ଭୁବନେଶ୍ୱର, ୨୨/୧୦: ରାଜଧାନୀରେ ବିଳମ୍ବିତ ରାତିରେ ଜଳିଗଲା ଟ୍ରକ୍। ସାଲିଆ ସାହି ଦୁଇଶହ ଫୁଟିଆ ରାସ୍ତା ଉପରେ ହୁତୁହୁତୁ ହୋଇ ଜଳିଯାଇଛି ଏହି ଟ୍ରକ୍ଟି। ତେବେ ନିଆଁ ଲାଗିବାର ପ୍ରକୃତ କାରଣ ଅସ୍ପଷ୍ଟ ରହିଛି।
ଖବର ପାଇ ଘଟଣାସ୍ଥଳରେ ମୈତ୍ରୀ ବିହାର ଥାନା ପୋଲିସ ଓ ଚନ୍ଦ୍ରଶେଖରପୁର ଅଗ୍ନିଶମ ବାହିନୀ ପହଞ୍ଚିଥିଲେ। ଅଗ୍ନିଶମ କର୍ମଚାରୀଙ୍କ ନିରନ୍ତର ଉଦ୍ୟମ ଫଳରେ ନିଆଁକୁ ଆୟତ୍ତ କରାଯାଇଥିଲା। ତେବେ ଟ୍ରକରେ କେହି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଛି ନା ସର୍ଟସର୍କିଟ୍ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଛି, ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ।
ଅନ୍ୟପଟେ ସ୍ଥାନୀୟ ଲୋକେ ଏହା ଏକ ଉଦ୍ଦେଶ୍ୟମୂଳକ ଅଗ୍ନିକାଣ୍ଡ ହୋଇଥାଇପାରେ ବୋଲି ସନ୍ଦେହ ବ୍ୟକ୍ତ କରୁଛନ୍ତି। ଏହି ଘଟଣାକୁ ନେଇ ମୈତ୍ରୀ ବିହାର ଥାନା ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।
