କଟକରେ କଙ୍ଗାରୁ କୋର୍ଟ : ପୂର୍ବଶତ୍ରୁତାରୁ ନାବାଳକଙ୍କୁ ଉଲଗ୍ନ କରି ମାଡ଼, ଭିଡ଼ିଓ ଭାଇରାଲ୍‌

କଟକ: କଟକ ଚାଉଳିଆଗଞ୍ଜ ଅଂଚଳରେ କଙ୍ଗାରୁ କୋର୍ଟ। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଜଣେ ନାବାଳକଙ୍କୁ ଉଲଗ୍ନ କରି ମାଡ଼ ମାରିବା ଭିଡ଼ିଓ ସମ୍ପ୍ରତି ଭାଇରାଲ୍‌ ହେବାରେ ଲାଗିଛି। ମାଡ଼ମାରିଥିବା ଯୁବକମାନେ ହିଁ ଭିଡ଼ିଓ ଉତ୍ତୋଳନ କରି ସାମାଜିକ ଗଣମାଧ୍ୟମରେ ଛାଡ଼ିଥିବା ଜଣାଯାଇଛି। ଘଟଣା ସମ୍ପର୍କରେ ପୀଡ଼ିତ ନାବାଳକ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ସୂଚନାନୁାସରେ, ଦୁଇ ଦିନ ପୂର୍ବେ ଏହି ଘଟଣା ଘଟିଥିଲା। ମାଡ ଖାଉଥିବା ନାବାଳକ ସେବେଠୁ ଘରକୁ ଆସୁ ନଥିଲେ। ଆଜି ସେ ଘରକୁ […]

ସଂପୂର୍ଣ୍ଣ ପଢନ୍ତୁ

କଢ଼ାଙ୍ଗ – ସଅଁରା କେନାଲବନ୍ଧ ରାସ୍ତା ଶୋଚନୀୟ -କଢ଼ାଙ୍ଗ – ପୁରୋହିତପୁର ରାସ୍ତା ସମ୍ପ୍ରସାରଣ କାମ ଧିମା

ଝଙ୍କଡ଼ : କଢ଼ାଙ୍ଗ, ସଅଁରା କେନାଲବନ୍ଧ ରାସ୍ତା ଟି ଦୀର୍ଘବର୍ଷବର୍ଷ ଧରି ମରାମତି ହୋଇନଥିବାରୁ, ଏହି ରାସ୍ତାର ଉଭୟପାର୍ଶ୍ଵ ଖାଲଖମା ରେ ପରିଣତ ହୋଇଥିବାବେଳେ, ଏହି ରାସ୍ତାର ଅନ୍ୟତମ ଶାଖା ରାସ୍ତା ଟି ସିଧାସଳଖ ଜିଲ୍ଲା ସଦର ମହକୁମା, ଜଗତସିଂହପୁର ର ପୁରୋହିତପୁର କୁ ସଂଯୋଗ କରୁଛି l ଏହି ରାସ୍ତାର ସମ୍ପ୍ରସାରଣ କାମ ଆରମ୍ଭ ହୋଇଥିବା ବେଳେ, କାମ ମନ୍ଥରଗତିରେ ଚାଲିଥିବାରୁ ପ୍ରତିଦିନ ଜଗତସିଂହପୁର କୁ ଯାତାୟତ କରୁଥିବା ଯାନବାହାନ ଗୁଡିକ ନାହିଁ ନଥିବା ଅସୁବିଧାର […]

