ଟ୍ରକ୍‌କୁ ପଛରୁ ପିଟିଲା ବସ୍‌; କଣ୍ଟକ୍ଟର ମୃତ, ଯାତ୍ରୀ ସୁରକ୍ଷିତ

ଅପରାଧ ଜିଲା ଖବର ଝାରସୁଗୁଡ଼ା ରାଜ୍ୟ
Spread the love

ରେଢାଖୋଲ, ୧୦/୧୧: ସମ୍ବଲପୁର-କଟକ ୫୫ ନମ୍ବର ଜାତୀୟ ରାଜପଥରେ ରବିବାର-ସୋମବାର ରାତିରେ ପୁଣି ଦୁର୍ଘଟଣା ଘଟିଛି। ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଥାନା ଅଧୀନ ଲୁହାପଙ୍କରେ ପର୍ଯ୍ୟଟକଙ୍କୁ ନେଇ ଆଗକୁ ବଢୁଥିବା ଏକ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଯାତ୍ରୀବାହୀ ବସ୍‌ର କଣ୍ଟକ୍ଟରଙ୍କ ମୃତ୍ୟୁ ଘଟିଛି। ମୃତକଙ୍କର ପରିଚୟ ମିଳି ନାହିଁ।

ସୂଚନା ଅନୁସାରେ ଏକ ଯାତ୍ରୀବାହୀ ବସ୍‌ ଗତକାଲି ସମ୍ବଲପୁର ଜିଲ୍ଲା ସାହାସପୁର ଓ ସମ୍ବଲପୁରର ସହରର କିଛି ପର୍ଯ୍ୟଟକଙ୍କୁ ନେଇ ଢେଙ୍କାନାଳ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ‘କପିଳାସ’କୁ ଯାଇଥିଲା। ଏହି ବସ୍‌ଟି ଗତକାଲି ରାତିରେ ସମ୍ବଲପୁର ଅଭିମୁଖେ ଫେରୁଥିଲା। ବସ୍‌ଟି ନିୟନ୍ତ୍ରଣ ହରାଇ ରାତି ପ୍ରାୟ ୧ଟାରେ ପଛପଟୁ ଏକ ଟ୍ରକକୁ ଧକ୍କା ଦେଇଥିଲା। ଘଟଣାସ୍ଥଳ‌ ଯାତ୍ରୀବାହୀ ବସ୍‌ର କଣ୍ଟକ୍ଟରଙ୍କ ମୃତ୍ୟୁ ଘଟିଛି। ତାଙ୍କର ପରିଚୟ ମିଳିପାରି ନାହିଁ। ଦୁର୍ଘଟଣା ପରେ ଯାତ୍ରୀମାନେ ଚିତ୍କାର କରିଥିଲେ। କିନ୍ତୁ ଯାତ୍ରୀମାନେ ସୁରକ୍ଷିତ ଅଛନ୍ତି। ଦୁର୍ଘଟଣା ପରେ ବସ୍‌ର ଚାଳକ ଫେରାର ଥିବା ବେଳେ ଯତ୍ରୀମାନେ ନିଜ ସୁବିଧା ଅନୁସାରେ ସେଠାର ଘରକୁ ଯାଇଛନ୍ତି। ରେଢ଼ାଖୋଲ ଠାରୁ ଅନୁଗୁଳ ରାସ୍ତାରେ ପ୍ରାୟ ୧୦କିମି ଦୂରରେ ଲୁହାପଙ୍କ ଛକ ଠାରେଏହି ଦୁର୍ଘଟଣା ଘଟିଛି।

Leave a Reply

Your email address will not be published. Required fields are marked *