ଦୁଲଦୁଲି-୨୦୨୬ ପଲ୍ଲୀଶ୍ରୀ ଓ ସ୍ୱଦେଶୀ ମେଳାରେ ଐତିହାସିକ ବ୍ୟବସାୟ: ୫ ଦିନରେ ପ୍ରାୟ ୨.୭୮ କୋଟିର କାରବାର

ଝାରସୁଗୁଡା, ୯/୧: ଜିଲ୍ଲାର ପାରମ୍ପରିକ ଲୋକ କଳା ଓ ସଂସ୍କୃତିର ମହାକୁମ୍ଭ ‘ଦୁଲଦୁଲି-୨୦୨୬’ ଚଳିତ ବର୍ଷ ବାଣିଜ୍ୟିକ କ୍ଷେତ୍ରରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଛି। ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନ ଏବଂ ଓର୍ମାସର ମିଳିତ ଆନୁକୁଲ୍ୟରେ ଆୟୋଜିତ ‘ଦୁଲଦୁଲି-୨୦୨୬’ ପଲ୍ଲୀଶ୍ରୀ ମେଳା ଜାନୁଆରୀ ୧ ରୁ ୫ ତାରିଖ ପର୍ଯ୍ୟନ୍ତ ବିଟିଏମ୍ ପଡ଼ିଆରେ ଅନୁଷ୍ଠିତ ଏହି ମହୋତ୍ସବରେ ପଲ୍ଲୀଶ୍ରୀ ଏବଂ ସ୍ୱଦେଶୀ ମେଳାର ସାମଗ୍ରିକ ବିକ୍ରି ଗତ ବର୍ଷ ତୁଳନାରେ ପ୍ରାୟ ଦ୍ୱିଗୁଣିତ ହୋଇଛି। ୨୦୨୫ ମସିହାରେ […]

ସଂପୂର୍ଣ୍ଣ ପଢନ୍ତୁ

ଭିଜିଲାନ୍ସ ଜାଲରେ ଫରେଷ୍ଟର

ଝାରସୁଗୁଡ଼ା,୫/୧୨: ଝାରସୁଗୁଡା ବନଖଣ୍ଡ ଅନ୍ତର୍ଗତ ବ୍ରଜରାଜନଗର ରେଞ୍ଜ ବନ୍ଧବାହାଲ ସେକ୍ସନର ଫରେଷ୍ଟର ଗୌରାଙ୍ଗ ସାହୁ ହୋଇଛନ୍ତି। ଜଣେ ଲୋକଙ୍କଠାରୁ ଗୌରାଙ୍ଗ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଶୁକ୍ରବାର ପୂର୍ବାହ୍ନରେ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି। ଘଟଣା ଅନୁଯାୟୀ, ବାନ୍ଧାହାଲ ସେକ୍ସନର ଫରେଷ୍ଟର ଜଣେ ବ୍ୟକ୍ତିଙ୍କଠାରୁ ଶୁଖିଲା ଇଉକାଲ୍‌ ପଟାସ ଗଛ କାଟିବା ଓ ପରିବହନ ପାଇଁ ଲାଞ୍ଚ ମାଗିଥିଲେ। ଉକ୍ତ ବ୍ୟକ୍ତି ଆଗରୁ ଭିଜିଲାନ୍ସକୁ ସୂଚନା ଦେଇ ସାରି ଶୁକ୍ରବାର ଫରେଷ୍ଟର ସାହୁଙ୍କୁ ତାଙ୍କ […]

ସଂପୂର୍ଣ୍ଣ ପଢନ୍ତୁ

ଝାରସୁଗୁଡାରେ ପହଞ୍ଚିଲେ ରାଷ୍ଟ୍ରପତି

ଝାରସୁଗୁଡା, ୨୦/୧୧: ଝାରସୁଗୁଡା ବିମାନ ବନ୍ଦରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ପହଞ୍ଚିଛନ୍ତି। ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ବାୟୁସେନାର ସ୍ୱତନ୍ତ୍ର ବିମାନରେ ଝାରସୁଗୁଡା ବିମାନ ବନ୍ଦରରେ ଅବତରଣ କରିବା ପରେ ରାଜ୍ୟ ସରକାର, ଜିଲ୍ଲା ପ୍ରଶାସନ ପକ୍ଷରୁ ତାଙ୍କୁ ଭବ୍ୟ ସ୍ୱାଗତ ପ୍ରଦାନ କରାଯାଇଥିଲା। ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ, ବିଧାୟକ ଟଙ୍କଧର ତ୍ରିପାଠୀ, ଏଡିଜି ସନ୍ତୋଷ ବାର୍ଲା, ଜିଲ୍ଲାପାଳ କୁନାଲ ମୋତିରାମ ଚୌହ୍ୱାନ, ଏସପି ଜି ଆର ରାଘବେନ୍ଦ୍ର ପ୍ରମୁଖ ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିଥିଲେ। ଏହାପରେ […]

