୧୯ ବର୍ଷ ପରେ କୋଲକାତା ଫେରିଲେ ତସ୍‌ଲିମା ନସରିନ୍‌

କୋଲକାତା: ନିର୍ବାସିତ ବାଂଲାଦେଶୀ ଲେଖିକା ତସ୍‌ଲିମା ନସରିନ୍‌ ୧୯ ବର୍ଷ ପରେ ଶୁକ୍ରବାର କୋଲକାତା ଫେରିଛନ୍ତି। ତାଙ୍କ ବିବାଦୀୟ ପୁସ୍ତକ ”ଦ୍ୱିଖୋଣ୍ଡିତୋ” ଉପରେ ବିରୋଧ ପ୍ରଦର୍ଶନ ପରେ ତସଲିମା କୋଲକାତା ଛାଡ଼ିବାକୁ ବାଧ୍ୟ ହୋଇଥିଲେ। ପଶ୍ଚିମବଙ୍ଗର ରାଜଧାନୀରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କରିବା ସମୟରେ ନସରିନ୍‌ କହିଥିଲେ, ମୋତେ ଏଠାରେ ବହୁତ ଭଲ ଲାଗୁଛି।୨୦୦୭ ମସିହା ପ‌ରେ ଏହା ହେଉଛି କୋଲକାତାରେ ତସଲିମାଙ୍କର ପ୍ରଥମ ସାର୍ବଜନୀନ ଉପସ୍ଥିତି। ଏହାର ଦଶନ୍ଧି ପୂର୍ବେ […]

ସଂପୂର୍ଣ୍ଣ ପଢନ୍ତୁ

ଛତିଶଗଡ଼-ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ‘ମହାନଦୀ’ ଆଲୋଚନା: ମଧ୍ୟସ୍ଥତା କଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ/ଭୁବନେଶ୍ବର: ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ମହାନଦୀ ଜଳ ବିବାଦର ଆପୋସ ସମାଧାନ ପାଇଁ ପ୍ରକ୍ରିୟା ଆଉ ପାଦେ ଆଗେଇଛି। ଆଜି ନୂଆଦିଲ୍ଲୀରେ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ସିଆର୍‌ ପାଟିଲଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ହୋଇଛି। ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ ଉପସ୍ଥିତ ରହି ମହାନଦୀ ଜଳ ବିବାଦର ସମାଧାନ ସମ୍ପର୍କରେ ଆଲୋଚନା କରିଛନ୍ତି। ଉଭୟ ରାଜ୍ୟର ମୁଖ୍ୟ ଶାସନ ସଚିବ, କେନ୍ଦ୍ର ଜଳଶକ୍ତି ମନ୍ତ୍ରାଳୟର ସଚିବ ଏବଂ […]

ସଂପୂର୍ଣ୍ଣ ପଢନ୍ତୁ

ଅଗଷ୍ଟ ୩ରୁ ତିନି ଦିନିଆ ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ, ସୁରକ୍ଷା ସମୀକ୍ଷା

ଭୁବନେଶ୍ୱର: ଆସନ୍ତା ଅଗଷ୍ଟ ୩ ରୁ ୫ ତାରିଖ ପର୍ଯ୍ୟନ୍ତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଓଡ଼ିଶା ଗସ୍ତରେ ଆସିବେ। ୪ ତାରିଖ ପୂର୍ବାହ୍ନରେ ଭୁବନେଶ୍ୱର ରେଳ ଷ୍ଟେସନଠାରୁ ବ୍ରହ୍ମପୁର ଅଭିମୁଖେ ଟ୍ରେନ ଯୋଗେ ଗସ୍ତ କରିବେ। ଏହାକୁ ଦୃଷ୍ଟିରେ ରଖି ରାଷ୍ଟ୍ରପତିଙ୍କ ଗସ୍ତକୁ ସୁରକ୍ଷିତ, ସୁବ୍ୟବସ୍ଥିତ ଏବଂ ଶୃଙ୍ଖଳିତ ଭାବେ ସମ୍ପନ୍ନ କରିବା ନିମନ୍ତେ ଆଜି (ଶୁକ୍ରବାର) ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି […]

