ଓଡ଼ିଶା ହେବ ଜବରଦଖଲମୁକ୍ତ

ଭୁବନେଶ୍ୱର ରାଜ୍ୟ
Spread the love

ଭୁବନେଶ୍ବର, ୧୨/୧୨: ଓଡ଼ିଶାକୁ ଜବରଦଖଲମୁକ୍ତ କରିବାକୁ ରାଜସ୍ବ ବିଭାଗ ଅଣ୍ଟା ଭିଡ଼ିଛି। ବିଭାଗସ୍ତରରେ ଏଥିପାଇଁ ତତ୍ପରତା ପ୍ରକାଶ ପାଇଛି। ଯେଉଁ ପ୍ରଭାବଶାଳୀ ବା ପ୍ରତିପତ୍ତି ସମ୍ପନ୍ନ ବ୍ୟକ୍ତି ବେଆଇନ ଭାବେ ଜମି ମାଡ଼ି ବସିଛନ୍ତି, ସେମାନଙ୍କୁ ଆଉ ତ୍ରାହି ମିଳିବନି। ସରକାରଙ୍କୁ ଜବରଦଖଲ ଜମି ନ ଫେରାଇଲେ, ଉଚ୍ଛେଦବେଳେ ଯାହା ଖର୍ଚ୍ଚ ହେବ; ସେ ସମସ୍ତ ଟଙ୍କା ଜବରଦଖଲକାରୀଙ୍କଠାରୁ ଭରଣା କରାଯିବ। ଜମିର ସନ୍ତୁଳନ ରକ୍ଷା କରିବା ଦିଗରେ ତଥା ମାନବ ସମାଜର ବିକାଶରେ ସରକାରୀ ଜମି ବ୍ୟବହାର ହେବ। ଏଥିରେ ଯିଏ ବାଧକ ସାଜିବେ, ସେମାନେ ଦଣ୍ଡିତ ହେବେ। ରାଜ୍ୟର ବିଭିନ୍ନ ସ୍ଥାନରେ ସରକାରୀ ଜମି ଜବରଦଖଲ କରିଥିବା ପ୍ରଭାବଶାଳୀ ବ୍ୟକ୍ତିଙ୍କୁ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଏପରି ଚେତାବନୀ ଦେଇଛନ୍ତି।

ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି ଯେ, ରାଜ୍ୟରେ ତହସିଲଗୁଡ଼ିକରେ ଥିବା ସବୁ ଜମିର ଡାଟାବେସ୍‌ ପ୍ରସ୍ତୁତ କରାଯିବ। ଜମି ମାଲିକ କେତେ ରହିଛନ୍ତି, ସେମାନଙ୍କ ପାଖରେ ଥିବା ଜମିର ପରିମାଣ କେତେ, ଶିକ୍ଷାନୁଷ୍ଠାନ, ଶିଳ୍ପସଂସ୍ଥା ସମେତ ବିଭିନ୍ନ ବିଭାଗ ଅଧୀନରେ କେତେ ଜମି ରହିଛି, ରାଜସ୍ବ ବିଭାଗର ଜମି ପରିମାଣ କେତେ, ଜବରଦଖଲରେ କେତେ ସରକାରୀ ଜମି ରହିଛି, କେତେଜଣ ଜବରଦଖଲକାରୀ ରହିଛନ୍ତି; ସେ ସମସ୍ତ ତଥ୍ୟକୁ ନେଇ ଡାଟାବେସ୍ ପ୍ରସ୍ତୁତ ହେଉଛି। ତହସିଲଦାରଙ୍କୁ ବହୁ ଗୁରୁତ୍ବପୂର୍ଣ୍ଣ କାମ ଦିଆଯାଇଛି। ବିଶେଷ କରି ନୂଆ ସରକାର ଆସିବା ପରେ ରାଜସ୍ବ ବିଭାଗ ଅଧିକାରୀଙ୍କ କାମ ତିନିଗୁଣା ହୋଇଯାଇଛି। ଓଡ଼ିଶାକୁ ସମ୍ପୂର୍ଣ୍ଣ ଜବରଦଖଲମୁକ୍ତ କରିବା ହେଉଛି ଆଉଏକ ଗୁରୁତ୍ବପୂର୍ଣ୍ଣ କାମ। ରାଜ୍ୟରେ ଦୁଇପ୍ରକାର ଜବରଦଖଲକାରୀ ରହିଛନ୍ତି।

Leave a Reply

Your email address will not be published. Required fields are marked *