ପୋଖରୀରୁ ଧରାହେଲା ବିରାଟ କୁମ୍ଭୀର

ପଟ୍ଟାମୁଣ୍ଡାଇ, ୩୧/୧୦: ପୁଣି ପଟ୍ଟାମୁଣ୍ଡାଇରେ କୁମ୍ଭୀର ଆତଙ୍କ। ପଟ୍ଟାମୁଣ୍ଡାଇ ପୌର ପରିଷଦ ଅନ୍ତର୍ଗତ ୧୫ନଂ ୱାର୍ଡ ଅଳଭା ଗ୍ରାମରେ ବିଶ୍ୱନାଥ ନାୟକଙ୍କ ପୋଖରୀରୁ ଧରାହୋଇଛି ୧୦ ଫୁଟ ଲମ୍ବର କୁମ୍ଭୀର। ବନ ବିଭାଗ କର୍ମଚାରୀ କୁମ୍ଭୀରକୁ ଧରିନେଇଛନ୍ତି।ସୂଚନା ମୁତାବକ, ଗୁରୁବାର ବିଳମ୍ବିତ ରାତିରେ ରାଜନଗର-ପଟ୍ଟାମୁଣ୍ଡାଇ ମୁଖ୍ୟ ରାସ୍ତାର ଅଳଭା ଗାଁ ନିକଟରେ ଏକ ବିରାଟ କୁମ୍ଭୀର ଶୋଇଥିବା ଜଣେ ଟ୍ରକ ଚାଳକ ଦେଖି ଟ୍ରକ ଅଟକାଇ ଥିଲେ। ସ୍ଥାନୀୟ ଲୋକେ ଆସିଯିବାରୁ କୁମ୍ଭୀରଟି ନିକଟରେ ଥିବା ପୋଖରୀକୁ […]

ସଂପୂର୍ଣ୍ଣ ପଢନ୍ତୁ

ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚରେ, ଟିମ ଇଣ୍ଡିଆ ଅଷ୍ଟ୍ରେଲିଆ ଠାରୁ ଚାରି ଉଇକେଟରେ ପରାଜୟ ବରଣ କରିଛି

ମେଲବୋର୍ନ,୩୧/୧୦: ଆସନ୍ତା ବର୍ଷ ଟି-୨୦ ବିଶ୍ୱକପ ପୂର୍ବରୁ ଭାରତୀୟ ଦଳ ଏକ କଡ଼ା ଶିକ୍ଷା ପାଇଛି। ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚରେ, ଟିମ ଇଣ୍ଡିଆ ମେଲବୋର୍ନରେ ଅଷ୍ଟ୍ରେଲିଆ ହାତରୁ ଚାରି ଉଇକେଟରେ ପରାଜୟ ବରଣ କରିଛି। ଭାରତ ବ୍ୟାଟିଂ କ୍ରମରେ ଅନାବଶ୍ୟକ ପରିବର୍ତ୍ତନ ଦଣ୍ଡନୀୟ ହୋଇଥିଲା। କାରଣ ସେମାନେ ପ୍ରଥମେ ବ୍ୟାଟିଂ କରୁଥିବା ସମୟରେ ମାତ୍ର ୧୨୫ରନରେ ଅଲଆଉଟ ହୋଇଯାଇଥିଲେ। ଅଷ୍ଟ୍ରେଲୀୟ ପେସର୍‌ ଜୋଶ ହାଜେଲଉଡ ଗୋଟିଏ ସ୍ପେଲରେ ଭାରତୀୟ ଶୀର୍ଷ କ୍ରମକୁ ଭାଙ୍ଗି ଦେଇଥିଲେ। ଅଷ୍ଟ୍ରେଲିଆ […]

