୨୦ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ଭିଜିଲାନ୍ସ ଜାଲରେ ମହିଳା ଥାନା ଅଧିକାରୀ

ରାଜ୍ୟ
Spread the love

ଜୟପୁର, ୪/୧: ଜଣେ ଯୁବତୀଙ୍କୁ ନ୍ୟାୟ ଦେବା ବଦଳରେ ତାଙ୍କ ଠାରୁ ୨୦ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ଭିଜିଲାନ୍ସ ଜାଲରେ ପଡ଼ିଲେ ଥାନା ଅଧିକାରୀ। ଅଭିଯୁକ୍ତ ଥାନା ଅଧିକାରୀ ହେଲେ ସୁକୁମା ହାଁସଦା। ଆଜି ସକାଳ ସାଢେ଼ ୧୦ଟା ସମୟରେ ଧରାପଡ଼ିଥିବା ଜୟପୁର ଭିଜିଲାନ୍ସ ଅଧିକାରୀଙ୍କ ଠାରୁ ସୂଚନା ମିଳିଛି। ଘଟଣାଟି ଘଟିଛି କୋରାପୁଟଜିଲ୍ଲା ଦଶମନ୍ତପୁର ବ୍ଲକ ସଦର ଥାନାରେ।

ସୂଚନା ଅନୁସାରେ ଗତ କିଛି ଦିନ ପୂର୍ବେ ଦଶମନ୍ତପୁର ବ୍ଲକ ଅଞ୍ଚଳର ଜଣେ ଯୁବତୀଙ୍କୁ ଏହି ବ୍ଲକ ଅନ୍ତର୍ଗତ ପୋଡ଼ାଗଡ ପଞ୍ଚାୟତ ଅଧୀନସ୍ଥ ଛଟା ଗୁଡା ଗାଁର ରାମେଶ୍ବର ବିଶୋଇ ବିବାହ ପ୍ରତିଶ୍ରୁତି ଦେଇ ଶାରିରୀକ ସଂପର୍କ ରଖି ଆସୁଥିଲେ। ଯୁବତୀ ଜଣକ ବିବାହ କରି ଘରକୁ ନେବାକୁ ପ୍ରେମିକକୁ କହିଥିଲେ। କିନ୍ତୁ ଅଭିଯୁକ୍ତ ପ୍ରେମିକ ବିବାହ ପାଇଁ ରୋକ୍ ଠୋକ୍ ମନା କରିବା ଦ୍ୱାରା ପ୍ରେମିକା ଥାନାର ଦ୍ବାରସ୍ଥ ହୋଇଥିଲେ।ହେଲେ ଯୁବତୀଙ୍କୁ ଥାନା ଅଧିକାରୀ ସୁକୁମା ହାଁସଦା ନ୍ୟାୟ ଦେବା ପରିବର୍ତେ ୨୦ ହଜାର ଟଙ୍କା ଲାଞ୍ଚ ମାଗି ଥିଲେ। ଗରିବ ପରିବାରର ଝିଅ ହୋଇଥିବାରୁ ଏନେଇ ‌ପୀଡ଼ିତା ଜଣେ ସମ୍ପର୍କୀୟଙ୍କୁ ଜଣାଇଥିଲେ। ଏହାପରେ ପରିବାର ଲୋକ ଭିଜିଲାନ୍ସର ଆଶ୍ରୟ ନେଇଥିଲେ। ସମ୍ପର୍କୀୟ ସୁରେଶ ସୁବୁଦ୍ଧିଙ୍କୁ ଠାରୁ ନଗଦ ୨୦ ହଜାର ଟଙ୍କା ନେଇ ଥାନାରେ ପହଞ୍ଚିଥିଲେ ପୀଡ଼ିତା। ଥାନା ଅଧିକାରୀ ସୁକୁମା ହାଁସଦା ଲାଞ୍ଚ ନେବା ବେଳେ ଥାନା କାର୍ଯ୍ୟାଳୟରେ ମାଡ଼ି ବସିଲା ଭିଜିଲାନ୍ସ ଟିମ୍। ଆବଶ୍ୟକ ତଥ୍ୟ ଥାନା ଅଧିକାରୀ ଠାରୁ ସଂଗ୍ରହ କରି, ଜୟପୁର ଭିଜିଲାନ୍ସ କାର୍ଯ୍ୟାଳୟକୁ ନେଇ ଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *