ଦଧିବାମନପୁରରେ ମା’ ଭୂଆସୁଣୀ କମିଟି ପକ୍ଷରୁ ଗଜଲକ୍ଷ୍ମୀ ପୂଜା ଅନୁଷ୍ଠିତ: ଭକ୍ତିପୂର୍ଣ୍ଣ ପରିବେଶରେ ଭସାଣି ସମ୍ପନ୍ନ

ରାଜ୍ୟ
Spread the love

କଟକ, ୩/୧୧: କଟକ ସଦର ୪୨ ମୌଜା ଅନ୍ତର୍ଗତ ଦଧିବାମନପୁରସ୍ଥିତ ମା’ ଭୂଆସୁଣୀ କମିଟି ପକ୍ଷରୁ ଶ୍ରୀ ଶ୍ରୀ ଗଜଲକ୍ଷ୍ମୀ ପୂଜା ବେଶ୍ ଆନନ୍ଦ ଉଲ୍ଲାସର ସହିତ ଅନୁଷ୍ଠିତ ହୋଇଯାଇଛି। ଏହି ଧାର୍ମିକ ଉତ୍ସବ ଦୀର୍ଘ ୮ ଦିନ ଧରି ଭକ୍ତିପୂର୍ଣ୍ଣ ପରିବେଶ ମଧ୍ୟରେ ପାଳିତ ହୋଇଛି। ପ୍ରତ୍ୟହ ମା’ଙ୍କ ପୀଠରେ ନୀତିକାନ୍ତି ଅନୁଯାୟୀ ପୂଜାର୍ଚ୍ଚନା କରାଯିବା ସହ ଶ୍ରଦ୍ଧାଳୁମାନଙ୍କ ଦର୍ଶନ ନିମନ୍ତେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା।

ଏହି ମହତ କାର୍ଯ୍ୟକ୍ରମରେ ମା’ ଭୂଆସୁଣୀ ଗଜଲକ୍ଷ୍ମୀ ପୂଜା କମିଟିର ସଭାପତି ସତ୍ୟଜିତ୍ ପଣ୍ଡା, ସମ୍ପାଦକ ବିକାଶ ସାହୁ, ମୁରବ୍ବୀ ଦୁର୍ଯ୍ୟୋଧନ ପଣ୍ଡା, କର୍ତ୍ତା ଓ କର୍ତ୍ତ୍ରୀ ଭାବେ ମଙ୍ଗଳମୟ ମିଶ୍ର ଏବଂ ପିଙ୍କି ମିଶ୍ର ଦାୟିତ୍ୱ ତୁଲାଇଥିଲେ। ପୂଜକ ନରେଶ କୁମାର ପତି ଓ ସୂର୍ଯ୍ୟକାନ୍ତ ପତିଙ୍କ ଦ୍ୱାରା ପୂଜା କାର୍ଯ୍ୟ ସମ୍ପାଦନ ହୋଇଥିଲା। ଏଥିସହ କୃତ୍ୟୁଜ୍ଜଳ ଷଡ଼ଙ୍ଗୀ, ସୁଜିତ୍ ଶତପଥୀ, ସୁକାନ୍ତ ଦାସ, କେଦାର ମହାରଣା, ସୁନୀଲ ନାୟକ, ପିଣ୍ଟୁ ଦାସ, ଲକ୍ଷ୍ମୀଧର ପୂଜାରୀ, ଶୁଭମ୍ ଶତପଥୀ, ବିନୀତା ତ୍ରିପାଠୀ, ମମତା ସାହୁ, ବାସନ୍ତୀ ଖଣ୍ଡାଇ, ସସ୍ମିତା ଦାଶ, ସନ୍ଧ୍ୟା ସାହୁ, କ୍ଷିତୀଶ ସ୍ୱାଇଁ, ପୂଜା ଖଣ୍ଡୁଆଳ ଓ ଦଧିବାମନପୁର ଗ୍ରାମବାସୀମାନେ ଉପସ୍ଥିତ ରହି ସମସ୍ତ କାର୍ଯ୍ୟ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ।

ଶେଷରେ ଗତ ୧ ତାରିଖ ସନ୍ଧ୍ୟାରେ ମା’ ଗଜଲକ୍ଷ୍ମୀଙ୍କ ଭବ୍ୟ ଭାସାଣି ଯାତ୍ରା ସହ ୪୨ ମୌଜା ନଦୀରେ ପ୍ରତିମାଙ୍କୁ ଭକ୍ତିଭାବ ପୂର୍ବକ ମେଲାଣି ଦିଆଯାଇଥିବା ଜଣାପଡ଼ିଛି। ମା’ଙ୍କ ବିଦାୟକାଳୀନ ପରିବେଶରେ ବହୁ ଶ୍ରଦ୍ଧାଳୁ ଉପସ୍ଥିତ ରହି ହରିବୋଲ ଓ ହୁଳହୁଳି ଧ୍ୱନିରେ ଅଞ୍ଚଳକୁ ପ୍ରକମ୍ପିତ କରିଥିଲେ।

Leave a Reply

Your email address will not be published. Required fields are marked *