ସଂପୂର୍ଣ୍ଣ ପଢନ୍ତୁ

୪.୨୪ କୋଟିର ବ୍ରାଉନସୁଗର, ୭୨ ଲକ୍ଷର ଗଞ୍ଜେଇ ଜବତ

ଭୂବନେଶ୍ଵର, ୩୧/୧୦: ୨୦୨୫ ଆରମ୍ଭରୁ ଅକ୍ଟୋବର ୨୯ ସୁଦ୍ଧା ରାଜ୍ୟର ବିଭିନ୍ନ ଜିଲାରୁ ବିପୁଳ ପରିମାଣର ବ୍ରାଉନସୁଗର ଏବଂ ଗଞ୍ଜେଇ ଜବତ ହୋଇଛି। ତନ୍ମଧ୍ୟରେ ୪ କେଜି ୨୨ ଗ୍ରାମ ୪୨୮ ମିଲିଗ୍ରାମ ବ୍ରାଉନସୁଗର ରହିଛି, ଯାହାର ମୂଲ୍ୟ ୪ କୋଟି ୨୪ ଲକ୍ଷ ୪୬ ହଜାର ୫୪୦ ଟଙ୍କା। ସେହିପରି ୧୧୦୭ କେଜି ୫୭୮ ଗ୍ରାମ ଗଞ୍ଜେଇ ଜବତ କରାଯାଇଛି, ଯାହାର ମୂଲ୍ୟ ୭୨ ଲକ୍ଷ ୧୪ ହଜାର ୭୨୭ ଟଙ୍କା ହେବ ବୋଲି ନାର୍କୋଟିକ୍ସ […]

ସଂପୂର୍ଣ୍ଣ ପଢନ୍ତୁ

ଜଷ୍ଟିସ ସୂର୍ଯ୍ୟକାନ୍ତ ସିଜେଆଇ ନିଯୁକ୍ତ

ନୂଆଦିଲ୍ଲୀ, ୩୧/୧୦: ସୁପ୍ରିମକୋର୍ଟର ବରିଷ୍ଠ ବିଚାରପତି ସୂର୍ଯ୍ୟକାନ୍ତଙ୍କୁ ପରବର୍ତ୍ତୀ ପ୍ରଧାନ ବିଚାରପତି (ସିଜେଆଇ) ନିଯୁକ୍ତ କରାଯାଇଛି। ଗୁରୁବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କ ନିଯୁକ୍ତକୁ ଅନୁୁମୋଦନ କରିଛନ୍ତି ବୋଲି ଆଇନ ମନ୍ତ୍ରୀ ଅର୍ଜୁନ ମେଘୱାଲ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଜଷ୍ଟିସ ବି.ଆର.ଗବଇ ଅବସର ନେବାପରେ ନଭେମ୍ବର ୨୪ରେ ଜଷ୍ଟିସ ସୂର୍ଯ୍ୟକାନ୍ତ ସୁପ୍ରିମକୋର୍ଟର ୫୩ତମ ସିଜେଆଇ ଭାବେ ଶପଥ ଗ୍ରହଣ କରିବେ ବୋଲି ଜଣାପଡିଛି। ୨୦୨୭ ଫେବୃଆରୀ ୯ ପର୍ଯ୍ୟନ୍ତ ସେ ଦାୟିତ୍ବ ତୁଲାଇବେ। ୧୯୬୨ ଫେବୃଆରୀ ୧୦ରେ […]

ସଂପୂର୍ଣ୍ଣ ପଢନ୍ତୁ

ସର୍ଦ୍ଦାର ପଟେଲଙ୍କ ୧୫୦ତମ ଜୟନ୍ତୀ: ଶ୍ରଦ୍ଧାଞ୍ଜଳି ଦେଲେ ପ୍ରଧାନମନ୍ତ୍ରୀ

ଗୁଜୁରାଟ, ୩୧/୧୦: ଦେଶ ପାଳୁଛି ଲୌହ ମାନବ ସର୍ଦ୍ଦାର ପଟେଲଙ୍କ ୧୫୦ତମ ଜୟନ୍ତୀ । ଏହି ଅବସରରେ ସର୍ଦ୍ଦାର ପଟେଲଙ୍କୁ ମନେ ପକାଇବା ସହ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସର୍ଦ୍ଦାର ପଟେଲଙ୍କ ଜୟନ୍ତୀ ଅବସରରେ ରାଷ୍ଟ୍ରୀୟ ଏକତା ଦିବସ ପାଳନ କରାଯାଉଛି । ଗୁଜୁରାଟର କେୱାଡିଆରେ ଆୟୋଜିତ ଏକତା ଦିବସ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାମିଲ ହୋଇ ସର୍ଦ୍ଦାର ପଟେଲ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଜଣାଇଲେ । ଦେଶରେ ଏକତା ବଜାୟ […]

