Govt Of Odisha

ନୂଆବର୍ଷ ପାଇଁ ଛୁଟି ତାଲିକା ଘୋଷଣା କଲେ ରାଜ୍ୟ ସରକାର

ଭୁବନେଶ୍ବର: ନୂଆବର୍ଷ ୨୦୨୭କୁ ନେଇ ସରକାରୀ କର୍ମଚାରୀଙ୍କ ପାଇଁ ଆସିଛି ବଡ଼ ଖବର। ଆସନ୍ତାବର୍ଷ କେଉଁ ଦିନ ମିଳିବ ଛୁଟି, କେଉଁ ପର୍ବପର୍ବାଣୀରେ ବନ୍ଦ ରହିବ ସରକାରୀ ଅଫିସ୍, ତାହାର ପୂରା ତାଲିକା ଜାରି କରିଛନ୍ତି ରାଜ୍ୟ ସରକାର। ୨୦୨୭ ପାଇଁ ମୋଟ୍ ୨୯ଟି ସରକାରୀ ଛୁଟି ସହ ଅପ୍ସନାଲ୍ ହଲିଡେ ତାଲିକା ମଧ୍ୟ ପ୍ରକାଶ ପାଇଛି। ରାଜସ୍ୱ ବିଭାଗ ପକ୍ଷରୁ ଏ ସଂକ୍ରାନ୍ତି ବିଜ୍ଞପ୍ତି ପ୍ରକାଶ ପାଇଛି। ଜାନୁଆରୀ ମାସରେ ଦୁଇଟି ଛୁଟି ମିଳିବ। ମକର […]

ସଂପୂର୍ଣ୍ଣ ପଢନ୍ତୁ

ବାଲିଯାତ୍ରା ପ୍ଲଟ୍ ବୁକିଂ ଶେଷ, ହେଲେ ଥମୁନି ବିବାଦ ; ନିରାଶ ୩ ପିଢ଼ିର ପୁରୁଖା ବ୍ୟବସାୟୀ

କଟକ ୩୧।୧୦: କଟକ ଐତିହାସିକ ବାଲିଯାତ୍ରା ପାଇଁ ଆଜି ପ୍ଲଟ ବୁକିଂର ଅବଧି ଶେଷ ହୋଇଛି। ହେଲେ ତାହା ବିବାଦ ମୁକ୍ତ ଭାବେ ସମ୍ପର୍ଣ୍ଣ ହୋଇପାରିଲା ନାହିଁ। ୭୪ ବର୍ଷୀୟ ପୁରୁଖା ବ୍ୟବସାୟୀ ହମିଦ ଖାନ। ୩ ପିଢ଼ି ଧରି ବାଲିଯାତ୍ରାରେ ବେପାର କରି ଆସୁଛନ୍ତି। ହେଲେ ଯାତ୍ରା ଆୟୋଜନ ଲାଗି ପ୍ରଶାସନ ଯେଭଳି ବ୍ୟବସ୍ଥା ଆପଣେଇଛି, ତାହା ସେମାନଙ୍କ ଭଳି କ୍ଷୁଦ୍ର ବ୍ୟବସାୟୀ ମାନଙ୍କୁ ନିରାଶ କରିଛି। ହମିଦ ଖାନଙ୍କ ମତରେ ସରକାରୀ ଭାବେ ଯାତ୍ରା […]

ସଂପୂର୍ଣ୍ଣ ପଢନ୍ତୁ

ବନ୍ୟା ବିପନ୍ନଙ୍କ ଦୁଃଖ ବୁଝିଲେ ଗଞ୍ଜାମ ଜିଲ୍ଲାପାଳ, ନିଜେ ପରଖିଲେ ରନ୍ଧା ଖାଦ୍ୟର ମାନ

ଛତ୍ରପୁର ୩୧।୧୦: ବାତ୍ୟା ‘ଅର୍ଣ୍ଣବ’ ପରବର୍ତ୍ତୀ ବନ୍ୟା ପରିସ୍ଥିତିରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ବନ୍ୟା ପ୍ରଭାବିତ ଅଞ୍ଚଳରେ ରିଲିଫ୍ ଓ ରନ୍ଧା ଖାଦ୍ୟ ବଣ୍ଟନ କାର୍ଯ୍ୟ ଜୋରଦାର ଭାବେ ଜାରି ରହିଛି । ଜିଲ୍ଲାରେ ୩୬୭ ଫ୍ରି କିଚେନ ବ୍ୟବସ୍ଥା ହୋଇଛି । ଏହି କାର୍ଯ୍ୟର ତଦାରଖ ପାଇଁ ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ ଶନିବାର ଛତ୍ରପୁର ବ୍ଲକର ବିଭିନ୍ନ ବନ୍ୟାପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି । ଜିଲ୍ଲାପାଳ ଛତ୍ରପୁର ବ୍ଲକର […]

