ସମ୍ବଲପୁରକୁ ୫୦ଟି ନୂଆ ଇ-ବସ୍ ଭେଟି ଦେଲେ ମୁଖ୍ୟମନ୍ତ୍ରୀ

ସମ୍ବଲପୁର, ୧୦/୧: ସମ୍ବଲପୁରବାସୀଙ୍କ ଗମନା ଗମନକୁ ସୁଗମ ଏବଂ ସୁବ୍ୟବସ୍ଥିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ୨୫ଟି ନୂଆ ଇ-ବସ୍‌ର ଶୁଭାରମ୍ଭ କରିବା ସହିତ ଚଳିତ ମାସ ଶେଷ ସୁଦ୍ଧା ଆଉ ୨୫ଟି ଇ-ବସ୍‌ର ବ୍ୟବସ୍ଥା କରାଯିବ ବୋଲି ଘୋଷଣା କରିଛନ୍ତି। ସମ୍ବଲପୁରରେ ସମୁଦାୟ ୫୦ଟି ଇ-ବସ୍ ଚାଲିବ।ସମ୍ବଲପୁରକୁ ଦୁଇ ଦିନିଆ ଗସ୍ତରେ ଯାଇଥିବା ବେଳେ ମୁଖ୍ୟମନ୍ତ୍ରୀ ଆଜି ଏହି ଇ-ବସ ସେବାର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ଗଣମାଧ୍ୟମକୁ ବିବୃତ୍ତି ରଖି […]

ସଂପୂର୍ଣ୍ଣ ପଢନ୍ତୁ

ନୂଆବର୍ଷରେ ସମ୍ବଲପୁର ରେ ୭କୋଟିରୁ ଅଧିକ ଟଙ୍କାର ମଦ ବିକ୍ରି

ସମ୍ବଲପୁର ୪/୧: ନୂଆବର୍ଷରେ ସମ୍ବଲପୁର ଜିଲ୍ଲାରେ ୭ କୋଟି ୨୦ ଲକ୍ଷ ୨୭ ହଜାର ୭୨୦ ଟଙ୍କାର ମଦ ବିକ୍ରି ହୋଇଛି। ଯାହାକି ଗତ ନୂଆବର୍ଷ ଏବଂ ସାଧାରଣ ଦିନଠାରୁ ଅଧିକ ବୋଲି କହିଛନ୍ତି ଅବକାରୀ ନିରୀକ୍ଷକ ଭୈରବ ସାହୁ। ପୁଷପୁନି ଅବସରରେ ଡିସେମ୍ବର ୩ରେ ମଧ୍ୟ ବ୍ୟାପକ ପରିମାଣରେ ମଦ ବିକ୍ରି ହୋଇଛି ଅବକାରୀ ବିଭାଗର ସୂଚନା ଅନୁସାରେ, ସମ୍ବଲପୁର ଜିଲ୍ଲାରେ ଲାଇସେନ୍ସପ୍ରାପ୍ତ ୩୧ଟି ଦୋକାନ ରହିଛି। ଡିସେମ୍ବର ୨୫ରୁ ୩୧ ତାରିଖ ମଧ୍ୟରେ ୪.୯୯ […]

