ବିଶିଷ୍ଟ ସମାଜସେବୀ ସତ୍ୟାନନ୍ଦ ମହାନ୍ତିଙ୍କ ପରଲୋକ: ମାହାଙ୍ଗା ଅଞ୍ଚଳରେ ଶୋକର ଛାୟା, ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ଶ୍ରଦ୍ଧାଞ୍ଜଳି

ରାଜ୍ୟ
Spread the love

କଟକ, (ଅଜୟ ମହାନ୍ତି): ରେଳ ଡାକ ବିଭାଗର ପୂର୍ବତନ ଅଧିକାରୀ ତଥା ବିଶିଷ୍ଟ ସମାଜସେବୀ ସତ୍ୟାନନ୍ଦ ମହାନ୍ତି ୮୨ ବର୍ଷ ବୟସରେ ଗତ ୧ ତାରିଖ ରାତ୍ରି ୧୧ଟା ୧୦ ମିନିଟରେ ପରଲୋକ ଗମନ କରିଛନ୍ତି। ମୃତ୍ୟୁ ବେଳକୁ ସେ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ହୋଇ ଭୁବନେଶ୍ୱରସ୍ଥିତ କିମ୍ସ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ହିଁ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ।

କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଅନ୍ତର୍ଗତ ଜଳେଶ୍ୱରପୁର ପଞ୍ଚାୟତର କାହ୍ନପୁର କରଣସାହି ବାସିନ୍ଦା ସ୍ୱର୍ଗତ ସତ୍ୟାନନ୍ଦ ମହାନ୍ତି ଜଣେ ପରୋପକାରୀ, ମିଷ୍ଟଭାଷୀ ଓ ଧର୍ମପରାୟଣ ତଥା ଆଧ୍ୟାତ୍ମିକ ମନପ୍ରାଣର ବ୍ୟକ୍ତି ଭାବରେ ସ୍ଥାନୀୟ ଅଞ୍ଚଳରେ ବେଶ୍ ସୁନାମ ଅର୍ଜନ କରିଥିଲେ। ପଶୁଲୁଣ୍ଡା ଗ୍ରାମରେ ପ୍ରତିଷ୍ଠିତ ଆଚାର୍ଯ୍ୟ ପ୍ୟାରୀମୋହନ ବିଦ୍ୟାନିକେତନ ଗଠନ ସମୟରେ ତାଙ୍କର ଆର୍ଥିକ ଓ ମାନସିକ ସ୍ତରରେ ଯେଉଁ ଉଲ୍ଲେଖନୀୟ ସାହାଯ୍ୟ ଓ ସହଯୋଗ ଥିଲା, ତାହା ଚିର ଅବିସ୍ମରଣୀୟ। ଶିକ୍ଷାର ବିକାଶ ଓ ସାମାଜିକ ଉନ୍ନତି ପାଇଁ ସେ ସର୍ବଦା ନିଜକୁ ନିୟୋଜିତ ରଖୁଥିଲେ।

ପୁରୀ ସ୍ୱର୍ଗଦ୍ୱାରଠାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଛି। ତାଙ୍କର ବଡ଼ ପୁଅ ସନ୍ତୋଷ କୁମାର ମହାନ୍ତି ମୁଖାଗ୍ନି ଦେଇଥିଲେ। ଭଣଜା କିଲୁ, ପୁତୁରା ରମୁ ଓ ଲୁଟୁ, ବଡ଼ ଝିଅ ମାମି, ବଡ଼ ଜ୍ୱାଇଁ ଚାନୁ, ସାନ ଝିଅ ଚେମି, ସାନ ଜ୍ୱାଇଁ ବେଲୁ, ସାନ ପୁଅ ଅଶୋକ, ଦୁଇ ବୋହୂ କଣ୍ଡେଇ ଓ ଲକି, ନାତି ରୋହନ, ସୋନୁ, ମୁନୁ, ସାଇଦୀପ, ସ୍ନେହାଶିଷ ପ୍ରମୁଖଙ୍କ ସମେତ ପରିବାରବର୍ଗ, ବନ୍ଧୁବାନ୍ଧବ ଓ ଜ୍ଞାତିକୁଟୁମ୍ବ ଆଦି ଶେଷ ସମୟରେ ଉପସ୍ଥିତ ରହି ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ତାଙ୍କର ବିୟୋଗରେ କାହ୍ନପୁର ଗ୍ରାମ ତଥା ସମଗ୍ର ପାଖଆଖ ଅଞ୍ଚଳରେ ଏକ ଗଭୀର ଶୋକର ଛାୟା ଖେଳିଯାଇଛି।

ଏହି ଦୁଃଖଦ ଖବର ପାଇ ମାହାଙ୍ଗା ବିଧାୟକ ସାରଦା ପ୍ରଧାନ, ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା, ମାହାଙ୍ଗା ବ୍ଲକ ଅଧ୍ୟକ୍ଷା ଦୀପା ମଲ୍ଲିକ, ଦିବ୍ୟଜୀବନ ସଂଘ ପଶୁଲୁଣ୍ଡା ଶାଖାର ସଭାପତି ଗୋପୀନାଥ ମହାନ୍ତି, ସମ୍ପାଦକ ଗୋବିନ୍ଦ ଚନ୍ଦ୍ର ମହାନ୍ତି, ପୂର୍ବତନ ପ୍ରଧାନ ଶିକ୍ଷକ ଅଭୟ ଚରଣ ପଣ୍ଡା, ପ୍ୟାରୀମୋହନ ଯୁବ ପରିଷଦର ଉପଦେଷ୍ଟା ନବକିଶୋର ମହାନ୍ତି, ପୂର୍ବତନ ଶିକ୍ଷକ ସ୍ନେହାଂଶୁ କୁମାର ମହାନ୍ତି, ପୂର୍ବତନ ପୁଲିସ ଅଧିକାରୀ କିଶୋର ମହାନ୍ତି, ମାନସ ମହାନ୍ତି, ଗିରିଶ ମହାନ୍ତି, ଦିବ୍ୟଜୀବନ ସଂଘର ବ୍ରହ୍ମଚାରୀ ସ୍ୱାମୀ ବ୍ରହ୍ମନିଷ୍ଠାନନ୍ଦ ସରସ୍ୱତୀ, ସ୍ୱାମୀ କ୍ରିଷ୍ଣଭକ୍ତାନନ୍ଦ ସରସ୍ୱତୀ, ପୂର୍ବତନ ଶିକ୍ଷକ ଦିବାକର ସ୍ୱାଇଁ, ମାହାଙ୍ଗା ବ୍ଲକ କଂଗ୍ରେସ କମିଟି ସଭାପତି ଆଡଭୋକେଟ ଦୀପକ କୁମାର ମହାନ୍ତି, ସରପଞ୍ଚ ସୁବାସ ଜେନା, ପୂର୍ବତନ ସରପଞ୍ଚ ଜ୍ଞାନେନ୍ଦ୍ର ପ୍ରସାଦ ତ୍ରିପାଠୀ, ଶ୍ରୀକୃଷ୍ଣପୁର ପଞ୍ଚାୟତ ସରପଞ୍ଚ ରାଜକିଶୋର ବଳ, ସମିତି ସଭ୍ୟ ସୁରେନ୍ଦ୍ର ମହାନ୍ତି, ମଣିବାବା ଟେଣ୍ଟ ହାଉସ ଓ ସାଉଣ୍ଡ ସିଷ୍ଟମର ପ୍ରୋପ୍ରାଇଟର ସତ୍ୟରଞ୍ଜନ ମହାନ୍ତି, ସାମ୍ବାଦିକ ପ୍ରଶାନ୍ତ ମିଶ୍ର, ସାମ୍ବାଦିକ ଲକ୍ଷ୍ମୀଧର ଖୁଣ୍ଟିଆ, ସାମ୍ବାଦିକ ଅଶୋକ ଦାସ, ସାମ୍ବାଦିକ ରମେଶ ସାହୁ ଓ ସାମ୍ବାଦିକ ବିକାଶ ମହାନ୍ତିଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଗଭୀର ଶୋକ ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି। ଏଥିସହ ତାଙ୍କ ଅମର ଆତ୍ମାର ବୈକୁଣ୍ଠ ପ୍ରାପ୍ତି ତଥା ସଦ୍‌ଗତି ନିମନ୍ତେ ସମସ୍ତେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଚରଣ କମଳରେ ବିନମ୍ର ପ୍ରାର୍ଥନା କରିଛନ୍ତି।

Leave a Reply

Your email address will not be published. Required fields are marked *