ଜନ୍ମଦିନରେ ନବିନଙ୍କ ପଦଯାତ୍ରା

ଭୁବନେଶ୍ୱର ରାଜ୍ୟ
Spread the love

ଭୁବନେଶ୍ୱର, ୧୬/୧୦: ଆଜି ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ୭୯ତମ ଜନ୍ମଦିନ । ଏହି ଅବସରରେ ବିଜେଡି ପଦଯାତ୍ରାରେ ଯୋଗ ଦେଇଛନ୍ତି ନବୀନ । ଏକାମ୍ର ଭୁବନେଶ୍ୱରର ଗଙ୍ଗନଗରରେ ଥିବା ବିଜୁ ଆଦର୍ଶ କଲୋନୀରୁ ପଦଯାତ୍ରା ଆରମ୍ଭ କରିଛନ୍ତି । ସେଠାରେ ପିଲାଙ୍କ ସହ କିଛି ସମୟ ବିତାଇବା ସହ କେକ୍‍ କାଟି ମିଷ୍ଟାନ ବଣ୍ଟନ କରି ଉପହାର ମଧ୍ୟ ଦେଇଥିଲେ ନବୀନ । ଏହାପରେ ନବୀନ ଏସଇଏସ୍‍ ଭିଲେଜକୁ ଯାଇଛନ୍ତି । ସେଠାରେ ଅନ୍ତେବାସୀଙ୍କ ସହ ମିଷ୍ଟାନ ଇଣ୍ଟନ କରିଛନ୍ତି । ନବୀନଙ୍କ ଜନ୍ମଦିନକୁ ସାରା ରାଜ୍ୟରେ ବିଜେଡି ପକ୍ଷରୁ ନିରାଡମ୍ବର ଭାବେ ପାଳନ କରୁଛି ।

Leave a Reply

Your email address will not be published. Required fields are marked *