ସଂପୂର୍ଣ୍ଣ ପଢନ୍ତୁ

ପୀତବାସ ପଣ୍ଡା ହତ୍ୟା ମାମଲା ପରିଚାଳନା କରିବେ ଦୁଇ ବରିଷ୍ଠ ସରକାରୀ ଓକିଲ

ବ୍ରହ୍ମପୁର, ୩୧/୧୦: ବ୍ରହ୍ମପୁରର ବହୁ ଚର୍ଚ୍ଚିତ ପୀତବାସ ପଣ୍ଡା ହତ୍ୟା ମାମଲାର ପରିଚାଳନା କରିବେ ଦୁଇ ଜଣ ବରିଷ୍ଠ ସରକାରୀ ଓକିଲ । ଏନେଇ କ୍ରାଇମବ୍ରାଞ୍ଚ ଡିଜିଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି ବ୍ରହ୍ମପୁର ଏସପି ।ସରକାରଙ୍କ ତରଫରୁ ବ୍ରହ୍ମପୁର କୋର୍ଟରେ କେସ୍‌ ପରିଚାଳନା ପାଇଁ ହାଇକୋର୍ଟରେ କାର୍ଯ୍ୟରତ ତଥା ସିବିଆଇର ଆଇନ ପରାମର୍ଶଦାତା ରହିଥିବା ବରିଷ୍ଠ ଆଇନଜୀବୀ କାଳୀଚରଣ ମିଶ୍ର ଓ ବରିଷ୍ଠ ଆଇନଜୀବୀ ଅବିନାଶ ପାଢୀଙ୍କୁ ନିଯୁକ୍ତି ଦେବା ପାଇଁ ବ୍ରହ୍ମପୁର ଏସପି, ଓଡ଼ିଶା […]

ସଂପୂର୍ଣ୍ଣ ପଢନ୍ତୁ

ସର୍ଦ୍ଦାର ପଟେଲଙ୍କ ୧୫୦ତମ ଜୟନ୍ତୀ ଉପଲକ୍ଷେ ଗଣଦୌଡ ସାମିଲ ହେଲେ ମୁଖ୍ୟମନ୍ତ୍ରୀ

ଭୂବନେଶ୍ଵର, ୩୧/୧୦: ଆଜି ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୫୦ ତମ ଜୟନ୍ତୀ ତଥା ରାଷ୍ଟ୍ରୀୟ ଏକତା ଦିବସ ଅବସରରେ କ୍ରୀଡା ଓ ଯୁବ ବ୍ୟାପାର ବିଭାଗ ପକ୍ଷରୁ କଳିଙ୍ଗ ଷ୍ଟାଡିଅମ ଠାରେ ଆୟୋଜିତ ଏକତା ଦୌଡ଼କୁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଉଦଘାଟନ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏକତା, ଭାଇଚାରା ଓ ଦେଶପ୍ରେମ ଆମ ବିକଶିତ ଭାରତର ଶକ୍ତି।ମୁଖ୍ୟମନ୍ତ୍ରୀ କହିଥିଲେ ଭିନ୍ନତାରେ ଏକତା ହେଉଛି ଭାରତର ଆତ୍ମା ଓ […]

