ଝଙ୍କଡ଼ : କଢ଼ାଙ୍ଗ, ସଅଁରା କେନାଲବନ୍ଧ ରାସ୍ତା ଟି ଦୀର୍ଘବର୍ଷବର୍ଷ ଧରି ମରାମତି ହୋଇନଥିବାରୁ, ଏହି ରାସ୍ତାର ଉଭୟପାର୍ଶ୍ଵ ଖାଲଖମା ରେ ପରିଣତ ହୋଇଥିବାବେଳେ, ଏହି ରାସ୍ତାର ଅନ୍ୟତମ ଶାଖା ରାସ୍ତା ଟି ସିଧାସଳଖ ଜିଲ୍ଲା ସଦର ମହକୁମା, ଜଗତସିଂହପୁର ର ପୁରୋହିତପୁର କୁ ସଂଯୋଗ କରୁଛି l ଏହି ରାସ୍ତାର ସମ୍ପ୍ରସାରଣ କାମ ଆରମ୍ଭ ହୋଇଥିବା ବେଳେ, କାମ ମନ୍ଥରଗତିରେ ଚାଲିଥିବାରୁ ପ୍ରତିଦିନ ଜଗତସିଂହପୁର କୁ ଯାତାୟତ କରୁଥିବା ଯାନବାହାନ ଗୁଡିକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ବିଶେଷକରି ରୋଗୀ ଓ ଛାତ୍ରଛାତ୍ରୀ ମାନେ ରାସ୍ତା ଖରାପ ଥିବାରୁ, ନିର୍ଦ୍ଧାରିତ ସମୟରେ ଠିକଣା ସ୍ଥଳରେ ପହଞ୍ଚି ପାରୁନାହାଁନ୍ତି l
ମୁଖ୍ୟମନ୍ତୀ ବସସେବା ନିମନ୍ତେ ବ୍ୟବହୃତ ଗାଡି ଗୁଡିକ ବିପରୀତ ଦିଗରୁ ଆସୁଥିବା ଗାଡିମଟର ଗୁଡିକୁ ଅତିକ୍ରମ କରିବା, କଷ୍ଟକର ବ୍ୟାପାର ହୋଇଯାଉଛି l ମାଟିପଡି ସମ୍ପ୍ରସାରିତ ହୋଇଥିବା ସ୍ଥାନରେ, ପ୍ସଲ, ମହରମ, ଗୋଡି, ମେଣ୍ଟାଲ, ଚିପ୍ସ ବା ଡ଼ଷ୍ଟ ଆଦି ପଡିନଥିବାରୁ, ଗାଡି କୁ ଗାଡି ପାସ କଲାବେଳେ ନୂଆମାଟିପକା ରାସ୍ତାରେ ଗଳିପଡୁଛି l ଏହି ରାସ୍ତାଉପରେ ପ୍ରାୟ ଦଶପନ୍ଦର ଟି ପଞ୍ଚାୟତ ର ଅଧିବାସୀ ମାନେ ନିର୍ଭରଶିଳ ହୋଇଥିବାରୁ ବିଭାଗୀୟ ଅଧିକାରୀ ମାନେ ନିର୍ଦ୍ଧl ରିତ ସମୟସୀମା ମଧ୍ୟରେ ଶେଷ କରିବାପାଇଁ ସାଧାରଣରେ ଦାବୀ କରିଛନ୍ତି l