ସଂପୂର୍ଣ୍ଣ ପଢନ୍ତୁ

ମଲ୍ଲିକାର୍ଜୁନ ଖଡଗେଙ୍କ ବାସଭବନରେ ‘ମକ୍ ପାର୍ଲ୍ୟାମେଣ୍ଟ’, CECଙ୍କ ବିରୋଧରେ ଆସିଲା ୬ ଅଭିଯୋଗ, ଉଠାଯାଇଛି ୩ ଦାବି

ନୂଆଦିଲ୍ଲୀ:ଅଖିଳ ଭାରତୀୟ କଂଗ୍ରେସ କମିଟି (ଏଆଇସିସି) ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କ ବାସଭବନରେ ୩୧ ଅକ୍ଟୋବର ଶନିବାର ମୁଖ୍ୟ ନିର୍ବାଚନ କମିଶନର (ସିଇସି) ଜ୍ଞାନେଶ କୁମାରଙ୍କ ବିରୋଧରେ ଏକ ‘ମକ ପାର୍ଲ୍ୟାମେଣ୍ଟ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି, ଏଥିରେ ପୂର୍ବତନ ଲୋକସଭା ବାଚସ୍ପତି ମୀରା କୁମାର ଅଧ୍ୟକ୍ଷତା କରିଛନ୍ତି। ‘ଇଣ୍ଡିଆ’ ମେଣ୍ଟର ଏହି କାର୍ଯ୍ୟକ୍ରମ ରାମଲିଳା ମୈଦାନରେ ବିରୋଧୀ ଦଳଙ୍କ ପ୍ରସ୍ତାବିତ ‘ଦିଲ୍ଲୀ ଚଲୋ’ ରାଲିର ଦିନକ ପୂର୍ବରୁ ଅନୁଷ୍ଠିତ ହୋଇଛି, ଯେଉଁଥିରେ ବିରୋଧୀ ଦଳମାନେ ସିଇସିଙ୍କ ଇସ୍ତଫା ଦାବିକୁ […]

ସଂପୂର୍ଣ୍ଣ ପଢନ୍ତୁ
Lpg 300x166

ରାଜଧାନୀରେ ଗ୍ୟାସ୍ ସିଲିଣ୍ଡର ଚୋରି ଗ୍ୟାଙ୍ଗର ପର୍ଦ୍ଦାଫାସ; ବିପୁଳ ସିଲିଣ୍ଡର ଜବତ

ଭୁବନେଶ୍ୱର: ରାଜଧାନୀରେ ଦୀର୍ଘ ଦିନ ଧରି ଆତଙ୍କ ଖେଳାଇଥିବା ଗ୍ୟାସ୍ ସିଲିଣ୍ଡର ଚୋରି ଗ୍ୟାଙ୍ଗର ପର୍ଦ୍ଦାଫାସ କରିଛି କମିଶନରେଟ୍ ପୋଲିସ । ଏମାନେ ଦିନରେ ରେକି କରୁଥିଲେ, ଆଉ ରାତି ହେଲେ ଘରେ ପଶି ଚୋରି କରୁଥିଲେ ଗ୍ୟାସ୍ ସିଲିଣ୍ଡର। ଏହାପରେ ଚୋରି ସିଲିଣ୍ଡରକୁ ସ୍ଥାନୀୟ ଦୋକାନୀଙ୍କୁ ବିକ୍ରି କରୁଥିଲେ। ଶେଷରେ ସିସିଟିଭି ଫୁଟେଜ୍ ଆଧାରରେ ଏହି ଗ୍ୟାଙ୍ଗର ପର୍ଦ୍ଦାଫାସ କରିଛି ତମାଣ୍ଡୋ ଥାନା ପୋଲିସ। ଏହି ଘଟଣାରେ ଗ୍ୟାଙ୍ଗର ମୁଖ୍ୟ ଅଭିଯୁକ୍ତ ଏବଂ ଚୋରି ସାମଗ୍ରୀ […]