ସଂପୂର୍ଣ୍ଣ ପଢନ୍ତୁ

ଟ୍ରକ୍‌କୁ ପଛରୁ ପିଟିଲା ବସ୍‌; କଣ୍ଟକ୍ଟର ମୃତ, ଯାତ୍ରୀ ସୁରକ୍ଷିତ

ରେଢାଖୋଲ, ୧୦/୧୧: ସମ୍ବଲପୁର-କଟକ ୫୫ ନମ୍ବର ଜାତୀୟ ରାଜପଥରେ ରବିବାର-ସୋମବାର ରାତିରେ ପୁଣି ଦୁର୍ଘଟଣା ଘଟିଛି। ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଥାନା ଅଧୀନ ଲୁହାପଙ୍କରେ ପର୍ଯ୍ୟଟକଙ୍କୁ ନେଇ ଆଗକୁ ବଢୁଥିବା ଏକ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଯାତ୍ରୀବାହୀ ବସ୍‌ର କଣ୍ଟକ୍ଟରଙ୍କ ମୃତ୍ୟୁ ଘଟିଛି। ମୃତକଙ୍କର ପରିଚୟ ମିଳି ନାହିଁ। ସୂଚନା ଅନୁସାରେ ଏକ ଯାତ୍ରୀବାହୀ ବସ୍‌ ଗତକାଲି ସମ୍ବଲପୁର ଜିଲ୍ଲା ସାହାସପୁର ଓ ସମ୍ବଲପୁରର ସହରର କିଛି ପର୍ଯ୍ୟଟକଙ୍କୁ ନେଇ ଢେଙ୍କାନାଳ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ […]

ସଂପୂର୍ଣ୍ଣ ପଢନ୍ତୁ

ଜଙ୍ଗଲରୁ ନବଜାତ ଶିଶୁ କନ୍ୟା ଉଦ୍ଧାର କଲେ ପିଇଓ

ଝାରସୁଗୁଡା, ୧୦/୧୧: ପୁଣି ଅଲୋଡା ହେଲା ଶିଶୁ କନ୍ୟା। ଝାରସୁଗୁଡା ଜିଲ୍ଲା ବାଗଦେହି ଅଞ୍ଚଳରେ ଥିବା ଏକ ଜଙ୍ଗଲରୁ ଏକ ନବଜାତ ଶିଶୁକନ୍ୟା ଉଦ୍ଧାର ହୋଇଛି। ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ପରିତ୍ୟକ୍ତ ଅବସ୍ଥାରେ ଶିଶୁଟିକୁ ଉଦ୍ଧାର କରିଛନ୍ତି। ତେବେ କେଉଁ ପରିସ୍ଥିତିରେ ଏବଂ କିଏ ନବଜାତ ଶିଶୁକୁ ଜଙ୍ଗଲରେ ଫିଙ୍ଗି ଦେଇଛନ୍ତି ତାହା ବର୍ତ୍ତମାନ୍ ପର୍ଯ୍ୟନ୍ତ ଜଣାପଡିନାହିଁ।ମିଳିଥିବା ସୂଚନା ଅନୁଯାୟୀ ଆଜି ସକାଳେ ଝାରମୁଣ୍ଡର ପିଇଓ ବାଗଦେହିର କାଦୋବାହଲ ଜଙ୍ଗଲ ଦେଇ ଯାଉଥିବା ସମୟରେ ଏକ ଶିଶୁର […]

ସଂପୂର୍ଣ୍ଣ ପଢନ୍ତୁ

ଅମଲିପାଲି ଠାରେ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ଉଦ୍ଦେଶ୍ୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ସ୍ୱାଗତ ଭାଷଣ

ଝାରସୁଗୁଡା, ସେବା ପକ୍ଷର ଏଇ ଅମୃତ ବେଳାରେ, ଆଜିର ଏହି ଦିନଟି, ଆମ ସମସ୍ତଙ୍କ ପାଇଁ ଗୋଟିଏ ମହୋତ୍ସବର ଦିନ । କାରଣ, ବିଶ୍ୱର ସବୁଠାରୁ ଲୋକପ୍ରିୟ ନେତା, ଯଶସ୍ବୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀ, ଆଜି ଆମ ସହିତ ଉପସ୍ଥିତ ଅଛନ୍ତି। ମାନନୀୟ ପ୍ରଧାନମନ୍ତ୍ରୀ ଜୀ,ଓଡ଼ିଶାର ସାଢ଼େ ଚାରି କୋଟି ଲୋକଙ୍କ ପକ୍ଷରୁ, ଝାରସୁଗୁଡ଼ାର ମାଟିରେ, ମୁଁ ଆପଣଙ୍କୁ ସ୍ୱାଗତ କରୁଛି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଏହି ପବିତ୍ର ଭୂମିକୁ, ଆପଣଙ୍କୁ ସ୍ୱାଗତ। ମାନନୀୟ ପ୍ରଧାନମନ୍ତ୍ରୀଜୀ, ଝାରସୁଗୁଡ଼ାରେ […]

