ଗୁଜୁରାଟ, ୩୧/୧୦: ଦେଶ ପାଳୁଛି ଲୌହ ମାନବ ସର୍ଦ୍ଦାର ପଟେଲଙ୍କ ୧୫୦ତମ ଜୟନ୍ତୀ । ଏହି ଅବସରରେ ସର୍ଦ୍ଦାର ପଟେଲଙ୍କୁ ମନେ ପକାଇବା ସହ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସର୍ଦ୍ଦାର ପଟେଲଙ୍କ ଜୟନ୍ତୀ ଅବସରରେ ରାଷ୍ଟ୍ରୀୟ ଏକତା ଦିବସ ପାଳନ କରାଯାଉଛି । ଗୁଜୁରାଟର କେୱାଡିଆରେ ଆୟୋଜିତ ଏକତା ଦିବସ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାମିଲ ହୋଇ ସର୍ଦ୍ଦାର ପଟେଲ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଜଣାଇଲେ । ଦେଶରେ ଏକତା ବଜାୟ ରଖିବାକୁ ଶପଥ ପାଠ କରାଇଛନ୍ତି ମୋଦୀ । ଦେଶକୁ ଏକତା ସୂତ୍ରରେ ବାନ୍ଧିବାରେ ସର୍ଦ୍ଦାର ପଟେଲଙ୍କ ଅମୂଲ୍ୟ ଯୋଗଦାନକୁ ରାଷ୍ଟ୍ରୀୟ ଏକତା ଦିବସ ସମ୍ମାନ ଜଣାଇଛନ୍ତି ମୋଦୀ ।
