ନେମାଳ ପଦ୍ମବନ ପୀଠରେ ସ୍ନାନ ପୂର୍ଣ୍ଣିମା ଉତ୍ସବ: ଶ୍ରୀ ଭାଗବତ ଅଭିଯାନ ସହ ଓଡ଼ିଆ ସଂସ୍କୃତି ସୁରକ୍ଷା ପାଇଁ ସଂକଳ୍ପ

ନେମାଳ, ୩୦ ଜୁନ୍: ପଞ୍ଚସଖା ପୀଠ ପଦ୍ମବନ ନେମାଳସ୍ଥିତ ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ଇଷ୍ଟଦେବୀ ପୀଠ ମା’ ଜାଗୁଳାଇ ମନ୍ଦିର ପ୍ରାଙ୍ଗଣରେ ପବିତ୍ର ସ୍ନାନ ପୂର୍ଣ୍ଣିମା ମହୋତ୍ସବ ଅତି ଆନନ୍ଦ ଉଲ୍ଲାସ ଓ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏହି ପବିତ୍ର ଅବସରରେ ‘ଟାଡିସରୁ ମିଶନ’ ଆନୁକୂଲ୍ୟରେ ଏକ ଭବ୍ୟ ‘ଶ୍ରୀ ଭାଗବତ ଅଭିଯାନ’ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ବିଶିଷ୍ଟ ଜଗନ୍ନାଥ ସଂସ୍କୃତି ଗବେଷକ, ସାରସ୍ୱତ ସାଧକ ତଥା ପ୍ରଫେସର ଡକ୍ଟର ବନୋଜ କୁମାର ରାୟ […]

ସଂପୂର୍ଣ୍ଣ ପଢନ୍ତୁ

ଖାନ ସାରଙ୍କୁ କୋର୍ଟରୁ ମିଳିଲାନି ଆଶ୍ବସ୍ତି, ଜୁଲାଇ ୩ରେ ପରବର୍ତ୍ତୀ ଶୁଣାଣି

ପାଟନା: ବିହାରର ରାଜଧାନୀ ପାଟନାର ଚର୍ଚ୍ଚିତ କୋଚିଂ ଶିକ୍ଷକ ଫୈଜଲ ଖାନ ଓରଫ ଖାନ ସାରଙ୍କ ଅଗ୍ରିମ ଜାମିନ ଆବେଦନ ଉପରେ ମଙ୍ଗଳବାର କୋର୍ଟରେ ଶୁଣାଣି ହୋଇଛି। କୋର୍ଟ ଏହି ମାମଲାର ଶୁଣାଣି କରି ଜାମିନ ଆବେଦନର ଆଗାମୀ ତାରିଖ ଘୋଷଣା କରିଛନ୍ତି। କୋର୍ଟ ଖାନ ସାରଙ୍କ ଅଗ୍ରିମ ଜାମିନ ଉପରେ ଆସନ୍ତା ଜୁଲାଇ ୩ରେ ଶୁଣାଣି କରିବେ। କୁହାଯାଉଛି ଯେ, ଖାନ ସାରଙ୍କ ଅଗ୍ରିମ ଜାମିନ ନେଇ ଆଜି ଯେଉଁ ଶୁଣାଣି ହୋଇଛି, ଏଥିରେ ଖାନ […]

ସଂପୂର୍ଣ୍ଣ ପଢନ୍ତୁ

ଧନୁର୍ଦ୍ଧରଙ୍କ ଘରୁ ମିଳିଲା ନଗଦ ୧୯ ଲକ୍ଷ ୭୨ ହଜାର ଟଙ୍କା

ସମ୍ବଲପୁର: ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିମସାର ବୁର୍ଲାର ଏଷ୍ଟାବ୍ଲିସମେଣ୍ଟ ଅଫିସର୍-କମ୍-ଅଫିସ୍ ସୁପରିଣ୍ଟେଣ୍ଡେଣ୍ଟ ଧନୁର୍ଦ୍ଧର ବିଶ୍ୱାଳଙ୍କ ବିଭିନ୍ନ ଠିକଣାରେ ଚାଲିଥିବା ଭିଜିଲାନ୍ସ ଚଢ଼ାଉ ବେଳେ ବିପୁଳ ପରିମାଣର ସମ୍ପତ୍ତି ଠାବ ହୋଇଛି। ଭିଜିଲାନ୍ସ ସୂତ୍ର ଅନୁଯାୟୀ, ଏପର୍ଯ୍ୟନ୍ତ ହୋଇଥିବା ଚଢ଼ାଉରେ ଶ୍ରୀ ବିଶ୍ୱାଳ ଓ ତାଙ୍କ ପରିବାର ସଦସ୍ୟଙ୍କ ନାମରେ ଥିବା ୨ଟି କୋଠା, ୨୦ଟି ମୂଲ୍ୟବାନ ପ୍ଲଟ୍, ନଗଦ ୧୯ ଲକ୍ଷ ୭୨ ହଜାର ୪୯୦ ଟଙ୍କା ସମେତ ଅନେକ ସମ୍ପତ୍ତି ଠାବ କରାଯାଇଛି। ଠାବ […]

ସଂପୂର୍ଣ୍ଣ ପଢନ୍ତୁ

କୋଳଥିଆ ଡବଲ୍‌ ମର୍ଡର ଘଟଣା: ଏକତରଫା ପ୍ରେମରୁ ହତ୍ୟା

ଭୁବନେଶ୍ବର: ରବିବାର ବିଳମ୍ବିତ ରାତିରେ କୋଳଥିଆ ହତ୍ୟାକାଣ୍ଡ ଘଟଣାରେ ମୃତ କୃଷ୍ଣପ୍ରସାଦ ପାଢ଼ୀଙ୍କ ବାପା ହିମାଂଶୁଙ୍କର ଆଜି (ସୋମବାର) ମୃତ୍ୟୁ ଘଟିଛି। କୋମା ଅବସ୍ଥାରେ ଏମ୍‌ସ ଟ୍ରମା କେୟାର୍ ବିଭାଗରେ ଭର୍ତ୍ତି ହୋଇଥିବା ହିମାଂଶୁଙ୍କୁ ଆଜି ଭୋର୍‌ରୁ ଡାକ୍ତର ମୃତ ଘୋଷଣା କରିଥିଲେ। ସେହିଭଳି ଝିଅ ତାପସୀ ଏବେ ବି ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ରହିଛନ୍ତି। ଏହି ଡବଲ୍ ମର୍ଡର୍‌ର ୨୪ଘଣ୍ଟା ମଧ୍ୟରେ ଭୁବନେଶ୍ବର ପୁଲିସ ସଂପୃକ୍ତ ମୁଖାପିନ୍ଧା ୨ ନାବାଳକଙ୍କୁ ଚିହ୍ନଟ କରି ବାଳ ସୁଧାର […]

ସଂପୂର୍ଣ୍ଣ ପଢନ୍ତୁ

କନିମୂଳ ଦାରୁବ୍ରହ୍ମ ପୀଠରେ ଚତୁର୍ଥ ବାର୍ଷିକ ବ୍ରହ୍ମଯଜ୍ଞ ଉଦଯାପିତ; ଶ୍ରଦ୍ଧାଳୁଙ୍କ ଗହଳି

ଝଙ୍କଡ, ୩୦ ଜୁନ୍: ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ କନିମୂଳ ଗ୍ରାମରେ ଅଧିଷ୍ଠିତ ଦାରୁବ୍ରହ୍ମ ପୀଠରେ ଆୟୋଜିତ ତ୍ରିଦିବସୀୟ ଚତୁର୍ଥ ବାର୍ଷିକ ବ୍ରହ୍ମଯଜ୍ଞ ଓ ଦିବ୍ୟ ପ୍ରବଚନ କାର୍ଯ୍ୟକ୍ରମ ଅତି ଆନନ୍ଦ ଉଲ୍ଲାସର ସହ ଉଦଯାପିତ ହୋଇଯାଇଛି। ଧ୍ୟାନକୁଦ ପିଠାଧୀଶ ପ୍ରେମସାଗର ବାବା ଅରକ୍ଷିତ ଦାସମହାରାଜଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ନିର୍ଣ୍ଣିତ ଏହି ପୀଠରେ ଗତ ଜୁନ୍ ୨୮ ତାରିଖରୁ ଆରମ୍ଭ ହୋଇଥିବା ଏହି ଯଜ୍ଞ ଗତକାଲି ସୋମବାର ରାତ୍ରୀ ୧୦ ଘଟିକା ସମୟରେ ପୂର୍ଣ୍ଣାହୁତି ସହ ସମାପ୍ତ ହୋଇଛି। […]