ସଂପୂର୍ଣ୍ଣ ପଢନ୍ତୁ

ପର୍ଯ୍ୟଟକ ଗାଡ଼ି ଦୁର୍ଘଟଣା: ୧୫ ଗୁରୁତର

ଯୁଯୁମୁରା ୨୭/୧୨: ସମ୍ବଲପୁର(Sambalpur) ଜିଲ୍ଲା ଯୁଯୁମୁରା ଥାନା ଅନ୍ତର୍ଗତ ୫୫ ନମ୍ବର ଜାତୀୟ ରାଜପଥରେ ଗୁରୁବାର ଭୋର ସମୟରେ ଏକ ପର୍ଯ୍ୟଟକ ଗାଡ଼ି(Tourist Bus) ଭୟାବହ ଦୁର୍ଘଟଣାର ସମ୍ମୁଖୀନ ହୋଇଛି। ଏହି ଘଟଣାରେ ମୋଟ ୧୫ ଜଣ ଯାତ୍ରୀ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି। ଦୁର୍ଘଟଣା ପରେ ରାଜପଥରେ କିଛି ସମୟ ପର୍ଯ୍ୟନ୍ତ ଆତଙ୍କର ପରିବେଶ ସୃଷ୍ଟି ହୋଇଥିଲା। ଆହତମାନଙ୍କ ମଧ୍ୟରୁ ୮ ଜଣଙ୍କର ଅବସ୍ଥା ଅତ୍ୟନ୍ତ ଗୁରୁତର ଥିବାରୁ ସେମାନଙ୍କୁ ବୁର୍ଲା ସ୍ଥିତ ଭିମସାର […]

ସଂପୂର୍ଣ୍ଣ ପଢନ୍ତୁ

ଭିଜିଲାନ୍ସ ଜାଲରେ ବରିଷ୍ଠ ରାଜସ୍ବ ସହାୟକ

ସମ୍ବଲପୁର,୨୪/୧୨ : ଭିଜିଲାନ୍ସ ଜାଲରେ ସମ୍ବଲପୁର ବନ୍ଦୋବସ୍ତ କାର୍ଯ୍ୟାଳୟର ବରିଷ୍ଠ ରାଜସ୍ବ ସହାୟକ( SRA)ବାସୁଦେବ ଭୋଇ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗ ପକ୍ଷରୁ ତାଙ୍କର ସମ୍ବଲପୁର ଚାରଭାଟିରେ ଥିବା ଘର, ଅଫିସ, ବରଗଡ଼ରେ ନିଜର ଏକ ଦୁଇ ମହଲା ଘର ଓ ପୈତୃକ ଘର ଆଦି ୪ଟି ସ୍ଥାନରେ ଏକସଙ୍ଗେ ଚଢ଼ାଉ ଜାରି ରହିଛି। ଭିଜିଲାନ୍ସର ୨ ଜଣ ଡିଏସ୍‌ପିଙ୍କ ନେତୃତ୍ୱରେ ୮ଜଣ ଇନସ୍ପେକ୍ଟର ଓ ଅନ୍ୟ ଅଧିକାରୀ ଚଢ଼ାଉ ଜାରି ରଖିଛନ୍ତି। […]

ସଂପୂର୍ଣ୍ଣ ପଢନ୍ତୁ

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର, ୬/୧୨: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ ଫିଲ୍ମ ପ୍ରଡକ୍ସନ ବ୍ୟାନରରେ ପ୍ରଥମ ସମ୍ୱଲପୁରୀ ସିନେମା ‘ସୁଟ ଆଉଟ ଇନ ସୋନପୁର’ର ଶୁଭ ମହୁରତ୍‌ ଅନୁଷ୍ଠିତ ହୋଇଯାଇଛି। ଫିଲ୍ମର ପ୍ରଯୋଜକ ଡଃ ପ୍ରଭାସ ରଞ୍ଜନ ବାବୁ ଏହା ଜରିଆରେ ସିନେମା ଜଗତରେ ପାଦ ରଖିଛନ୍ତି। ଯୁବ ତଥା ପ୍ରତିଷ୍ଠିତ ନିର୍ଦ୍ଦେଶକ ଡି ଚନ୍ଦନକୁମାରଙ୍କ ନିର୍ଦ୍ଦେଶନାରେ ଏହି ସିନେମାରେ ନାୟକ ଭୂମିକାରେ ଅଭିନେତା ରାକେଶ ଦେଓ, ଖଳନାୟକ ଭୂମିକାରେ ଅଭିନୟ କରିବେ ପ୍ରମୋଦ […]