ସଂପୂର୍ଣ୍ଣ ପଢନ୍ତୁ

ହୀରାକୁଦ ଜଳଭଣ୍ଡାରରୁ ୨୨ଟି ଗେଟ୍‌ ଦେଇ ଜଳ ନିଷ୍କାସନ; ଆସନ୍ତାକାଲି ଭଦ୍ରକ ଜିଲ୍ଲାରେ ସ୍କୁଲ ଛୁଟି

ସମ୍ବଲପୁର : ମହାନଦୀ ଉପରମୁଣ୍ଡରେ ଜାରି ରହିଥିବା ଜଳପ୍ରବାହର ପ୍ରଭାବ ହୀରାକୁଦ ଜଳଭଣ୍ଡାର ଉପରେ ପଡ଼ିଛି। ଜଳଭଣ୍ଡାରର ଜଳସ୍ତର ଲଗାତାର ବଢ଼ୁଥିବାରୁ ହୀରାକୁଦ କର୍ତ୍ତୃପକ୍ଷ ପୁଣି ୮ଟି ସ୍ଲୁଇସ୍ ଗେଟ୍ ଖୋଲିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ଫଳରେ ହୀରାକୁଦରେ ମୋଟ ୨୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେବ। ଶୁକ୍ରବାର ଅପରାହ୍ନ ୩ଟାର ତଥ୍ୟ ଅନୁସାରେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୨୪.୯୫ ଫୁଟ୍ରେ ପହଞ୍ଚିଛି ଏବଂ ଜଳସ୍ତର ବୃଦ୍ଧିଶୀଳ ରହିଛି। ସେତେବେଳେ ୧୪ଟି ସ୍ଲୁଇସ୍ ଗେଟ୍ ଖୋଲା […]

ସଂପୂର୍ଣ୍ଣ ପଢନ୍ତୁ

ପିଏମ୍‌-କିଷାନ ଅବଧି ୫ ବର୍ଷ ବଢ଼ିଲା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍‌ କମିଟି ବୈଠକରେ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିିଧି ଯୋଜନାକୁ ୨୦୩୦-୩୧ ପର୍ଯ୍ୟନ୍ତ ସମ୍ପ୍ରସାରଣ କରିବା ପ୍ରସ୍ତାବକୁ ମଞ୍ଜୁର କରିଛନ୍ତି। ଏଥିପାଇଁ ୩.୧୫ ଲକ୍ଷ କୋଟି ଟଙ୍କାର ଅଟକଳ ଧାର୍ଯ୍ୟ କରାଯାଇଛି। ୨୦୧୯ ଫେବ୍ରୁଆରିରେ ଏହି ଯୋଜନା ଆରମ୍ଭ ହୋଇଥିଲା ଯେଉଁଥିରେ ଯୋଗ୍ୟ ଚାଷୀମାନଙ୍କୁ ପ୍ରତି ବର୍ଷ ୬୦୦୦ ଟଙ୍କା ସିଧାସଳଖ ସେମାନଙ୍କ ବ୍ୟାଙ୍କ ଖାତାରେ ଜମା କରାଯାଉଛି। ଇତି ମଧ୍ୟରେ ୨୩ଟି କିସ୍ତିରେ […]