ସଂପୂର୍ଣ୍ଣ ପଢନ୍ତୁ

ଓଡ଼ିଶା ପାଇଁ ହାତ ଖୋଲିଦେଲେ ମୋଦି

ଝାରସୁଗୁଡା, ୨୭/୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଦିନିକିଆ ଝାରସୁଗୁଡ଼ା ଗସ୍ତରେ ଆସିଛନ୍ତି। ଝାରସୁଗୁଡ଼ାସ୍ଥିତ ଅମରାପାଲି ପଡ଼ିଆଠାରେ ଆୟୋଜିତ ସାଧାରଣ ସଭାରେ ଯୋଗଦେଇ ପ୍ରଧାନମନ୍ତ୍ରୀ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଏବଂ ଲୋକାର୍ପଣ କରିଛନ୍ତି। ପ୍ରଧାନମନ୍ତ୍ରୀ ଓଡ଼ିଶାକୁ ୧୭୦୦ କୋଟିରୁ ଅଧିକ ମୂଲ୍ୟର ରେଳ ପ୍ରକଳ୍ପ ଉପହାର ଦେଇଛନ୍ତି। ୬୦,୦୦୦ କୋଟିରୁ ଅଧିକ ମୂଲ୍ୟର ବିକାଶମୂଳକ କାର୍ଯ୍ୟର ଉଦ୍‌ଘାଟନହୋଇଛି। ସାରା ଦେଶରେ ୯୭,୫୦୦ରୁ ଅଧିକ ଟେଲିକମ୍ ଟାୱାର କାର୍ଯ୍ୟକ୍ଷମ। ବ୍ରହ୍ମପୁର ଏବଂ ସୁରଟ ମଧ୍ୟରେ ଅମୃତ ଭାରତ ଏକ୍ସପ୍ରେସର […]

ସଂପୂର୍ଣ୍ଣ ପଢନ୍ତୁ

ଓଡ଼ିଶାରେ ପହଞ୍ଚିଲେ ମୋଦି: ଭବ୍ୟ ସ୍ବାଗତ ପରେ ପ୍ରଧାନମନ୍ତ୍ରୀଙ୍କ ରୋଡ଼ ସୋ’

ଝାରସୁଗୁଡା, ୨୭/୯ : ଝାରସୁଗୁଡ଼ା ବିମାନବନ୍ଦରରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବାୟୁସେନାର ସ୍ବତନ୍ତ୍ର ବିମାନ ଯୋଗେ ଆସି ୧୧ଟା୧୦ମିନିଟ୍‌ରେ ଝାରସୁଗଡାରେ ପହଞ୍ଚିଛନ୍ତି। ସେଠାରେ ରାଜ୍ୟପାଳ ପ୍ରଧାନମନ୍ତ୍ରୀଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା କରିଛନ୍ତି। ପ୍ରଥମ ଥର ପାଇଁ ଝାରସୁଗୁଡାରେ ରୋଡ଼ ସୋ’ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ପ୍ରଧାନମନ୍ତ୍ରୀ ରୋଡ଼ ସୋ’ରେ ଆସିବା ବେଳେ ତାଙ୍କୁ ଦେଖିବାକୁ ରାସ୍ତାକଡ଼ରେ ହଜାର ହଜାର ଲୋକଙ୍କ ଭିଡ଼ ଜମିଥିଲା। ବିଭିନ୍ନ ସାଂସ୍କୃତିକ ଦଳଙ୍କ ସମେତ ସାଧାରଣ ଲୋକେ ଓ ଦଳୀୟ […]

ସଂପୂର୍ଣ୍ଣ ପଢନ୍ତୁ

୨୭ ରେ ଝାରସୁଗୁଡ଼ା ଆସିବେ ମୋଦୀ ଏକ ଭବ୍ୟ କାର୍ଯ୍ୟକ୍ରମରେ ଓଡ଼ିଶାବାସୀଙ୍କୁ ସମ୍ବୋଧିତ କରିବେ

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୨୭ ତାରିଖରେ ଓଡ଼ିଶା ଗସ୍ତରେ ଆସିବେ। ସେ ଝାରସୁଗୁଡ଼ାରେ ଆୟୋଜିତ ଏକ ଭବ୍ୟ କାର୍ଯ୍ୟକ୍ରମ ମାଧ୍ୟମରେ ଓଡ଼ିଶାବାସୀଙ୍କୁ ସମ୍ବୋଧିତ କରିବେ। ପ୍ରଧାନମନ୍ତ୍ରୀ ମୋଦୀଙ୍କ ଝାରସୁଗୁଡ଼ା ଗସ୍ତ ସ୍ଥିର ହେବା ପରେ ଜିଲ୍ଲା ପ୍ରଶାସନ ଚଳଚଞ୍ଚଳ ହୋଇଉଠିଛି। ପ୍ରଧାନମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମର ରୂପରେଖ କ’ଣ ରହିବ, କେଉଁଠୁ ଲୋକେ ଆସିବେ, କେତେ ଲୋକ ସାମିଲ୍‌ ହେବେ, ସୁରକ୍ଷା ବ୍ୟବସ୍ଥା କ’ଣ ରହିବ, ପାର୍କିଂ ସ୍ଥଳ କେଉଁଠି ହେବ ଆଦି ଦିଗ ଉପରେ […]

ସଂପୂର୍ଣ୍ଣ ପଢନ୍ତୁ