ସଂପୂର୍ଣ୍ଣ ପଢନ୍ତୁ

ବାୟା ଅବଧୂତ କଲେଜରେ ରେଡ୍ କ୍ରସ ତରଫରୁ ବନମହୋତ୍ସବ

ଝଙ୍କଡ : ରେଡ୍ କ୍ରସ ସୋସାଇଟି ତରଫରୁ ବନମହୋତ୍ସବ କାର୍ଯ୍ୟ କ୍ରମ ବାୟା ଅବଧୂତ କଲେଜ ପରିସରରେ ଅନୁଷ୍ଠିତ ହୋଇଯାଇଛି। କାଉନସେଲର ମନୋରଞ୍ଜନ ଦାସଙ୍କ ତତ୍ତ୍ଵାବଧାନରେ ଓ ଲେଡି କାଉନସେଲର ସାଗରିକା ଦାସଙ୍କ ସହଯୋଗରେ ଅନୁଷ୍ଠାନର ଛାତ୍ରଛାତ୍ରୀମାନଙ୍କୁ ପରିବେଶ ସୁରକ୍ଷା ଓ ବୃକ୍ଷ ରୋପଣ ସମ୍ପର୍କିତ ଆଲୋଚନା ମାଧ୍ୟମରେ ସଚେତନତା କରିବା ସହ କର୍ମଚାରୀ ଓ ଛାତ୍ରଛାତ୍ରୀମାନେ ସମ୍ମିଳିତ ଭାବରେ ବ୍ୟାପକ ବୃକ୍ଷ ରୋପଣ କରିଛନ୍ତି। ବୃକ୍ଷ ଗୁଡିକ ର ସୁରକ୍ଷା ପାଇଁ ରେଡ୍ କ୍ରସ ସୋସାଇଟି […]

ସଂପୂର୍ଣ୍ଣ ପଢନ୍ତୁ

ସାରଳା ପବ୍ଲିକ ସ୍କୁଲ ପରିସରରେ ପାଣି : କୁନିକୁନି ପିଲାମାନଙ୍କ ସ୍ୱାସ୍ଥ୍ୟ ଉପରେ ପ୍ରଶ୍ନବାଚୀ

ପ୍ରସିଦ୍ଧ ଝଙ୍କଡ଼ ସାରଳାପୀଠ କନକପୁର, ବସନ୍ତବଗିଚାରେ ଦୀର୍ଘ ତିରିଶବର୍ଷ ଧରି, ଖୋଲାଯାଇଥିବା ସାରଳା ପବ୍ଲିକ ସ୍କୁଲ ପରିସରରେ ବର୍ଷାଋତୁ ଆରମ୍ଭ ହେବାଦିନ ଠାରୁ ପାଣିଜମିରହିଛି l ଯାହା ଫଳରେ ଏଠାରେ ପାଠପଢ଼ୁଥିବା ଶତାଧିକ କୋମଳମତି ଛାତ୍ରଛାତ୍ରୀ ମାନେ, ଏହି ପାଣିକାଦୁଅ ରେ ଯାତାୟତ କରି ଥଣ୍ଡା ଓ ଜ୍ୱରରୋଗ ରେ ପୀଡ଼ିତ ହେଉଛନ୍ତି l ଏଥିପାଇଁ ଅବିଭାବକ ମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି l ପବ୍ଲିକସ୍କୁଲର ନିଜସ୍ୱ ଆୟରେ ଶିକ୍ଷକଶିକ୍ଷୟତ୍ରୀ ମାନଙ୍କୁ ନିୟମିତ ଦରମା […]

ସଂପୂର୍ଣ୍ଣ ପଢନ୍ତୁ

ହେ ମୃତ୍ୟୁ! ମୋତେ ନେଇଯାଅ : କର୍କଟ ଯନ୍ତ୍ରଣା ଜର୍ଜରିତ ସରୋଜିନୀଙ୍କ ବିକଳ ଚିତ୍କାର

ଝଙ୍କଡ଼ : ମୃତ୍ୟୁ ଯଦି ନିଶ୍ଚିତ, ତେବେ ସହସା ମରିଯିବା ଭଲ। ମାତ୍ର ଅସାଧ୍ୟ କର୍କଟ ରୋଗାଗ୍ରସ୍ତ ବ୍ୟକ୍ତି ଯେ ପ୍ରତିକ୍ଷଣରେ ଜୀବନ ଓ ମୃତ୍ୟୁ ସହ ସଂଗ୍ରାମ କରି ଯେଉଁ କଷ୍ଟ ଯନ୍ତ୍ରଣା ଭୋଗ କରେ ବାସ୍ତବିକ୍ ତାହା ଅବର୍ଣ୍ଣନୀୟ। ଦାରିଦ୍ର୍ୟ ସହ କର୍କଟ ରୋଗ, ସତେ ଯେମିତି ବୋଝ ଉପରେ ନଳିତା ବିଡ଼ା ପରି। ଏହା କୌଣସି କାହାଣୀ ନୁହେଁ ବରଂ ବାସ୍ତବତା। ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ କୋଲର ପଞ୍ଚାୟତର ଦଶମାଣପୂର୍ […]

ସଂପୂର୍ଣ୍ଣ ପଢନ୍ତୁ

ସଅଁରା -ନାଲିବର ଭାୟା ବରୁଣପଡା ଆର ଡି ରାସ୍ତାକାମ ସରୁନି : ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ବାଟବଣା