ସଂପୂର୍ଣ୍ଣ ପଢନ୍ତୁ

ଭାଙ୍ଗିଲା କାନପୁର ନଦୀବନ୍ଧର କପର୍ ଡ୍ୟାମ୍ , ନଦୀ ନିକଟକୁ ଯିବାକୁ ବାରଣ

ଯୋଡ଼ା : ଭାଙ୍ଗିଲା କପର୍ ଡ୍ୟାମ୍ । କେନ୍ଦୁଝର ଯୋଡ଼ା ବ୍ଲକ୍ ବାସୁଦେବପୁର ଠାରେ ବୈତରଣୀ ଉପରେ ନିର୍ମାଣାଧୀନ କାନୁପୁର ବୃହତ୍ ଜଳସେଚନ ପ୍ରକଳ୍ପର କପର୍ ଡ୍ୟାମ୍ ଭାଙ୍ଗିଯାଇଛି । ସେଠାରେ ବାଜୁଛି ସତର୍କ ସାଇରନ୍ । ଡ୍ୟାମର ସ୍ପିଲଓ୍ବେ ନିର୍ମାଣ କାମ ପାଇଁ ସ୍ପିଲଓ୍ବେ ନିକଟରେ ମାଟିର ବନ୍ଧ ନିର୍ମାଣ କରାଯାଇଥିଲା । ତେବେ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଡ୍ୟାମରେ ବିପୁଳ ପରିମାଣର ବର୍ଷାଜଳ ପ୍ରବେଶ କରୁଥିବାରୁ ଏହି ମାଟିବନ୍ଧ ଭାଙ୍ଗିଯାଇଛି । ଡ୍ୟାମର […]

ସଂପୂର୍ଣ୍ଣ ପଢନ୍ତୁ

ହୁଳୁହୁଳା ପୋଲ ଉପରେ ୫ ଫୁଟର ବନ୍ୟାଜଳ

କଟକ : ଫୁଲିଲା ମହାନଦୀ । ଉତ୍ତର ବାଙ୍କୀର ସୁବର୍ଣ୍ଣପୁରରୁ ତିଗିରିଆକୁ ସଂଯୋଗ କରୁଥିବା ହୁଳୁହୁଳା ପୋଲ ଉପରେ ପାଞ୍ଚ ଫୁଟର ବନ୍ୟା ଜଳ। ଯାତାୟତ ଏକ ପ୍ରକାର ଠପ୍ ହୋଇଯାଇଛି । ବାଙ୍କୀ ର ଦୁଇଟି ପଞ୍ଚାୟତର ଅନେକ ଗାଁ ବାହ୍ୟ ଜଗତରୁ ବିଛିନ୍ନ । ତିଗିରିଆ ବ୍ଲକ୍ ଓ ଉତ୍ତର ବାଙ୍କୀ ର ଦଶରୁ ଅଧିକ ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ନେଇ ସୂଚନା,ତିଗିରିଆ ଓ ବାଙ୍କୀ ପ୍ରସାଶନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । […]

ସଂପୂର୍ଣ୍ଣ ପଢନ୍ତୁ

ମହାନଦୀରେ ବଢିବାରେ ଲାଗିଛି ଜଳସ୍ତର, ମୁଣ୍ଡୁଳିରେ ୮ ଲକ୍ଷରୁ ଅଧିକ କ୍ୟୁସେକ୍ ପାଣି ପ୍ରବାହିତ

କଟକ : ମହାନଦୀରେ ବଢିବାରେ ଲାଗିଛି ଜଳସ୍ତର । ୧୧ଟା ସୁଦ୍ଧା କଟକ ମୁଣ୍ଡଳୀ ବ୍ରିଜ ଦେଇ ପ୍ରତି ସେକେଣ୍ଡ ପିଛା ୮ଲକ୍ଷ ୨୦ ହଜାର ୮୪୩ କ୍ୟୁସେକ ଜଳ ପ୍ରବାହିତ ହେଉଛି । ୧୦ଟି ଯାକ ଗେଟ ଦେଇ ପ୍ରବାହିତ ହେଉଛି ଜଳ। ମୁଣ୍ଡଳୀଠାରେ ବିପଦ ସଙ୍କେତ ୯୫. ୦୫ ଫୁଟ ରହିଥିବାବେଳେ, ବିପଦ ସଙ୍କେତ ତଳେ ବନ୍ୟା ଜଳ ପ୍ରବାହିତ ହେଉଛି । ମହାନଦୀ ଓ ଏହାର ଶାଖାନଦୀ ଗୁଡ଼ିକରେ ବନ୍ୟା ଆଶଙ୍କା ରହିଛି। ନଦୀକୂଳିଆ […]

