କଟକ, ୭।୧୧: ରୋଟାରୀ କ୍ଲବ୍ ଅଫ୍ କଟକ ହେରିଟେଜ୍ର ଭବ୍ୟ ଚାର୍ଟର ପ୍ରଦାନ ସମାରୋହ କଟକ ଲିଙ୍କ୍ ରୋଡ୍ସ୍ଥିତ ହୋଟେଲ ପଦ୍ମଜା ପ୍ରାଇଡ୍ଠାରେ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଏହି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମରେ ରୋଟାରୀ ଜିଲ୍ଲା ୩୨୬୨ର ଡିଷ୍ଟ୍ରିକ୍ଟ ଗଭର୍ଣ୍ଣର ରୋଟାରିଆନ୍ ଅନିଲ କୁମାର ସାମଲ, ଆଇଏଏସ୍ (ଅବସରପ୍ରାପ୍ତ) ମୁଖ୍ୟ ଅତିଥି ଏବଂ ପିଡିଜି ରବିନାରାୟଣ ନନ୍ଦ ମୁଖ୍ୟ ବକ୍ତା ଭାବେ ଯୋଗଦେଇଥିଲେ। ଏଥିସହ ଫାଷ୍ଟ ଲେଡି ରୋଟାରିଆନ୍ ସୁବ୍ରତା ସାମଲ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ।
ସଭାରେ ମୁଖ୍ୟ ଅତିଥି ଶ୍ରୀ ସାମଲ ନବଗଠିତ କ୍ଲବ୍ର ଚାର୍ଟର ପ୍ରେସିଡେଣ୍ଟ ରୋଟାରିଆନ୍ ଆଡଭୋକେଟ୍ କେଶବ ଚନ୍ଦ୍ର କରଙ୍କୁ ଆନୁଷ୍ଠାନିକ ଭାବେ କ୍ଲବ୍ର ଚାର୍ଟର ସାର୍ଟିଫିକେଟ୍ ପ୍ରଦାନ କରିବା ସହ ସମସ୍ତ ଚାର୍ଟର ସଦସ୍ୟଙ୍କୁ ରୋଟାରୀ ପିନ୍ ପିନ୍ଧାଇ ସମ୍ବର୍ଦ୍ଧିତ କରିଥିଲେ। ଏହି ଶୁଭ ଅବସରରେ ସାମାଜିକ ଦାୟିତ୍ୱବୋଧର ପରିଚୟ ଦେଇ ୪୨ ମୌଜାସ୍ଥିତ ପାର୍ବତୀ ବିଦ୍ୟାପୀଠର ୧୦ ଜଣ ଗରିବ ତଥା ମେଧାବୀ ଛାତ୍ରଛାତ୍ରୀଙ୍କୁ କ୍ଲବ୍ ପକ୍ଷରୁ ଶିକ୍ଷା କିଟ୍ ବଣ୍ଟନ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ଶ୍ରୀ ସାମଲ ନିଜ ବକ୍ତବ୍ୟରେ ରୋଟାରୀର ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ସମାଜର ଅବହେଳିତ ତଥା ପଛୁଆ ବର୍ଗଙ୍କ କଲ୍ୟାଣ ନିମନ୍ତେ ଚାଲିଥିବା ବିଭିନ୍ନ ଲୋକାଭିମୁଖୀ ସେବାମୂଳକ କାର୍ଯ୍ୟର ମହତ୍ତ୍ୱ ଓ ଆବଶ୍ୟକତା ଉପରେ ବିଶେଷ ଆଲୋକପାତ କରିଥିଲେ।
ଏହି ସମାରୋହରେ ପିଡିଜି ଶିବବ୍ରତ ଦାଶ, ଯଜ୍ଞାଶିଷ ମହାପାତ୍ର, ଏ.କେ. ମହାପାତ୍ର, ଅଶୋକ ମହାପାତ୍ର, ସୌମ୍ୟ ମିଶ୍ର, ରୋଟାରିଆନ୍ ରବିନାରାୟଣ ନନ୍ଦ, ଆସିଷ୍ଟାଣ୍ଟ ଗଭର୍ଣ୍ଣର ସୁଜାତା ପ୍ରିୟଦର୍ଶିନୀ, ବରିଷ୍ଠ ରୋଟାରିଆନ୍ ସୁଜାତା ମହାପାତ୍ର, ସୁବାସିନୀ ଲେଙ୍କା, ଡଃ ଆଲୋକ ସାହୁ, ସରୋଜ ଦାସ, ଡଃ ଆଶୁତୋଷ ଦେବତା, ଆଡଭୋକେଟ୍ ଅଚ୍ୟୁତାନନ୍ଦ ରାଉତରାୟ ଓ କଲ୍ୟାଣୀ ନନ୍ଦଙ୍କ ସମେତ କଟକ ଏବଂ ଭୁବନେଶ୍ୱରର ବହୁ ମାନ୍ୟଗଣ୍ୟ ରୋଟାରିଆନ୍ ଯୋଗଦେଇଥିଲେ। ସ୍ପୋନ୍ସରିଂ କ୍ଲବ୍ ‘ଗ୍ରିନଫିଲ୍ଡ ରୋଟାରୀ କ୍ଲବ୍’ର ପ୍ରେସିଡେଣ୍ଟ ପୂର୍ଣ୍ଣଚନ୍ଦ୍ର ସାହୁ ଏବଂ ପାଷ୍ଟ ପ୍ରେସିଡେଣ୍ଟ ମନମୋହନ ପତି ସମଗ୍ର କାର୍ଯ୍ୟକ୍ରମଟିକୁ ସୁଚାରୁ ରୂପେ ପରିଚାଳନା କରିଥିଲେ।
ସମାରୋହରେ ଉପସ୍ଥିତ ସମସ୍ତ ସମ୍ମାନନୀୟ ଅତିଥି, ପିଡିଜି, ବିଭିନ୍ନ କ୍ଲବ୍ର ସଭାପତି, ସମ୍ପାଦକ, ପୂର୍ବତନ ସଭାପତି ତଥା ବରିଷ୍ଠ ରୋଟାରିଆନ୍ମାନଙ୍କୁ ସଭାପତି ଶ୍ରୀ କର ସ୍ମୃତିଚିହ୍ନ ଓ ଉତ୍ତରୀୟ (ଉପଢୌକନ) ପ୍ରଦାନ ପୂର୍ବକ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ଜଣାଇଥିଲେ। କାର୍ଯ୍ୟକ୍ରମରେ ଚାର୍ଟର ସଦସ୍ୟ ପ୍ରଦୀପ ପଣ୍ଡା, ସନାତନ ପଣ୍ଡା, ବିଜୟ ଜେନା, ଡଃ ଅଭିଷେକ ଦ୍ୱିବେଦୀ, ଆଡଭୋକେଟ୍ ପ୍ରକାଶ ସ୍ୱାଇଁ, ପବିତ୍ର ଦେବତା, ସୁଜିତ ଦେବତା, ଅଭିଷେକ କର, ଡଃ ବିଶ୍ୱରଞ୍ଜନ ଷଡ଼ଙ୍ଗୀ ଓ ଶାଶ୍ୱତ କରଙ୍କ ସମେତ ଅନ୍ୟାନ୍ୟ ସଦସ୍ୟମାନେ ସକ୍ରିୟ ଭାବେ ଉପସ୍ଥିତ ଥିଲେ। ପରିଶେଷରେ ରୋଟାରିଆନ୍ ଡଃ ସ୍ମୃତି ପ୍ରିୟଦର୍ଶିନୀ କର ଉପସ୍ଥିତ ସମସ୍ତଙ୍କୁ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ। କ୍ଲବ୍ର ସଭାପତି ଆଡଭୋକେଟ୍ କେଶବ ଚନ୍ଦ୍ର କର ଆଗାମୀ ଦିନରେ ସମାଜର ନିଷ୍ପେସିତ ଓ ଅବହେଳିତ ବର୍ଗଙ୍କ ସେବା, ସ୍ୱାସ୍ଥ୍ୟ ସଚେତନତା ଏବଂ ଗୁଣାତ୍ମକ ଶିକ୍ଷାର ପ୍ରସାର ଦିଗରେ ନିଷ୍ଠାର ସହ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମ ହାତକୁ ନେବା ପାଇଁ କ୍ଲବ୍ର ଦୃଢ଼ ସଂକଳ୍ପ ଓ ପ୍ରତିବଦ୍ଧତା ପ୍ରକାଶ କରିଥିଲେ।
