେ ଆଦିବାସୀ ମେଳି କରି ବୈଠକ କରୁଥିବା ବେଳେ […]

ସଂପୂର୍ଣ୍ଣ ପଢନ୍ତୁ

ଗାଁ କଳିରୁ ପୋଡାଜଳା , ମେଳି ଓ ଉତ୍ତେଜନା

ମାଲକାନଗିରି, ୭/୧୨: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା ଗାଁର ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ମିଳିବା ପରେ ଗାଁରେ ଉତ୍ତେଜନା ଦେଖାଦେଇଛି । ଗୋଟିଏ ଗୋଷ୍ଠୀ ଅନ୍ୟ ଗୋଷ୍ଠୀଙ୍କ ଘରେ ନିଆଁ ଲଗାଇବା ସହ ଭଙ୍ଗାରୁଜା କରିଛନ୍ତି । ଖୋଦ ଜିଲ୍ଲାପାଳ ଘଟଣା ସ୍ଥଳରେ ପହଁଚି ଲୋକଙ୍କୁ ବୁଝାସୁଝା କରିଛନ୍ତି । କଡ଼ା ସୁରକ୍ଷା ଭିତରେ ଗତକାଲି ମହିଳାଙ୍କ ମୃତଦେହ ବ୍ୟବଚ୍ଛେଦ ଶେଷ ହୋଇଛି ।ରାତି ତମାମ ମାଲକାନଗିରି ଏମଭି ୨୬ ଗାଁରେ […]

ସଂପୂର୍ଣ୍ଣ ପଢନ୍ତୁ

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି, ୫/୧୨: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା ପରେ ବାତିଲ୍ ହେଲା ଆଜିର ପରୀକ୍ଷା । ପରୀକ୍ଷାର ୩ ଘଣ୍ଟା ପୂର୍ବରୁ ଏଏନଏମ ପ୍ରଶ୍ନପତ୍ର ଲିକ୍ ହୋଇଥିବା ନେଇ ଅଭିଯୋଗ ହୋଇଛି । ଦ୍ୱିତୀୟ ବର୍ଷ ଛାତ୍ରଙ୍କ ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ର ଲିକ୍ ହୋଇଛି । ଦିନ ୨ ଟାରେ ପରୀକ୍ଷା ଥିବା ବେଳେ ୧୧ ଟା ବେଳେ ପ୍ରଶ୍ନପତ୍ର ଲିକ୍ ହୋଇଥିବା ନେଇ ଅଭିଯୋଗ ହୋଇଛି । ଆଜି ମିଡ୍ […]

ସଂପୂର୍ଣ୍ଣ ପଢନ୍ତୁ

ଉପାନ୍ତ ଅଞ୍ଚଳରେ ମେଡିକାଲ୍‌ ଟିମ୍

ମାଲକାନଗିରି, ୪/୧୨ : ‘ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟସେବା ଯୋଜନା’ ରେ ଉପାନ୍ତ ଅଞ୍ଚଳବାସୀଙ୍କ ପାଇଁ ବିଶେଷଜ୍ଞ ଚିକିତ୍ସା ସେବା ସୁନିଶ୍ଚିତ ହେଉଛି। ମାଲକାନଗିରି ଜିଲ୍ଲାବାସୀଙ୍କୁ ଉଚ୍ଚମାନର ସ୍ୱାସ୍ଥ୍ୟସେବା ଯୋଗାଇବା ପାଇଁ ‘ମୁଖ୍ୟମନ୍ତ୍ରୀ ବାୟୁ ସ୍ଵାସ୍ଥ୍ୟ ସେବା ଯୋଜନା’ ରେ ଗତକାଲି ଶ୍ରୀ ରାମ ଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜ ଏବଂ ହସ୍ପିଟାଲର ବିଶେଷଜ୍ଞ ଟିମ୍ ମାଲକାନଗିରି ଜିଲ୍ଲା ସଦର ମହକୁମା ହସ୍ପିଟାଲ ଗସ୍ତ କରିଥିଲେ । ଏହି ଡାକ୍ତରୀ ଦଳରେ ନିଶ୍ଚେତକ ବିଭାଗ, ୟୁରୋଲୋଜି ବିଭାଗ, ନ୍ୟୁରୋଲୋଜି […]