ସଂପୂର୍ଣ୍ଣ ପଢନ୍ତୁ

ଜଗତପୁରରୁ ୭୨ ଗ୍ରାମ୍ ବ୍ରାଉନସୁଗାର ଜବତ: ଅଭିଯୁକ୍ତ ଗିରଫ, କୋର୍ଟ ଚାଲାଣ

କଟକ : କଟକ ଜିଲ୍ଲାରେ ଅବକାରୀ ମୋବାଇଲ୍ ୟୁନିଟ୍‌ର ଚଢ଼ାଉ ଜୋରଦାର ଜାରି ରହିଛି। ଗୁରୁବାର ତା. ୨୯.୦୭.୨୦୨୬ ରିଖରେ କଟକ ଜିଲ୍ଲା ଅବକାରୀ ଅଧିକ୍ଷକ ଶ୍ରୀ କରୁଣା ଶଙ୍କର ତିୱାରୀଙ୍କ ସ୍ପଷ୍ଟ ନିର୍ଦ୍ଦେଶକ୍ରମେ ମୋବାଇଲ୍ ସ୍କ୍ୱାର୍ଡ ଜଗତପୁର ଥାନା ଅନ୍ତର୍ଗତ ଗୋଲେଇ ଛକ ନିକଟସ୍ଥ ଆହାର କେନ୍ଦ୍ର ସାମ୍ନାରେ ଚଢ଼ାଉ କରି ବିପୁଳ ପରିମାଣର ବ୍ରାଉନ୍‌ସୁଗାର (ହେରୋଇନ୍) ଜବତ କରିବା ସହ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ସୂଚନା ଅନୁଯାୟୀ, ଗୋଲେଇ ଛକ ଆହାର କେନ୍ଦ୍ର […]

ସଂପୂର୍ଣ୍ଣ ପଢନ୍ତୁ

ଝଙ୍କଡ଼ ସାରଳାପୀଠରେ ବାବା ଧବଳେଶ୍ୱର ଭଜନମଞ୍ଚର ସଙ୍ଗୀତ ଆସର

ଝଙ୍କଡ଼  :  ପ୍ରସିଦ୍ଧ ଝଙ୍କଡ଼ ସାରଳାପୀଠ, ମାଆଙ୍କ ମନ୍ଦିର ସମ୍ମୁଖସ୍ଥ ଦୋଳମଣ୍ଡପ ରେ ଗତ ଗୁରୁବାର ସନ୍ଧ୍ୟାରେ ଯାଜପୁର ବରୁଆଁ ର ବାବା ବାବା ଧବଳେଶ୍ୱର ଭଜନମଞ୍ଚ ଆନୁକୂଲ୍ୟରେ ଏକ ମନଛୁଆଁ ଭଜନସମାରୋହ ଅନୁଷ୍ଠିତ ହୋଇଯାଇଛି l ମୁଖ୍ୟପରିଚାଳକ ଶିବରାମ ଜେନା ଙ୍କ ପ୍ରତକ୍ଷ୍ୟ ତତ୍ତ୍ୱାବଧାନ ରେ ଆୟୋଜିତ ଏହି ଭକ୍ତିସଙ୍ଗୀତ ର ଆସରରେ ନିମନ୍ତ୍ରିତ ଅତିଥିକଳାକାର ଭାବରେ ପ୍ରାର୍ଥନାଚ୍ୟାନେଲ ର ଖ୍ୟାତନାମା କଣ୍ଠଶିଳ୍ପୀ ଗଗନବିହାରୀ ଜେନା ଯୋଗଦେଇ, ଶୁଆ କହେ ଶାରୀ ଓ ମିଛମାୟାରେ ଏଇ […]

ସଂପୂର୍ଣ୍ଣ ପଢନ୍ତୁ