ସଂପୂର୍ଣ୍ଣ ପଢନ୍ତୁ

ବଜ୍ରପାତରେ ଶ୍ରବଣଶକ୍ତି ହରାଇଥିବା ମହିଳାଙ୍କୁ ସହାୟତା

ଝଙ୍କଡ଼ :  କିଛିଦିନ ପୂର୍ବରୁ ବିଲକୁ ଯାଇଥିବାବେଳେ ଆକସ୍ମିକବଜ୍ରପାତ ଯୋଗୁଁ, ତିର୍ତ୍ତୋଲବ୍ଲକ, କୋଷ୍ଟିମଲ୍ଲିକା ପୁର ପଞ୍ଚାୟତ ଅଧୀନ ମହମଦପୁର ଗ୍ରାମର ରାସବିହାରୀ ମହାନ୍ତି ଙ୍କ ଧର୍ମପତ୍ନୀ ପୁଷ୍ପଲତା ମହାନ୍ତି ଗୁରୁତର ଆହତ ହୋଇ, ଜଗତସିଂହପୁର ମେଡିକାଲ କୁ ଆଶୁଚିକିତ୍ସା ପାଇଁ ତାଙ୍କୁ ନିଆଯାଇଥିଲା l ତାଙ୍କର ଡାହାଣପାଖ କାନରୁ ରକ୍ତସ୍ରାବ ହେଉଥିବା ବେଳେ ବାମପାଖ କାନ କୁ ମଧ୍ୟ ଶୁଭୁନଥିଲା l ଖବରପାଇ ନିକଟସ୍ଥ ତରାପୁର ଛତ୍ରମଠ ସ୍ଥିତ ଦରିଦ୍ରନାରାୟଣ ସେବାସଙ୍ଘ ର ସଭାପତି ଧୁନଚନ୍ଦ୍ର ସେନାପତି […]

ସଂପୂର୍ଣ୍ଣ ପଢନ୍ତୁ

ଚାଷୀଙ୍କୁ ମିଳିବ ସଠିକ୍ ସମୟରେ ସାର: ସମବାୟ ସମିତିଗୁଡ଼ିକୁ ସୁଧମୁକ୍ତ କ୍ୟାଶ୍ କ୍ରେଡିଟ୍ ଋଣ ଯୋଗାଇବେ ରାଜ୍ୟ ସରକାର

ଭୁବନେଶ୍ୱର, ୨୯ ଜୁନ: ରାଜ୍ୟର ଚାଷୀମାନଙ୍କୁ ସଠିକ୍ ସମୟରେ ସାର ଉପଲବ୍ଧ କରାଇବା ଏବଂ କଳାବଜାରୀରୁ ରକ୍ଷା କରିବା ପାଇଁ ରାଜ୍ୟ ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ସମବାୟ ବିଭାଗର କମିଶନର-ତଥା-ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ ସ୍ଥାୟୀ ଆର୍ଥିକ କମିଟି (SFC) ର ସୁପାରିଶ ଆଧାରରେ ସରକାର ଏକ ନୂତନ ଯୋଜନାକୁ ଅନୁମୋଦନ କରିଛନ୍ତି। ଏହି ନୂତନ ଯୋଜନାର ନାମ ହେଉଛି— “ସାରର ପୂର୍ବ-ମହଜୁଦ (ପ୍ରି-ପୋଜିସନିଂ) ପାଇଁ କ୍ୟାଶ୍ କ୍ରେଡିଟ୍ ଋଣ ଉପରେ ସୁଦ୍ଧ ରିହାତି।” […]

ସଂପୂର୍ଣ୍ଣ ପଢନ୍ତୁ

କେନ୍ଦୁଝରର ଶ୍ରୀ ଶ୍ରୀ ବଳଦେବଜୀଉଙ୍କର ପବିତ୍ର ସ୍ନାନପୂର୍ଣ୍ଣିମା

କେନ୍ଦୁଝର : କେନ୍ଦୁଝରର ମହାପ୍ରଭୁ ଶ୍ରୀ ଶ୍ରୀ ବଳଦେବଜୀଉ, ଶ୍ରୀ ଜଗନ୍ନାଥ, ଦେବୀ ସୁଭଦ୍ରା ଓ ଶକ୍ତିର ପ୍ରତୀକ ସୁଦର୍ଶନଙ୍କର ପବିତ୍ର ଦେବସ୍ନାନ ନୀତି ଜ୍ୟେଷ୍ଠଶୁକ୍ଳପକ୍ଷ ସୋମବାର ଦିନ ଅନୁଷ୍ଠିତ ହୋଇଯାଇଛି। ସକାଳ ୪.୦୦ସମୟରେ ଅବକାଶ, ଲୁଗାଲାଗି, ୫ଟାରେ ସୂର୍ଯ୍ୟପୁଜା ଓ ପୂଜାନିତୀ ସଂପନ୍ନ ହେବାପରେ ୫.୨୦ମିନିଟ ସମୟରେ ବେଢା ଦେବତା ପୂଜା, ସକାଳ ୬ଟା ସମୟରେ ଲୁଗାଲାଗି ଓ ପରେ ପୁଷ୍ପାଞ୍ଜଳି ପ୍ରଦାନ କରାଯାଇଥିଲା। ରତ୍ନ ସିଂହାସନରୁ ପୂର୍ବାହ୍ନ ୮.୫୦ମିନିଟ ସମୟରେ ବିଭିନ୍ନ ବ୍ରାହ୍ମଣ ଶାସନମାନଙ୍କରୁ […]