ସଂପୂର୍ଣ୍ଣ ପଢନ୍ତୁ

ଓଏସଏପି ବାଟାଲିୟନରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ ତମ ଜୟନ୍ତୀ

କଟକ, ୩୧/୧୦ ପୂର୍ବାହ୍ନରେ କଟକସ୍ଥିତ ଷଷ୍ଠ ଓଏସଏପି ବାଟାଲିୟନ ପରିସରରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ 150 ତମ ଜନ୍ମ ଜୟନ୍ତୀ ଅବସରରେ ରାଜ୍ୟସ୍ତରୀୟ ରାଷ୍ଟ୍ରୀୟ ଏକତା ଦିବସ ସମାରୋହ ପାଳିତ ହୋଇଯାଇଛି। ଏହି ଅବସରରେ ଆରକ୍ଷୀ ମହାନିର୍ଦ୍ଦେଶକ (କ୍ରାଇମ ବ୍ରାଞ୍ଚ) ଶ୍ରୀ ବିନୟତୋଷ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ମହାପୁରୁଷ ସର୍ଦ୍ଦାର ପଟେଲଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ସମ୍ମିଳିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିଥିଲେ। ରାଷ୍ଟ୍ରର ଏକତା, ଅଖଣ୍ଡତା, ସୁରକ୍ଷା ତଥା ଦେଶର ଆଭ୍ୟନ୍ତରୀଣ […]

ସଂପୂର୍ଣ୍ଣ ପଢନ୍ତୁ

ଆଜି ଅଳାଁ ନବମୀ, ରାଧାପାଦ ଦର୍ଶନ ପାଇଁ ୩ କି.ମି ଲମ୍ବା ଲାଇନ

ସାକ୍ଷୀଗୋପାଳ, ୩୧/୧୦: ଅଳାଁ ନବମୀ ପାଇଁ ଚଳିତ ବର୍ଷ ୨ଲକ୍ଷରୁ ଅଧିକ ଭକ୍ତ ୩କିଲୋମିଟର ପର୍ଯ୍ୟନ୍ତ ଲମ୍ବା ଲାଇନରେ ଛିଡା ହେବା ପରେ ଠାକୁରାଶୀ ଶ୍ରୀରାଧାରାଣୀଙ୍କ ଦର୍ଶନ କରିଛନ୍ତି । ବର୍ଷକରେ କେବଳ ଏହି ଗୋଟିଏ ଦିନ ରାଧାଙ୍କ ପାଦ ଦର୍ଶନ ନିମନ୍ତେ ରାଜ୍ୟ ତଥା ରାଜ୍ୟ ବାହାରୁ ଭକ୍ତଙ୍କ ସୁଅ ଛୁଟିଥାଏ । ଆଜି ଭୋର ୫ଟାରୁ ସାହାଣ ମେଲା ଦର୍ଶନ ଆରମ୍ଭ ହୋଇଥିଲା । ଭକ୍ତମାନେ ପ୍ରଶାସନ ଦ୍ୱାରା ନିର୍ମିତ ବ୍ୟାରିକେଡ ମଧ୍ୟରେ ଶୃଙ୍ଖଳିତ […]

ସଂପୂର୍ଣ୍ଣ ପଢନ୍ତୁ

ଜଳ ସମ୍ପଦ ବିଭାଗକୁ ଆହୁରି ସୁଦକ୍ଷ ଓ ସ୍ମାର୍ଟ କରାଯିବ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର ୩୧/୧୦: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ପୂର୍ବାହ୍ନ ୧୦ଟା ସମୟରେ ରାଜୀବ ଭବନସ୍ଥିତ ଜଳ ସମ୍ପଦ ବିଭାଗ ପରିଦର୍ଶନ କରି ବିଭାଗର ବିସ୍ତୃତ କାର୍ଯ୍ୟାବଳୀ ସମ୍ପର୍କରେ ପଚାରି ବୁଝିଛନ୍ତି। ମୁଖ୍ୟମନ୍ତ୍ରୀ ଜଳ ସମ୍ପଦ ବିଭାଗରେ ପହଞ୍ଚି ପ୍ରଥମେ ଅଷ୍ଟମ ମହଲାସ୍ଥିତ ରାଜ୍ୟ ଜଳ ବିଜ୍ଞାନ ତଥ୍ୟ କେନ୍ଦ୍ର ଯାଇ ସେଠାରେ ରାଜ୍ୟରେ ବିଭିନ୍ନ ଜଳ ଭଣ୍ଡାର ଓ ନଦୀ ଗୁଡିକରେ ଜଳ ସ୍ଥିତି ଅନୁଧ୍ୟାନ କରିବା ସହିତ ଏହାର କାର୍ଯ୍ୟ ପ୍ରଣାଳୀ ସମ୍ପର୍କରେ […]

ସଂପୂର୍ଣ୍ଣ ପଢନ୍ତୁ