ସଂପୂର୍ଣ୍ଣ ପଢନ୍ତୁ

ଗଞ୍ଜାମ-ଗଜପତି ବନ୍ୟାଞ୍ଚଳ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ, ଆକାଶ ମାର୍ଗରୁ ଦେଖିଲେ କ୍ଷୟକ୍ଷତି

ଭୁବନେଶ୍ବର ୩୦।୧୦: ବାତ୍ୟା ‘ଅର୍ଣ୍ଣବ’ ଯିବାପରେ ଗଞ୍ଜାମ ଓ ଗଜପତିର ସ୍ଥିତି ବେହାଲ । ଜଳମଗ୍ନ ଅନେକ ଅଞ୍ଚଳ । ଜଳବନ୍ଦୀ ଅନେକ ଲୋକ । ଜନଜୀବନ ହୋଇପଡ଼ିଛି ଅସ୍ତବ୍ୟସ୍ତ । ଏଭଳି ସ୍ଥିତିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଞ୍ଜାମ ଆଉ ଗଜପତି ବନ୍ୟାଞ୍ଚଳ ପରିଦର୍ଶନ କରିଛନ୍ତି । ଆକାଶ ମାର୍ଗରୁ ଗଞ୍ଜାମ ଓ ଗଜପତି ଜିଲ୍ଲାର ବନ୍ୟା ସ୍ଥିତି ଅନୁଧ୍ୟାନ କରିବା ପରେ ରଙ୍ଗେଇଲୁଣ୍ଡାରେ ଅବତରଣ କରି ସ୍ଥିତିର ସମୀକ୍ଷା କରିଛନ୍ତି । ବାତ୍ୟା […]

ସଂପୂର୍ଣ୍ଣ ପଢନ୍ତୁ
Naveen Patnaik

ଗଞ୍ଜାମ ବନ୍ୟାକୁ ନେଇ ନବୀନଙ୍କ ତତ୍ପରତା, ବନ୍ୟାଞ୍ଚଳକୁ ପଠାଇଲେ ପ୍ରତିନିଧି ଦଳ

ଭୁବନେଶ୍ୱର ୩୦।୧୦: ବିରୋଧୀଦଳ ନେତା ନବୀନ ପଟ୍ଟନାୟକ ଟେଲିଫୋନ ଯୋଗେ ଗଞ୍ଜାମ ଜିଲ୍ଲାପାଳଙ୍କ ଠାରୁ ହିଞ୍ଜିଳି ଓ ଶେରଗଡ଼ ସମେତ ସମଗ୍ର ଜିଲ୍ଲାର ବନ୍ୟା ପରିସ୍ଥିତି ସମ୍ପର୍କରେ ପଚାରି ବୁଝିଥିଲେ । ବିପନ୍ନ ଲୋକଙ୍କ ଉଦ୍ଧାର ଓ ରିଲିଫ ସମ୍ପର୍କରେ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ, ଜିଲ୍ଲପାଳ ବିରୋଧୀଦଳ ନେତାଙ୍କୁ ଅବଗତ କରିଥିଲେ । ଅର୍ଣ୍ଣବ ବାତ୍ୟା ଜନିତ ଏହି ଅଭୁତପୂର୍ବ ବନ୍ୟା ଯୋଗୁଁ ଗଞ୍ଜାମବାସୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଏଥିପାଇଁ ନବୀନ […]

