ସେଣ୍ଟ ଯୋସେଫ ସ୍କୁଲରେ ଗଣକବି ଜୟନ୍ତୀ

ରାଜ୍ୟ
Spread the love

ବାଲିଚନ୍ଦ୍ରପୁର :  ଓଡ଼ିଆ ସାହିତ୍ୟର ପ୍ରଥିତଯଶା ସାରସ୍ୱତ ସାଧକ ଗଣକବି ବୈଷ୍ଣବ ପାଣିଙ୍କ ଜୟନ୍ତୀ ଉତ୍ସବ ଓ ପାଣି ସାହିତ୍ୟ ଆଲୋଚନା ଚକ୍ର ନଳୀପୁର ସ୍ଥିତ ସେଣ୍ଟ ଯୋଶେଫ ସ୍କୁଲ ସମୁହ ପରିସରରେ ଅନୁଷ୍ଠିତ ହୋଇଯାଇଛି l
ସାହିତ୍ୟିକ ଡକ୍ଟର ଭାବଗ୍ରାହୀ ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସାରସ୍ୱତ ଉତ୍ସବକୁ ସେଣ୍ଟ ଯୋସେଫ ସ୍କୁଲ ସମୁହର ଚେୟାରମ୍ୟାନ ସମାଜସେବୀ ଅଭିମନ୍ୟୁ ମଲ୍ଲିକ ଉଦଘାଟନ କରିଥିଲେ l

ମୁଖ୍ୟ ଅତିଥି ଭାବେ ସାହିତ୍ୟିକ ଡକ୍ଟର ବସନ୍ତ କିଶୋର ସାହୁ, ବିଶିଷ୍ଟ ଅତିଥି ଭାବେ କବି ଭକ୍ତ ଚରଣ ସାହୁ, ମୁଖ୍ୟବକ୍ତା ଭାବେ ସାହିତ୍ୟିକ ଡକ୍ଟର ଅଖିଳେଶ ମହାନ୍ତି, ସମ୍ମାନିତ ଅତିଥି ଭାବେ ସ୍କୁଲର ଅଧ୍ୟକ୍ଷ ପୂର୍ଣ୍ଣଚନ୍ଦ୍ର ସାହୁ, ଉପାଧ୍ୟକ୍ଷ ପ୍ରତାପ ଚନ୍ଦ୍ର ରାଉତରାୟ ପ୍ରମୁଖ ଯୋଗଦେଇ ଗଣକବିଙ୍କ ସାହିତ୍ୟର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ l ସ୍ୱାଧୀନତା ଆନ୍ଦୋଳନକୁ ବ୍ୟାପକ କରିବା ପାଇଁ ଗଣକବି ନାଟକ ମାଧ୍ୟମରେ ଜନ ଜାଗରଣ ଗଢ଼ିତୋଳିବାରେ ଯେଉଁ ଭଳି ନିର୍ଭିକ ଓ ଦୁଃସାହସିକ ଭୂମିକା ନିର୍ବାହ କରିଥିବାରୁ କୋଟିକୋଟି ଓଡ଼ିଆଙ୍କ ହୃଦୟକୁ ବୈଷ୍ଣବ ପାଣି ଜୟ କରିପାରିଛନ୍ତି ବୋଲି ଆଲୋଚନା ଚକ୍ରରେ ଯୋଗଦେଇଥିବା ବକ୍ତାମାନେ ମତ ପୋଷଣ କରିଥିଲେ l

Leave a Reply

Your email address will not be published. Required fields are marked *