ମାଲକାନଗିରି, ୧୪/୧୨: ମାଲକାନଗିରି ଜିଲ୍ଲାର ରାଖାଲଗୁଡ଼ାର ଲାକେ ପଡିଆମିଙ୍କୁ ହତ୍ୟା ଓ ପରେ ଏମଭି-୨୬ ଗ୍ରାମରେ ପୋଡ଼ାଜଳା ଓ ଭଙ୍ଗାରୁଜା ଘଟଣା ପରେ ଜିଲ୍ଲାରେ ଏକ ପ୍ରକାର ଅଶାନ୍ତ ବାତାବରଣ ସୃଷ୍ଟି ହୋଇଥିଲା। ଏହାକୁ କିପରି ରୋକାଯିବା ସହ ଜିଲ୍ଲାରେ ଶାନ୍ତି ପ୍ରତିଷ୍ଠା ହେବ ତାକୁ ନେଇ ଜିଲ୍ଲା ପ୍ରଶାସନ ସହ ସରକାର ମଧ୍ୟ ଲାଗି ପଡ଼ିଛନ୍ତି। ଏହି କ୍ରମରେ ଆଜି ସାଂସଦ ବଳଭଦ୍ର ମାଝୀ ମଧ୍ୟ ମାଲକାନଗିରିରେ ପହଞ୍ଚିଥିଲେ। ସର୍କିଟ ହାଉସରେ ଦୁଇ ସଂପ୍ରଦାୟର ବରିଷ୍ଠ ନେତାମାନଙ୍କୁ ପୃଥକ ପୃଥକ ଭାବେ ବୈଠକ କରି ଆଲୋଚନା କରିଥିଲେ। ଆଦିବାସୀ ସଂଘର ନେତାମାନେ ବିଭିନ୍ନ ଦାବି ସାଂସଦଙ୍କ ନିକଟରେ ଉପସ୍ଥାପନା କରିଥିଲେ। ଜିଲ୍ଲାରେ ଶାନ୍ତି ପ୍ରତିଷ୍ଠା ନେଇ ସେମାନେ ସହଯୋଗ କରିବା ନେଇ ପ୍ରତିଶ୍ରୁତି ଦେଇଥିଲେ।