ସଂପୂର୍ଣ୍ଣ ପଢନ୍ତୁ

ଟାଙ୍ଗୀରେ ଅଭାବନୀୟ ଘଟଣା: ବିଦ୍ୟୁତ୍ ଆଘାତରେ ବାପା-ପୁଅଙ୍କ ମୃତ୍ୟୁ, ଗାଁରେ ଶୋକାକୁଳ ପରିବେଶ

ଟାଙ୍ଗୀ: ଜମିରେ ବିଦ୍ୟୁତ୍ ଆଘାତରେ ବାପା- ପୁଅଙ୍କ ଅକାଳ ମୃତ୍ୟୁ । ଏଭଳି ଏକ ହୃଦୟବିଦାରକ ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଥାନା ଅନ୍ତର୍ଗତ ହରିପୁର ଗ୍ରାମରେ । ମୃତକ ହେଲେ ହରିପୁର ଗ୍ରାମର ରବୀନ୍ଦ୍ର ଗୁରୁ ଏବଂ ତାଙ୍କ ପୁଅ ପବିତ୍ର ଗୁରୁ। ସୂଚନା ଅନୁଯାୟୀ, ସନ୍ଧ୍ୟା ସମୟରେ ରବୀନ୍ଦ୍ର ଗୁରୁ ଜଙ୍ଗଲୀ ଜନ୍ତୁଙ୍କ ଦାଉରୁ ନିଜ ଫସଲକୁ ରକ୍ଷା କରିବା ପାଇଁ ବିଲକୁ ଯାଇଥିଲେ। ସେଠାରେ ଅସାବଧାନତାବଶତଃ ସେ ବିଦ୍ୟୁତ୍ ସଂସ୍ପର୍ଶରେ ଆସିଯାଇଥିଲେ […]

ସଂପୂର୍ଣ୍ଣ ପଢନ୍ତୁ

ଜାନୁଆରୀ ମାସରୁ ଆରମ୍ଭ ହେବ ଜନଗଣନା, ତାରିଖ ଘୋଷଣା କଲେ ଜନଗଣନା ଆୟୁକ୍ତ

ନୂଆଦିଲ୍ଲୀ: ଜନଗଣନାକୁ ନେଇ ବଡ଼ ଘୋଷଣା ସାମ୍ନାକୁ ଆସିଛି । ଜନଗଣନା ଆୟୁକ୍ତଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ବିଧିବଦ୍ଧ ବିଜ୍ଞପ୍ତି ଅନୁଯାୟୀ, ୨୦୨୭ ଜାନୁଆରୀ ମାସରୁ ଆରମ୍ଭ ହେବ ଜନଗଣନା (Population Census 2027) । ଦେଶର ବିଭିନ୍ନ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ୨୦୨୭ ଜାନୁଆରୀ ୨୫ରୁ ଫେବୃଆରୀ ୨୮ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ସେହିପରି ୨୦୨୭ ମାର୍ଚ୍ଚ ୧ ତାରିଖକୁ ରେଫରେନ୍ସ ତାରିଖ ଭାବେ ଧାର୍ଯ୍ୟ କରାଯାଇଛି। ଅର୍ଥାତ୍ ମାର୍ଚ୍ଚ ୧ ତାରିଖ (୦୦:୦୦ […]

ସଂପୂର୍ଣ୍ଣ ପଢନ୍ତୁ

ବାତ୍ୟା ‘ଅର୍ଣ୍ଣବ’ରେ ଦୋହଲିଲା ଭାରତର ପୂର୍ବ ଉପକୂଳ, ନାସା ଜାରି କଲା ମହାକାଶରୁ ଉଠାଯାଇଥିବା ଚିତ୍ର

କଲମ୍ବୋ: ବାତ୍ୟା ‘ଅର୍ଣ୍ଣବ’ ଭାରତର ଏକ ବଡ଼ ଅଞ୍ଚଳକୁ ପ୍ରଭାବିତ କରିଛି। ବିଶେଷକରି ଆନ୍ଧ୍ରପ୍ରଦେଶ, ଓଡ଼ିଶା ଏବଂ ତେଲେଙ୍ଗାନାର ବିଭିନ୍ନ ଅଞ୍ଚଳରେ ଏହି ବାତ୍ୟା ଯୋଗୁଁ ଧନଜୀବନ କ୍ଷତି ହୋଇଛି। ଚଳିତ ବର୍ଷ ଉତ୍ତର ହିନ୍ଦ ମହାସାଗରୀୟ ବାତ୍ୟା ଋତୁର ପ୍ରଥମ ବାତ୍ୟା ଅର୍ଣ୍ଣବ ଅକ୍ଟୋବର ୨୮ ତାରିଖ ସକାଳେ ଭାରତୀୟ ଉପକୂଳରେ ସ୍ଥଳଭାଗ ଛୁଇଁଥିଲା। ଆମେରିକାର NOAA-20 ଉପଗ୍ରହ ଅକ୍ଟୋବର ୨୭ ତାରିଖରେ ବାତ୍ୟା ସ୍ଥଳଭାଗ ଛୁଇଁବା ପୂର୍ବରୁ ଏହାର ଚିତ୍ର ଉତ୍ତୋଳନ କରିଥିଲା। ନାସା […]

ସଂପୂର୍ଣ୍ଣ ପଢନ୍ତୁ