ନୂଆବର୍ଷରେ ସମ୍ବଲପୁର ରେ ୭କୋଟିରୁ ଅଧିକ ଟଙ୍କାର ମଦ ବିକ୍ରି

ରାଜ୍ୟ ସମ୍ବଲପୁର
Spread the love

ସମ୍ବଲପୁର ୪/୧: ନୂଆବର୍ଷରେ ସମ୍ବଲପୁର ଜିଲ୍ଲାରେ ୭ କୋଟି ୨୦ ଲକ୍ଷ ୨୭ ହଜାର ୭୨୦ ଟଙ୍କାର ମଦ ବିକ୍ରି ହୋଇଛି। ଯାହାକି ଗତ ନୂଆବର୍ଷ ଏବଂ ସାଧାରଣ ଦିନଠାରୁ ଅଧିକ ବୋଲି କହିଛନ୍ତି ଅବକାରୀ ନିରୀକ୍ଷକ ଭୈରବ ସାହୁ। ପୁଷପୁନି ଅବସରରେ ଡିସେମ୍ବର ୩ରେ ମଧ୍ୟ ବ୍ୟାପକ ପରିମାଣରେ ମଦ ବିକ୍ରି ହୋଇଛି

ଅବକାରୀ ବିଭାଗର ସୂଚନା ଅନୁସାରେ, ସମ୍ବଲପୁର ଜିଲ୍ଲାରେ ଲାଇସେନ୍ସପ୍ରାପ୍ତ ୩୧ଟି ଦୋକାନ ରହିଛି। ଡିସେମ୍ବର ୨୫ରୁ ୩୧ ତାରିଖ ମଧ୍ୟରେ ୪.୯୯ କୋଟି ଟଙ୍କା ମୂଲ୍ୟର ୪୯ ହଜାର ୯୮୦ ଲିଟରର ଭାରତୀୟ ପ୍ରସ୍ତୁତ ବିଦେଶୀ ମଦ ସର୍ବାଧିକ, ୧.୬୪ କୋଟି ଟଙ୍କାର ୧.୦୯ ଲକ୍ଷ ଲିଟରର ଦେଶୀ ମଦ ଏବଂ ୫୬.୪୧ ଲକ୍ଷ ଟଙ୍କାର ୨୪ ହଜାର ୫୩୦ ଲିଟରର ବିୟର ବିକ୍ରି ହୋଇଛି

Leave a Reply

Your email address will not be published. Required fields are marked *