ସଂପୂର୍ଣ୍ଣ ପଢନ୍ତୁ

ବାମରା ଛାତ୍ରୀ ନିବାସରୁ ନିଖୋଜ ୩ ନାବାଳିକା କୁଚିଣ୍ଡାରୁ ଉଦ୍ଧାର

କୁଚିଣ୍ଡା, ୨୪/୧୧: ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ ବାମରା ସ୍ଥିତ ବାଳିକା ଉଚ୍ଚ ବିଦ୍ୟାଳୟ ୧୦୦ ଶଯ୍ୟା ଛାତ୍ରୀ ନିବାସରୁ ଝାରସୁଗୁଡ଼ା ଜିଲ୍ଲା ଲାଇକେରା ଅଞ୍ଚଳର ଦଶମ ଶ୍ରେଣୀର ଜଣେ ଛାତ୍ରୀ ଓ କୁଚିଣ୍ଡା ବାମରା ଥାନା ଅଞ୍ଚଳର ଦୁଇଜଣ ନବମ ଶ୍ରେଣୀ ଛାତ୍ରୀ ନିଖୋଜ ରହିଥିଲେ। ପୁଲିସ ବିଭିନ୍ନ ସ୍ଥାନରେ ଖୋଜାଖୋଜି ପରେ ଆଜି ୨୪ ତାରିଖ ସକାଳେ ସହର ନିକଟସ୍ଥ ସାଇଡା ଠାରୁ ଉଦ୍ଧାର କରିଛନ୍ତି। ଏସଡିପିଓ ପ୍ରଦୀପ ଦାଶ ଏ ନେଇ ତଦନ୍ତ […]

ସଂପୂର୍ଣ୍ଣ ପଢନ୍ତୁ

ଚାକିରି ନାଁରେ ୬୪ ଲକ୍ଷ ଠକେଇ: ଜୀବନ ହାରିଲେ ମହିଳା

ସମ୍ବଲପୁର, ୨୭/୧୦: ସମ୍ବଲପୁର ଜବ୍ ଫ୍ରଡ୍ କେସ୍ ବା ଚାକିରି ପାଇଁ ଠକେଇ ମାମଲାର ଅଭିଯୁକ୍ତ ମହିଳା ସ୍ଵର୍ଣ୍ଣପ୍ରଭା ପାଢ଼ୀ ଶେଷରେ ଜୀବନ ହାରିଛନ୍ତି। ଚାପଗ୍ରସ୍ତ ହୋଇ ବିଷ ପିଇ ଦେବା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ସୋମବାର ତାଙ୍କର ମୃତ୍ୟୁ ହୋଇଛି।୬୦୦ରୁ ଅଧିକ ଲୋକଙ୍କୁ ଚାକିରି ଦେବା ନାମରେ ସ୍ଵର୍ଣ୍ଣପ୍ରଭା ଏବଂ ଅନ୍ୟ ଜଣେ ବ୍ୟକ୍ତି ମିଶି ଟଙ୍କା ଆଦାୟ କରିଥିଲେ। ଲୋକଙ୍କଠାରୁ ସେମାନେ ୬୪ ଲକ୍ଷ ଟଙ୍କା ଠକି […]

ସଂପୂର୍ଣ୍ଣ ପଢନ୍ତୁ

ସମ୍ବଲପୁରର ଶ୍ରୀମତୀ ସୀମା ମେହେର ଜାତୀୟ ସରସ ମେଳାରେ ପାଇଲେ ତୃତୀୟ ପୁରସ୍କାର୭ ଟି ଷ୍ଟଲରେ ୪୮୬୦ ଉତ୍ପାଦ ବିକ୍ରି ଓ ୧୫ ଲକ୍ଷରୁ ଉର୍ଦ୍ଧ୍ଵ ବ୍ୟବସାୟ

ଭୁବନେଶ୍ୱର,୨୩/୯: ନୂଆଦିଲ୍ଲୀରେ ଆୟୋଜିତ ଜାତୀୟସ୍ତରୀୟ ସରସ ମେଳା – ୨୦୨୫ର ଉଦଯାପନ ଅବସରରେ ହସ୍ତତନ୍ତ ଷ୍ଟଲ ବର୍ଗରେ ସମ୍ବଲପୁର ଜିଲ୍ଲାର ମା’ ଗଜଲକ୍ଷ୍ମୀ ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟା ଶ୍ରୀମତୀ ସୀମା ମେହେର ତୃତୀୟ ସ୍ଥାନ ଗ୍ରହଣ କରି ପୁରସ୍କୃତ ହୋଇଛନ୍ତି । ଏହି ଜାତୀୟସ୍ତରୀୟ ଉପଲବ୍ଧି ପାଇଁ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ସୋସିଆଲ ମିଡିଆ ମାଧ୍ୟମରେ ଶ୍ରୀମତୀ ମେହେରଙ୍କ ସହିତ ଗୋଷ୍ଠୀର ସମସ୍ତ ସଦସ୍ୟା, ମିଶନ ଶକ୍ତି ବିଭାଗ, ଓଡ଼ିଶା ଜୀବିକା ମିଶନ, […]

