ଜଗତପୁରରୁ ୭୨ ଗ୍ରାମ୍ ବ୍ରାଉନସୁଗାର ଜବତ: ଅଭିଯୁକ୍ତ ଗିରଫ, କୋର୍ଟ ଚାଲାଣ

ରାଜ୍ୟ
Spread the love

କଟକ : କଟକ ଜିଲ୍ଲାରେ ଅବକାରୀ ମୋବାଇଲ୍ ୟୁନିଟ୍‌ର ଚଢ଼ାଉ ଜୋରଦାର ଜାରି ରହିଛି। ଗୁରୁବାର ତା. ୨୯.୦୭.୨୦୨୬ ରିଖରେ କଟକ ଜିଲ୍ଲା ଅବକାରୀ ଅଧିକ୍ଷକ ଶ୍ରୀ କରୁଣା ଶଙ୍କର ତିୱାରୀଙ୍କ ସ୍ପଷ୍ଟ ନିର୍ଦ୍ଦେଶକ୍ରମେ ମୋବାଇଲ୍ ସ୍କ୍ୱାର୍ଡ ଜଗତପୁର ଥାନା ଅନ୍ତର୍ଗତ ଗୋଲେଇ ଛକ ନିକଟସ୍ଥ ଆହାର କେନ୍ଦ୍ର ସାମ୍ନାରେ ଚଢ଼ାଉ କରି ବିପୁଳ ପରିମାଣର ବ୍ରାଉନ୍‌ସୁଗାର (ହେରୋଇନ୍) ଜବତ କରିବା ସହ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି।

ସୂଚନା ଅନୁଯାୟୀ, ଗୋଲେଇ ଛକ ଆହାର କେନ୍ଦ୍ର ସାମ୍ନାରେ ବ୍ରାଉନ୍‌ସୁଗାର ଚାଲାଣ ହେଉଥିବା ନେଇ ଖବର ପାଇ ଅବକାରୀ ଟିମ୍ ଚଢ଼ାଉ କରିଥିଲା। ଚଢ଼ାଉ ସମୟରେ କେ. ଭେଙ୍କଟ ନାମକ ଜଣେ ବ୍ୟକ୍ତିଙ୍କ ନିକଟରୁ ୭୨ ଗ୍ରାମ୍‌ର ବ୍ରାଉନ୍‌ସୁଗାର ଜବତ ହୋଇଥିଲା। ଜବତ ହେରୋଇନ୍‌ର ଆନୁମାନିକ ମୂଲ୍ୟ ପ୍ରାୟ ୭ ଲକ୍ଷ ୨୦ ହଜାର ଟଙ୍କା ହେବ ବୋଲି ଆକଳନ କରାଯାଇଛି। ଏହି ସଂକ୍ରାନ୍ତରେ ଅବକାରୀ ବିଭାଗ ପକ୍ଷରୁ ଏକ ଏନ୍‌ଡିପିଏସ୍ (NDPS) ମାମଲା ରୁଜୁ କରାଯାଇ ଅଭିଯୁକ୍ତଙ୍କୁ ଗିରଫ କରାଯିବା ସହ କୋର୍ଟ ଚାଲାଣ କରାଯାଇଛି।

ଏହି ଚଢ଼ାଉ ଅପରେସନ୍‌ରେ ଅବକାରୀ ମୋବାଇଲ୍ ୟୁନିଟ୍‌ର ଆଇଆଇସି (IIC) ଭକ୍ତବତ୍ସଳ ବର୍ମା, ଏସ୍‌ଆଇ (SI) ନିରୁପମା ପ୍ରଧାନ, ଏଏସ୍‌ଆଇ (ASI) ଆଶୁତୋଷ ଜେନା, ଏବଂ ଅବକାରୀ କର୍ମଚାରୀ ଅଜୟ ଜେନା, ଦେବବ୍ରତ ଓଝା, ଶଙ୍କର ସିଂ, ଲଖମଣ ଓ ପ୍ରିୟତମା ରଥ ପ୍ରମୁଖ ସାମିଲ ଥିଲେ।

ଛୁଟି ଦିନଗୁଡ଼ିକରେ ମଧ୍ୟ କଟକ ଅବକାରୀ ମୋବାଇଲ୍ ୟୁନିଟ୍ ନିଜର ଚଢ଼ାଉ ଅଭିଯାନ ଅବ୍ୟାହତ ରଖିଛି। ବିଗତ କିଛି ଦିନ ମଧ୍ୟରେ କଟକ ମୋବାଇଲ୍ ୟୁନିଟ୍ ଏକାଧିକ ବଡ଼ ବଡ଼ ନିଶା ବେପାରୀ ଓ ଅପରାଧୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବାରେ ସଫଳ ହୋଇଥିବାରୁ ବିଭିନ୍ନ ମହଲରେ ଅବକାରୀ ଟିମ୍‌ର ଏହି କାର୍ଯ୍ୟାନୁଷ୍ଠାନକୁ ଉଚ୍ଚ ପ୍ରଶଂସା କରାଯାଉଛି।

Leave a Reply

Your email address will not be published. Required fields are marked *