ଝଙ୍କଡ଼  : ଜଗତସିଂହପୁରଜିଲ୍ଲା, ତିର୍ତ୍ତୋଲବ୍ଲକ ସଅଁରା ପଞ୍ଚାୟତ ର ହାଇସ୍କୁଲ ପାଖରୁ ବିଗତ ତିନିବର୍ଷ ହେଲା ଆରମ୍ଭ ହୋଇଥିବା ସଅଁରା,-ନାଲିବର ଭାୟା ବରୁଣପଡା ଛଅକିଲୋମିଟର ରାସ୍ତାକାମ ଆଜିପର୍ଯ୍ୟନ୍ତ ଶେଷହୋଇପାରିନାହଁ l ମୁଖ୍ୟମନ୍ତ୍ରୀ ସଡ଼କଯୋଜନାରେ ଅନ୍ତର୍ଭୁକ୍ତ ଏହି ରାସ୍ତାକାମ ଆର ଡି ବିଭାଗ ଦ୍ୱାରା କରାଯାଉଥିବା ବେଳେ, ବିଭାଗୀୟ ଯନ୍ତ୍ରୀ ଓ ଠିକାଦାର ଙ୍କ ମଧୁଚନ୍ଦ୍ରିକା ଯୋଗୁଁ, ପ୍ରାଥମିକ ପର୍ଯ୍ୟାୟ ରେ ରାସ୍ତାଉପରେ ଯେଉଁ ସ୍ପଲମହରମ ଓ ମେଟାଲ ଚିପ୍ସ ଆଦି ପଡିଥିଲା, ସେଗୁଡିକ ଅଧିକାଂଶ ସ୍ଥାନରୁ ଉଠିଯାଇଥିବା […]

ସଂପୂର୍ଣ୍ଣ ପଢନ୍ତୁ

ତିର୍ତ୍ତୋଲ ବ୍ଲକ୍ କାର୍ଯ୍ୟାଳୟଠାରେ ଯୁଗ୍ମଜନ ଅଭିଯୋଗ ଶୁଣାଣି ଶିବିର

ଝଙ୍କଡ :  ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମଜନ ଅଭିଯୋଗ ଶୁଣାଣି ଶିବିର ତିର୍ତ୍ତୋଲ ବ୍ଲକ୍ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଅଛି। ଏହି ଅଭିଯୋଗ ଶିବିର ରେ ଜିଲ୍ଲାପାଳ ଶ୍ରୀ ଜେ ସୋନାଲ ଉପସ୍ଥିତ ରହି ଜନସାଧାରଣଙ୍କ ବିଭିନ୍ନ ଆପତ୍ତି ଅଭିଯୋଗ ର ଶୁଣାଣି କରିଥିଲେ। ଆଜି ମୋଟ ୨୦୩ ଟି ଅଭିଯୋଗ ପଞ୍ଜୀକୃତ ହୋଇଥିଲା। ସେଥିମଧ୍ୟରୁ ବ୍ୟକ୍ତିଗତ ସମସ୍ୟା ସମ୍ପର୍କୀୟ ୧୯୨ ଗୋଟି, ଗୋଷ୍ଠୀଗତ ସମସ୍ୟା ସମ୍ପର୍କୀୟ /ଗ୍ରାମ୍ୟ ସମସ୍ୟା ସମ୍ପର୍କୀୟ ୧୧ ଟି, ବ୍ୟକ୍ତିଗତ […]