ସଂପୂର୍ଣ୍ଣ ପଢନ୍ତୁ

ଜୀବନ ଯାଉଯାଉ ୨୫ଲୋକଙ୍କୁ ବଞ୍ଚାଇ ଦେଲେ

ମାଲକାନଗିରି, ୨୦/୧୧: ଚଳନ୍ତା ବସରେ ବସ ଡ୍ରାଇଭରଙ୍କୁ ହୃଦଘାତ । ଏଭଳି ଅଭାବନୀୟ ଘଟଣା ଘଟିଛି ମାଲକାନଗିରି ଜିଲ୍ଲାରେ। ଡ୍ରାଇଭର ଜଣକ ନିଜେ ଚାଲିଗଲେ ହେଲେ ୨୫ ଜଣ ଯାତ୍ରୀଙ୍କ ଜୀବନ ବଞ୍ଚାଇଦେଲେ। ଆଜି ଜଣେ ଓଏସ୍‌ଆରଟିସି ବସ୍ ଡ୍ରାଇଭରଙ୍କ ହୃଦଘାତ ହୋଇଥିଲା। କିନ୍ତୁ ସେ ସାହସର ସହିତ ପ୍ରଥମେ ବସ୍‌ଟିକୁ ସୁରକ୍ଷିତ ଭାବରେ ରାସ୍ତା କଡ଼କୁ ସାଇଡ କରିଦେଇଥିଲେ। ଫଳରେ ବସ୍‌ରେ ଥିବା ସମସ୍ତ ୨୫ ଜଣ ଯାତ୍ରୀଙ୍କ ଜୀବନ ବଞ୍ଚିଯାଇଥିଲା। ମୃତକ ମାଲକାନଗିରି ଜିଲ୍ଲାର […]

ସଂପୂର୍ଣ୍ଣ ପଢନ୍ତୁ

ଜଳପ୍ରପାତ ରେ ଗାଧୋଇବା ବେଳେ ୨ ଭାସିଯାଇ ନିଖୋଜ

ମାଲକାନଗିରି, ୧୮/୧୧: ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ଗୁମ୍ମାଝରଣ ଜଳପ୍ରପାତରେ ଭାସିଯାଇ ୨ ଜଣ ଯୁବକ ନିଖୋଜ ହୋଇଯାଇଛନ୍ତି। ସେମାନେ ହେଲେ ଜେ. ଶ୍ରୀକାନ୍ତ ଏବଂ ଲିଙ୍ଗରାଜ ମହାପାତ୍ର। ଉଭୟଙ୍କ କୋରାପୁଟ ଜିଲା ଜୟପୁରରେ। ମଙ୍ଗଳବାର କିଛି ପର୍ଯ୍ୟଟକ ଗୁମ୍ମାଝରଣ ଜଳପ୍ରପାତକୁ ବୁଲିବାକୁ ଆସିଥିଲେ ସେଥି ମଧ୍ୟରୁ ୪ ଜଣ ଗାଧୋଇବାକୁ ଯାଇ ଭାସି ଯାଇଥିଲେ। ଦୁଇ ଜଣ ପହଁରି ପହଁରି ଫେରି ଆସିଥିବା ବେଳେ ଶ୍ରୀକାନ୍ତ ଏବଂ ଲିଙ୍ଗରାଜ ଭାସିଯାଇଥିଲେ। ଉଭୟଙ୍କୁ ଖୋଜିବାକୁ ଉଦ୍ୟମ ଜାରି […]

ସଂପୂର୍ଣ୍ଣ ପଢନ୍ତୁ