Cash

ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର; ୨% ବଢିଲା ମହଙ୍ଗା ଭତ୍ତା

ରାଜ୍ୟ
Share

ଭୁବନେଶ୍ୱର : ବଢ଼ିଲା ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା । ୨ ପ୍ରତିଶତ ଡିଏ ବଢାଇଛନ୍ତି ରାଜ୍ୟ ସରକାର । ଜାନୁଆରୀ ୨୦୨୫ ମସିହାରୁ ଏହା ପିଛିଲା ଭାବେ ମିଳିବ । ଚଳିତ ମାସ ଏପ୍ରିଲ ମାସ ଦରମାରେ ନଗଦ ଆକାରରେ ମିଳିବ। ବର୍ତ୍ତମାନ ୫୩ରୁ ୫୫ ପ୍ରତିଶତକୁ ମହଙ୍ଗା ଭତ୍ତା ବଢିଛି।

ଏହା ସହିତ ପେନ୍‌ସନଭୋଗୀ ମାନଙ୍କ ଟି.ଆଇ ରେ ମଧ୍ୟ ଦୁଇ ପ୍ରତିଶତ ବୃଦ୍ଧି କରାଯାଇଛି । ସେମାନେ ମଧ୍ୟ ଅନୁରୂପ ଭାବେ ଏପ୍ରିଲ ମାସ ପେନ୍‌ସନରେ ଏହି ବର୍ଦ୍ଧିତ ଟି.ଆଇ ପାଇବେ ।  ଏହା ଦ୍ୱାରା ପ୍ରାୟ ସାଢେ ଆଠ ଲକ୍ଷ ସରକାରୀ କର୍ମଚାରୀ ଓ ପେନ୍‌ସନଭୋଗୀ ଉପକୃତ ହେବେ।

Leave a Reply

Your email address will not be published. Required fields are marked *