ସଂପୂର୍ଣ୍ଣ ପଢନ୍ତୁ

ବ୍ଲକ୍ ସ୍ତରୀୟ କଳା ସଂସ୍କୃତି ସଂଘର ସମାବେଶ 

ସମ୍ବଲପୁର,୨୧/୯:  ଜିଲ୍ଲା ଯମନକିରା ବ୍ଲକ ର କଳାକାର ମାନଙ୍କ ବିଭିନ୍ନ ସମସ୍ୟା ଓ ପ୍ରାୟ ୫ ହଜାର ଟଙ୍କା ପର୍ଯ୍ୟନ୍ତ ବର୍ଦ୍ଧିତ କଳାକାର ଭତ୍ତା ଦେବାକୁ  ମୁଖ୍ୟମନ୍ତ୍ରୀ ମୋହନ୍ ଚରଣ ମାଝୀଙ୍କ ଉଦ୍ଦେଶ୍ୟରେ ସ୍ଥାନୀୟ ବିଡ଼ିଓ ରବିନ୍ଦ୍ର ସେଠୀଙ୍କ ଜରିଆ ରେ ବ୍ଲକ୍ ସ୍ତରୀୟ କଳା ସଂସ୍କୃତି ସଂଘ ପକ୍ଷରୁ ଏକ ୪ଦଫା ଦାବିପତ୍ର ପ୍ରଦାନ କରାଯାଇଛି। ସଂଘର ସଭାପତି ଗୋକୁଳାନନ୍ଦ ଦାନୀଙ୍କ ନେତୃତ୍ୱରେ ସ୍ଥାନୀୟ ହାଟପଦାରୁ ଶତାଧିକ କୃଷ୍ଣଗୁରୁ, ସମ୍ପର୍ଦା , ଭାଗବତ, ଦଣ୍ଡନାଚ, ରଙ୍ଗୀନ କୀର୍ତ୍ତନ, […]

ସଂପୂର୍ଣ୍ଣ ପଢନ୍ତୁ

ଲାଞ୍ଚ ନେଲା ବେଳେ ବିଇଓ, କନିଷ୍ଠ ସହାୟକଙ୍କୁ ମାଡ଼ିବସିଲା ଭିଜିଲାନ୍ସ

ସମ୍ବଲପୁର,୧୭/୯: ବୁଧବାର ରେଙ୍ଗାଲି ବ୍ଲକ ଶିକ୍ଷା ଅଧିକାରୀ (ବିଇଓ) କାର୍ଯ୍ୟାଳୟର ଜଣେ କନିଷ୍ଠ ସହାୟକ ଦୁଷ୍ମନ୍ତ କୁମାର ସାହୁ ଓ ଚପରାସୀ ଗୋପବନ୍ଧୁ ସାହୁ ୭,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଓଡିଶା ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଏହି ଦୁଇ ଅଭିଯୁକ୍ତ ଜଣେ କର୍ମଚାରୀଙ୍କ ବେତନ ଓ ବକେୟା ପ୍ରଦାନ ପାଇଁ ୨୫,୦୦୦ ଟଙ୍କା ଲାଞ୍ଚ ମାଗିଥିଲେ, ଯେଉଁଥିରୁ ପ୍ରଥମ କିସ୍ତି ଭାବେ ୭,୦୦୦ ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ଟିମ୍ ସେମାନଙ୍କୁ ଗିରଫ କରିଛି। ଦୁଷ୍ମନ୍ତ […]

ସଂପୂର୍ଣ୍ଣ ପଢନ୍ତୁ