ସଂପୂର୍ଣ୍ଣ ପଢନ୍ତୁ

ଏନ୍ଆଇଟିରୁ କଟାଯିବ ଆହୁରି ୨ ହଜାର ଗଛ, କୋର୍ଟରେ ମାମଲା

ରାଉର‌କେଲା:  ଜାତୀୟ ବୈଷୟିକ ଶିକ୍ଷା ପ୍ରତିଷ୍ଠାନ (ଏନ୍‌ଆଇଟି) ପରିସରରୁ ୧୮୭୨ ଗଛ କାଟିବା ମାମଲା ଏବେ କୋର୍ଟରେ ପହଞ୍ଚିଛି। ଆବେଦନକାରୀଙ୍କ ଆବେଦନକୁ ଗ୍ରହଣ କରି ଜୁଲାଇ ୭ରେ ୧୧ ଜଣ ବନ ବିଭାଗ ଓ ଏନ୍‌ଆଇଟିର ଅଧିକାରୀଙ୍କୁ ହାଜର ହେବାକୁ ନୋଟିସ୍‌ ଜାରି କରିଛନ୍ତି। ଏନ୍ଆଇଟି କର୍ତ୍ତୃପକ୍ଷ ଓ ରାଉରକେଲା ବନବିଭାଗ ଏଭଳି ନିଷ୍ପତ୍ତି ବିରୋଧରେ ତିନି ଆଇନଜୀବୀ ବଶିଷ୍ଟ ରାୟ, ଆର୍‌.କେ. ସିଂହ ଓ ଶ୍ରୀକାନ୍ତ କୁମାର ପ୍ରଧାନ ସିଭିଲ୍‌ ଜଜ୍‌ ସିନିୟର ଡିଭିଜନ୍‌ରେ ମାମଲା ଦାୟର […]

ସଂପୂର୍ଣ୍ଣ ପଢନ୍ତୁ

ସ୍ନାନବେଦୀରୁ ଭକ୍ତଙ୍କୁ ହାତୀବେଶରେ ଦର୍ଶନ ଦେଲେ ମହାପ୍ରଭୁ

ପୁରୀ : ଜଗତ ସାଆନ୍ତ ସ୍ନାନବେଦୀକୁ ଆସିଛନ୍ତି। ରତ୍ନବେଦୀ ଛାଡ଼ି ସ୍ନାନବେଦୀରେ ଲୀଳାଖେଳା କରିଛନ୍ତି। ବଡ଼ଦାଣ୍ଡରୁ ମହାମାନବୀୟ ସ୍ନାନଲୀଳା ସଂଦର୍ଶନ କରିଛନ୍ତି ଭକ୍ତ। ଦୁର୍ଲଭ ହାତୀବେଶରେ ଦର୍ଶନ ଦେଇ କୃତାର୍ଥ କରୁଛନ୍ତି ମର୍ତ୍ତ୍ୟ ବୈକୁଣ୍ଠ ଅଧିପତି। ଭକ୍ତମାନେ ହାତୀବେଶ ଦର୍ଶନ କରି ନିଜକୁ ଧନ୍ୟମନେ କରୁଛନ୍ତି। ଭଗବାନଙ୍କ ଅତି ପ୍ରିୟ ଭକ୍ତମାନଙ୍କର ଆଖିରୁ ଆନନ୍ଦାଶ୍ରୁ ଝରିପଡୁଛି। ମହାପ୍ରଭୁଙ୍କର ଏହି ଦିବ୍ୟବେଶ ଦର୍ଶନ ପାଇଁ ଶ୍ରୀକ୍ଷେତ୍ରକୁ ଭକ୍ତଙ୍କ ସୁଅ ଛୁଟିଛି। ଶ୍ରୀକ୍ଷେତ୍ର ଜନସମୁଦ୍ରରେ ପରିବର୍ତ୍ତନ ହୋଇଛି। ବଡ଼ଦାଣ୍ଡ‌ରେ ଲୋକାରଣ୍ୟ […]

ସଂପୂର୍ଣ୍ଣ ପଢନ୍ତୁ