ସଂପୂର୍ଣ୍ଣ ପଢନ୍ତୁ

ଆଦିବାସୀ ବସ୍ତିରେ ଜନ୍ମଦିନ ପାଳନକଲେ ସାମାଜିକ କର୍ମୀ

ମାହାଙ୍ଗା  :   ମାହାଙ୍ଗା ଅଂଚଳର ଲୋକପ୍ରିୟ ସାମାଜିକକର୍ମୀ, ବରିଷ୍ଠ ସାମ୍ବାଦିକ, ଜଣାଶୁଣା ଶବବାହକ, ଅଖିଳେଶ ମହାନ୍ତିଙ୍କ ଜନ୍ମଦିନ କୁହୁଣ୍ଡା ପଞ୍ଚାୟତର କଲ୍ୟାଣପୁର ଆଦିବାସୀ ବସ୍ତିରେ ପାଳନ ହେବା ଦେଖିବାକୁ ମିଳିଛି l ଏହି ଭୂମିହୀନ ଆଦିମ ଜନଜାତିର ମଣିଷ ମାନେ ଶ୍ରୀ ମହାନ୍ତିଙ୍କୁ ଖୁବ ଆପଣାର ବୋଲି ଗ୍ରହଣ କରୁଥିବାରୁ, ସେମାନେ ତା’ଙ୍କୁ ନିଜ ବସ୍ତିକୁ ପାଛୋଟି ନେଇ ଧୁମ ଧାମରେ ଜନ୍ମଦିନ ପାଳନ କରିଥିଲେ l ବସ୍ତିର ଛୋଟ ପିଲାଙ୍କ ଠାରୁ ବୟସ୍କ ପୁରୁଷ ଓ […]

ସଂପୂର୍ଣ୍ଣ ପଢନ୍ତୁ

ଭିନ୍ନକ୍ଷମ ଯୁବକଙ୍କୁ ଉଦ୍ଧାର ଓ ଚିକିତ୍ସା ସେଵା ଯୋଗାଇଲେ ସ୍ନେହମୟୀ 

ଝଙ୍କଡ଼ ତା 5/7/2026 ପୋତାନଇ ପଞ୍ଚାୟତ ଅଧୀନ ବାଇଳୋ ଗ୍ରାମର ଭିକ୍ଷାବୃତ୍ତି କରି ଜୀବନଯାପନ କରୁଥିବା ତଥା ମାନସିକବିକୃତ ରବୀନ୍ଦ୍ର ମହାରାଜ ଙ୍କ ପୁଅ ବାବାଜୀ ମହାରାଜ ମଧ୍ୟ ମାନସିକବିକୃତ ହୋଇ ଦୀର୍ଘ ବର୍ଷ ଧରି ବିଭିନ୍ନ ସ୍ଥାନରେ ଘୁରିବୁଲୁଥିଲେ l କିଏ ଗଣ୍ଡେ ଦେଲା ତ ଖାଇଲା ନହେଲେ ଉପାସଭୋକ ରେ ଜୀବନ ବିତେ ବାବାଜୀର। କୌଣସି କାରଣରୁ ତାର ଡାହାଣଗୋଡ଼ ରେ ଖଣ୍ଡିଆ ହେବା ଓ ଚିକିତ୍ସା ନହେବାରୁ ସେହି ସ୍ଥାନରେ ପୋକ ସାଲୁବାଲୁ […]

ସଂପୂର୍ଣ୍ଣ ପଢନ୍ତୁ

ଡ୍ରେନେଜ ନଥିବାରୁ ସାରଳାହାଟରେ ପାନୀୟଜଳ ପାଇଁ, ହାଟୁଆ ଓ ଗ୍ରାହକ ହନ୍ତସନ୍ତ

ଝଙ୍କଡ଼, ୦୫/୦୭/୨୦୨୬:  ପ୍ରସିଦ୍ଧ ପୀଠ ମା’ ସାରଳାଙ୍କ ସାରଳାହାଟ ପରିସରରେ ଡ୍ରେନେଜ ବ୍ୟବସ୍ଥାର ଚରମ ବିପର୍ଯ୍ୟୟ ଯୋଗୁଁ ଏବେ ପାନୀୟ ଜଳ ପାଇଁ ହାଟୁଆ, ଗ୍ରାହକ ଓ ପଥଚାରୀମାନେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ହାଟର ମଧ୍ୟବର୍ତ୍ତୀ ସ୍ଥାନ ତଥା ଶ୍ରୀରାମ ଚୁଡ଼ାକଳ ରାସ୍ତାରେ ସ୍ଥାୟୀ ଓ ଅସ୍ଥାୟୀ ଦୋକାନୀମାନଙ୍କ ବ୍ୟବହାର ପାଇଁ ବହୁ ବର୍ଷ ପୂର୍ବରୁ ଏକ ନଳକୂପ ସ୍ଥାପନ କରାଯାଇଥିଲା। ପରବର୍ତ୍ତୀ ସମୟରେ ବ୍ୟବସାୟୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଆର.ଡବ୍ଲୁ.ଏସ.ଏସ. (RWSS) ବିଭାଗ […]

ସଂପୂର୍ଣ୍ଣ ପଢନ୍ତୁ