ପାକିସ୍ତାନୀ ଓ ଆଫଗାନ ମଧ୍ୟରେ ୪୮ ଘଣ୍ଟାର ଯୁଦ୍ଧ ବିରତୀ

ଦେଶବିଦେଶ
Spread the love

ନୂଆଦିଲ୍ଲୀ, ୧୬/୧୦: ପାକିସ୍ତାନୀ ସେନା ଓ ଆଫଗାନ ତାଲିବାନ ଶାସନ ମଧ୍ୟରେ ଗତ ସପ୍ତାହେ ଧରି ଚାଲିଥିବା ଯୁଦ୍ଧ ମଧ୍ୟରେ ଦୁଇ ଦେଶ ୪୮ ଘଣ୍ଟାର ଯୁଦ୍ଧବିରାମ ପାଇଁ ରାଜି ହୋଇଛନ୍ତି। ପାକିସ୍ତାନର ବିଦେଶ ମନ୍ତ୍ରଣାଳୟ କହିଛି କି ପାକିସ୍ତାନ ଓ ଆଫଗାନିସ୍ତାନ ବୁଧବାର ସନ୍ଧ୍ୟା ୬ରୁ ୪୮ ଘଣ୍ଟାର ଅସ୍ଥାୟୀ ଯୁଦ୍ଧବିରାମରେ ସହମତି ହୋଇଛନ୍ତି। ଉଭୟ ଦେଶର ଅନେକ ଲୋକ ଓ ସୈନିକ ନିହତ ହେବା ପରେ ଏହି ଘୋଷଣା କରାଯାଇଛି। ଶତ୍ରୁତା ହ୍ରାସ କରିବା ସହ ଶାନ୍ତି ଫେରାଇ ଆଣିବା ଏହି ଯୁଦ୍ଧବିରାମର ଉଦ୍ଦେଶ୍ୟ ବୋଲି ପାକିସ୍ତାନ ସୂଚନା ଦେଇଛି।

Leave a Reply

Your email address will not be published. Required fields are marked *