୧୮ରେ ନାମାଙ୍କନ ଭରିବେ ଘାସିରାମ ମାଝି: ଭକ୍ତ ଦାସ

ଜିଲା ଖବର ନୂଆପଡ଼ା ରାଜ୍ୟ
Spread the love

ଭୁବନେଶ୍ୱର,୧୬/୧୦: ଆସନ୍ତା ନଭେମ୍ବର ୧୧ରେ ହେବାକୁଥିବା ନୂଆପଡ଼ା ବିଧାନସଭା ଉପନିର୍ବାଚନ ପାଇଁ ବୁଧବାର ଅପରାହ୍ନ ସୁଦ୍ଧା କୌଣସି ପ୍ରାର୍ଥୀ ସେମାନଙ୍କ ନାମାଙ୍କନପତ୍ର ଦାଖଲ କରିନାହାନ୍ତି ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ)ଙ୍କ କାର୍ଯ୍ୟାଳୟ ପକ୍ଷରୁ ଅବଗତ କରାଯାଇଛି। ଏହି ପରିପ୍ରେକ୍ଷୀରେ କଂଗ୍ରେସ ପକ୍ଷରୁ ଆସନ୍ତା ୧୮ରେ ଘାସିରାମ ମାଝୀ ନାମାଙ୍କନପତ୍ର ଦାଖଲ କରିବେ ବୋଲି ପିସିସି ସଭାପତି ଭକ୍ତ ଚରଣ ଦାସ ସୂଚନା ଦେଇଛନ୍ତି। ସୂଚନା ଅନୁଯାୟୀ, ବୁଧବାର ପୂର୍ବାହ୍ନରେ ଘାସିରାମ ଓ ତାଙ୍କ ସମର୍ଥକମାନେ ନାମାଙ୍କନପତ୍ର ଦାଖଲ କରିବା ଲାଗି ଜିଲା ରିଟର୍ନିଂ ଅଧିକାରୀଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ମାତ୍ର ସେଠାରେ କାଗଜପତ୍ର ଯାଞ୍ଚବେଳେ ଜଣାପଡ଼ିଥିଲା ଯେ, ଘାସିରାମ ନିର୍ବାଚନ ଆୟୋଗଙ୍କ ନିୟମ ଅନୁଯାୟୀ କେତେକ କାଗଜପତ୍ର ପ୍ରସ୍ତୁତ କରିନାହାନ୍ତି। ଏହାକୁ ନେଇ ସେ ଓ ତାଙ୍କ ସମର୍ଥକ ଲେଉଟି ଆସିଛନ୍ତି।

Leave a Reply

Your email address will not be published. Required fields are marked *