ଛତ୍ରମଠ ସତ୍ୟନାରାୟଣ ପାଲା ଅନୁଷ୍ଠାନର ସମ୍ପାଦକ ରାଜକିଶୋର ସେଠୀଙ୍କ ଏକାଦଶାହ ଉପଲକ୍ଷେ ସ୍ମୃତିସଭା

ରାଜ୍ୟ
Spread the love

ଝଙ୍କଡ଼, ତା. ୦୨/୧୧/୨୦୨୬: ବାଣୀକ୍ଷେତ୍ର ଝଙ୍କଡ଼ ସାରଳାପୀଠ ଅନ୍ତର୍ଗତ କନକପୁର ପଞ୍ଚାୟତର ଛତ୍ରମଠ ଶ୍ରୀ ଶ୍ରୀ ସତ୍ୟନାରାୟଣ ସାଂସ୍କୃତିକ ପରିଷଦର ସମ୍ପାଦକ, ପରୋପକାରୀ ତଥା ସମାଜସେବୀ ସ୍ୱର୍ଗତ ରାଜକିଶୋର ସେଠୀଙ୍କ ଏକାଦଶାହ ଉପଲକ୍ଷେ ଗତ ସୋମବାର ସନ୍ଧ୍ୟାରେ ସତ୍ୟନାରାୟଣଙ୍କ ପାଲାମଣ୍ଡପ ପରିସରରେ ଏକ ଭାବପୂର୍ଣ୍ଣ ସ୍ମୃତିଚାରଣ ତଥା ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି। ପରିଷଦର ସଭାପତି ଧୁନଚନ୍ଦ୍ର ସେନାପତିଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପଣ୍ଡିତ ବାସବ ନନ୍ଦ ମଞ୍ଚ ପରିଚାଳନା କରିଥିଲେ।

କାର୍ଯ୍ୟକ୍ରମ ପ୍ରାରମ୍ଭରେ ସାରଳା ସଂସ୍କୃତି ଗବେଷକ ରମାକାନ୍ତ ରାଉଳ ବେଦପାଠ କରିଥିଲେ। ଏହା ପରେ ଉପସ୍ଥିତ ସମସ୍ତେ ଦିବଙ୍ଗତ ଆତ୍ମାର ସଦ୍‌ଗତି କାମନା ପୂର୍ବକ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରିଥିଲେ।

ଏହି ସ୍ମୃତିସଭାରେ ଅନ୍ୟମାନଙ୍କ ମଧ୍ୟରେ କୁମରବର ସେନାପତି, ଦିନେଶ ମହାନ୍ତି, ମା’ ସାରଳାଙ୍କ ବରିଷ୍ଠ ସେବାୟତ ଲକ୍ଷ୍ମୀଧର ମହାପାତ୍ର, ପୂର୍ବତନ ପ୍ରଧାନ ଶିକ୍ଷକ ସୁଶୀଲ କୁମାର କୁଅଁର, ଶିକ୍ଷକ ଭୀମସେନ ବିଶ୍ୱାଳ, ଦୁର୍ଯ୍ୟୋଧନ ବାରିକ, କରୁଣାକର ଦାସ, ସାମ୍ବାଦିକ ଦୀପ୍ତିମୟୀ ବିଶ୍ୱରଞ୍ଜନ ସେଠୀ, ପୂର୍ବତନ ସମିତି ସଭ୍ୟ ବିଭୂତିଭୂଷଣ ଦାସ, ସସ୍ମିତା ମିଶ୍ର, କନକପୁର ପାଣିପଞ୍ଚାୟତର ସଭାପତି ମନୋଜ କୁମାର ଦାସ, ଚିନ୍ମୟ ଦାସ ଓ ଅଲେଖ ଚରଣ ସେଠୀ ପ୍ରମୁଖ ଅଂଶଗ୍ରହଣ କରିଥିଲେ। ସେମାନେ ସ୍ୱର୍ଗତ ରାଜୁଙ୍କ ସ୍ମୃତିଚାରଣ କରି ସେ ଜଣେ ଆଦର୍ଶ ଶିକ୍ଷକ, ନିଷ୍ଠାପର ସମାଜସେବୀ ଓ ଦକ୍ଷ ସାଂସ୍କୃତିକ ସଙ୍ଗଠକ ଥିଲେ ବୋଲି ମତ ବ୍ୟକ୍ତ କରିବା ସହିତ ତାଙ୍କର ଅମ୍ଳାନ ଆତ୍ମା ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସମାଜ ପ୍ରତି ତାଙ୍କର ଅବଦାନ ସର୍ବଦା ଚିରସ୍ମରଣୀୟ ହୋଇ ରହିବ ବୋଲି ବକ୍ତାମାନେ ପ୍ରକାଶ କରିଥିଲେ।

ଏହି ସମସ୍ତ କାର୍ଯ୍ୟକ୍ରମକୁ ରାଜଲକ୍ଷ୍ମୀ ସେଠୀ, ଋତୁପର୍ଣ୍ଣା ପ୍ରିୟଦର୍ଶିନୀ, ବିକାଶ ଦାସ, ଅବିନାଶ ଦାସ ଓ ଦୀପକ କୁମାର ସେଠୀ ସୁଚାରୁ ରୂପେ ପରିଚାଳନା କରିଥିଲେ। ଏଥିରେ ସ୍ଥାନୀୟ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ଗ୍ରାମବାସୀ ଉପସ୍ଥିତ ରହି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *