କନକପୁର ମେଡିକାଲର ପର୍ମାସିଷ୍ଟ ଦୀପକ କୁମାର ଦାସଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

ଝଙ୍କଡ଼  : ପ୍ରସିଦ୍ଧ ଝଙ୍କଡ଼ ସାରଳା ପୀଠ, କନକପୁର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ରେ ନିତ୍ୟ ନିରନ୍ତର ସ୍ୱାସ୍ଥ୍ୟସେବା ଯୋଗାଇ, ଏ ଅଞ୍ଚଳର ଦଶ/ବାରଟି ପଞ୍ଚାୟତର ଶହଶହ ରୋଗୀମାନଙ୍କ ପାଖରେ ଜଣେ ଉତ୍ତମ ଚିକିତ୍ସକ ଭାବରେ ଶ୍ରଦ୍ଧାଭାଜନ ହୋଇଥିବା ଫାର୍ମାସିଷ୍ଟ ଦୀପକ କୁମାର ଦାସ, ଦୀର୍ଘବର୍ଷ ପରେ ଗତ ମେ ଏକତିରିଶ ତାରିଖ ଦିନ ଅବସର ଗ୍ରହଣ କରିବା ଅବସରରେ, ଅଧିଷ୍ଠାତ୍ରୀଦେବୀ ମା ସାରଳା ଠାକୁରାଣୀ ଙ୍କ ଦର୍ଶନ ଓ ପୂଜାର୍ଚ୍ଚନା କରିଥିଲେ l ଶ୍ରୀ ଦାସ, କନକପୁର […]

ସଂପୂର୍ଣ୍ଣ ପଢନ୍ତୁ

ସାରଦାଙ୍କୁ ଶକ୍ତ ଧକ୍କା, ଆନନ୍ଦପୁର ପଞ୍ଚାୟତରେ ବିଜେଡିର ମିଶ୍ରଣ ପର୍ବ

ମାହାଙ୍ଗା  :  ମାହାଙ୍ଗା ନିର୍ବାଚନ ମଣ୍ଡଳୀର ଆନନ୍ଦପୁର ପଞ୍ଚାୟତରୁ ବହୁ ଭାଜପା କର୍ମୀ ଦଳରୁ ଇସ୍ତଫା ଦେଇ ବିଜେଡିରେ ସାମିଲ ହୋଇଛନ୍ତି l ଗତ ସାଧାରଣ ନିର୍ବାଚନରେ ସ୍ୱାଧୀନ ପ୍ରାର୍ଥୀ ଶାରଦା ପ୍ରଧାନଙ୍କୁ ଖୁଲମ ଖୁଲା ସମର୍ଥନ ଦେଇଥିବା ଏହି କର୍ମୀମାନେ ବିଧାୟକଙ୍କ ଉପରେ ବୀତସ୍ପୃହା ହୋଇ ଆଜି ବିଜେଡି ରେ ସାମିଲ ହେବା ଦେଖିବାକୁ ମିଳିଛି l ପୂର୍ବତନ ମନ୍ତ୍ରୀ ତଥା ବିଜୁ ଜନତା ଦଳର ବରିଷ୍ଠ ଉପସଭାପତି ପ୍ରତାପ ଜେନାଙ୍କ ଉପସ୍ଥିତିରେ ଏହି ମିଶ୍ରଣପର୍ବ […]

ସଂପୂର୍ଣ୍ଣ ପଢନ୍ତୁ

ସ୍ତ୍ରୀକୁ ମାରି ବସ୍ତାରେ ଭର୍ତ୍ତି କରି ନଦୀ କୂଳରେ ପୋତିଦେଲା ଜହ୍ଲାଦ ସ୍ବାମୀ

ଚୌଦ୍ବାର ୩୧।୫: ପ୍ରେମ କରି ବିବାହ କରିଥିଲେ କିନ୍ତୁ ପ୍ରେମ ବେଶୀ ଦିନ ତିଷ୍ଠି ରହିଲାନି । ଶେଷରେ ତଣ୍ଟିଚିପି ମାରି ପୋତିଦେଲା ସ୍ୱାମୀ । ଏଭଳି ଘଟଣା ଘଟିଛି କଟକ ଜିଲ୍ଲା ଟାଙ୍ଗୀ ଥାନା ଭଟିମୁଣ୍ଡା ସାରଗାଁ ଗ୍ରାମରେ । ସୂଚନାଯୋଗ୍ୟ ଯେ, ଭଟିମୁଣ୍ଡା ଗ୍ରାମର ମଳୟ ସାମଲ ୨୦୧୯ ମସିହାରେ ଜଗତସିଂହପୁର ବାଲିକୁଦା ଥାନା ଅଞ୍ଚଳ ଗରାମ ଗ୍ରାମରେ ବନିତା ସେଠୀଙ୍କୁ ଭଲ ପାଇ ବିବାହ କରିଥିଲେ । ଦୁହେଁ ବାଲିକୁଦା ଅଞ୍ଚଳରେ ରହୁଥିବା […]

ସଂପୂର୍ଣ୍ଣ ପଢନ୍ତୁ

ଏକତରଫା ପ୍ରେମରୁ ହିଡେନ୍ କ୍ୟାମେରା

ଜଗତସିଂହପୁର: ଜଗତସିଂହପୁର ଡିଆରଡିଏ କାର୍ଯ୍ୟାଳୟ ମହିଳା ୱାସ୍‌ରୁମ୍‌ରୁ ହିଡେନ୍ କ୍ୟାମେରା ଜବତ ଘଟଣାରେ ଜଗତସିଂହପୁର ଏସ୍‌ପି ଚାଞ୍ଚଲ୍ୟକର ତଥ୍ୟ ରଖିଛନ୍ତି । ଏ ନେଇ ପ୍ରେସମିଟ୍ କରି ରୋଚକ ତଥ୍ୟ ଦେଇଛନ୍ତି ଏସ୍‌ପି ଅଙ୍କିତ ବର୍ମା । ଜଗତସିଂହପୁର ଡିଆରଡିଏ କାର୍ଯ୍ୟାଳୟ କାର୍ଯ୍ୟାଳୟର ଜନୈକା ମହିଳା କର୍ମଚାରୀଙ୍କୁ ଏକତରଫା ପ୍ରେମ କରି ବିଫଳ ହେବାପରେ ଏପରି କରିଥିଲା ଅଭିଯୁକ୍ତ । ଅଭିଯୁକ୍ତ ଜୁନିୟର କ୍ଲର୍କ ସଞ୍ଜୟ ଅଧେଖାକୁ ଶନିବାର ତିର୍ତ୍ତୋଲ ପୋଲିସ ଗିରଫ କରିବା ପରେ ଜିଲ୍ଲାପାଳ […]

ସଂପୂର୍ଣ୍ଣ ପଢନ୍ତୁ

ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼, ନାବାଳକ ସମେତ ୨ ଗିରଫ

ଭୁବନେଶ୍ବର: ଚଳିତ ମାସ ୧୭ ତାରିଖରେ ବୋଲଗଡ଼ ଗସ୍ତ ସମୟରେ ଭୁବନେଶ୍ବର ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼ ହୋଇଥିଲା। ଏହି ଘଟଣାରେ ପୁଲିସ ଜଣେ ୧୭ ବର୍ଷୀୟ ନାବାଳକ ସମେତ ୨ଜଣଙ୍କୁ ଗିରଫ କରିଛି। ଅନ୍ୟ ଜଣେ ଏଯାଏଁ ଫେରାର୍‌ ରହିଥିବା ଜଣାଯାଇଛି। ପୁଲିସ ଠାରୁ ମିଳିଥିବା ସୂଚନାନୁସାରେ, ବୋଲଗଡ଼ ଫ୍ଲାଏଓଭର ନିକଟରେ ସାଂସଦ ଶ୍ରୀମତିଷଡ଼ଙ୍ଗୀଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼ ହୋଇଥିଲା। ଏନେଇ ସାଂସଦଙ୍କ ବ୍ୟକ୍ତିଗତ ସୁରକ୍ଷାକର୍ମୀ ଧନେଶ୍ବର ବାରିକଙ୍କ ଲିଖିତ ଅଭିଯୋଗକ୍ରମେ, ୧୯ […]

ସଂପୂର୍ଣ୍ଣ ପଢନ୍ତୁ

ରାଜ୍ୟରେ ସୁଲଭ ମୂଲ୍ୟରେ ଗୃହ ନିର୍ମାଣ କରିବ ଓଏସ୍‌ଏଚ୍‌ବି

ଭୁବନେଶ୍ୱର : ଓଡ଼ିଶା ରାଜ୍ୟ ଗୃହ ନିର୍ମାଣ ବୋର୍ଡ ପକ୍ଷରୁ ସାରା ରାଜ୍ୟରେ ଶସ୍ତା, ସୁଲଭ ଓ ସମାବେଶୀ ଗୃହ ପ୍ରକଳ୍ପର ବ୍ୟାପକ ସମ୍ପ୍ରସାରଣ କରାଯିବ। ସମ୍ପ୍ରତି ବୋର୍ଡ ପକ୍ଷରୁ ଭୁବନେଶ୍ବରରେ ବିଭିନ୍ନ ବୃହତ ଆବାସିକ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି, ଏହାକୁ ରାଜ୍ୟର ସମସ୍ତ ଜିଲ୍ଲା ସଦର ମହକୁମାକୁ ସମ୍ପ୍ରସାରିତ କରାଯିବ। ଏନେଇ ଆଜି (ରବିବାର) ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ […]

ସଂପୂର୍ଣ୍ଣ ପଢନ୍ତୁ

ଖଣି ବିଭାଗର ଚଢାଉ: ୧୧ ହାଇଓ୍ବା ଓ ୪ ଟ୍ରାକ୍ଟର ଜବତ

ଜଳେଶ୍ଵର : ବାଲେଶ୍ବର ଖଣି ବିଭାଗ ପକ୍ଷରୁ ଜଳେଶ୍ଵରର ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ୧୦ଟି ହାଇଓ୍ବା ଓ ୪ଟି ଟ୍ରାକ୍ଟର ଜବତ କରାଯାଇଛି।ଜବତ ଗାଡ଼ିଗୁଡିକରେ ବାଲି,ମାଟି,ମୋରମ ବୋଝେଇ ହୋଇ ଯାଉଥିଲା ବୋଲି କୁହାଯାଇଛି। ବାଲେଶ୍ଵର ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଗତକାଲି ରାତି ଦୁଇଟା ସମୟରେ ବାଲେଶ୍ଵରଜିଲ୍ଲା ଖଣି ଅଧିକାରୀ ଜଗନ ବେହେରା ଓ ରୋହିତ ସାମଲଙ୍କ ନିର୍ଦ୍ଦେଶରେ କନିଷ୍ଠ ଖଣି ଅଧିକାରୀ ତାପସ ବେହେରା, ସତ୍ୟ ଚିନ୍ମୟ ଜେନାଙ୍କୁ ମିଶାଇ ମୋଟ ୫ ଜଣ କନିଷ୍ଠ ଖଣି […]

ସଂପୂର୍ଣ୍ଣ ପଢନ୍ତୁ

ଆୟୂଷ୍ମାନ କାର୍ଡରେ ସୁବିଧା; ଆଡ୍‌ମିଟର ୩ ଦିନ ପୂର୍ବରୁ ପରୀକ୍ଷାର ଖର୍ଚ୍ଚ ଭରଣ

ଭୁବନେଶ୍ୱର: ‘ରୋଗୀ ହସ୍ପିଟାଲରେ ଆଡମିଟ୍‌ ହେବାର ୩ ଦିନ ପୂର୍ବରୁ ମେଡିକାଲ୍‌ ପରୀକ୍ଷା ଆୟୂଷ୍ମାନ କାର୍ଡରେ ହେବ। ଆଡମିଟ ହେବାର ୩ ଦିନ ପୂର୍ବରୁ ଟେଷ୍ଟ ହେଲେ ତାହା ଆୟୂଷ୍ମାନ ପ୍ୟାକେଜରୁ ବହନ କରାଯିବ। ଗାଇଡ୍‌ଲାଇନ୍‌ ଅମାନ୍ୟ କଲେ ସମ୍ପୃକ୍ତ ହସ୍ପିଟାଲ୍‌ ବିରୋଧରେ ଆକ୍ସନ ନିଆଯିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ଼. ମୁକେଶ ମହାଲିଙ୍ଗ। ଆଜି ଲୋକସେବା ଭବନ ସମ୍ମିଳନୀ କକ୍ଷରେ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା–ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା […]

ସଂପୂର୍ଣ୍ଣ ପଢନ୍ତୁ

ବିଜେଡିର ନୂଆ ମାଷ୍ଟରପ୍ଲାନ୍: କଟକ ମହାନଗର ହେଲା ସ୍ୱତନ୍ତ୍ର ସାଂଗଠନିକ ଜିଲ୍ଲା

କଟକ  : କଟକ ଜିଲ୍ଲା ବିଜେଡିରେ ଗତ କିଛି ମାସ ଧରି ଲାଗି ରହିଥିବା ରାଜନୈତିକ ଅସ୍ଥିରତା ଓ ଅନ୍ତଃକନ୍ଦଳକୁ ରୋକିବା ପାଇଁ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଏକ ବଡ଼ ରଣନୀତି ପ୍ରସ୍ତୁତ କରିଛନ୍ତି। ଦଳୀୟ ସଂଗଠନକୁ ଅଧିକ ସୁଦୃଢ଼ ଓ ଶୃଙ୍ଖଳିତ କରିବା ଲକ୍ଷ୍ୟରେ କଟକ ମହାନଗରକୁ ଏକ ନୂଆ ‘ସାଂଗଠନିକ ଜିଲ୍ଲା’ ଭାବେ ଘୋଷଣା କରାଯାଇଛି। ଏହାସହ ଏହି ନୂଆ ଜିଲ୍ଲା ପାଇଁ ନୂତନ କର୍ମକର୍ତ୍ତାଙ୍କ ନାମ ମଧ୍ୟ ମନୋନୀତ ହୋଇଛି। ନୂଆ ନେତୃତ୍ୱ: ନବୀନ […]

ସଂପୂର୍ଣ୍ଣ ପଢନ୍ତୁ

ଲଳିତଗିରିରେ ଶିକ୍ଷାବିତ ରୁକ୍ମିଣୀ ଦେବୀଙ୍କ ସ୍ମୁତି ଶ୍ରଦ୍ଧାଞ୍ଜଳି ସଭା

ମାହାଙ୍ଗା  : ଅବସରପ୍ରାପ୍ତ ପ୍ରଧାନଶିକ୍ଷୟିତ୍ରୀ ତଥା ବିଶିଷ୍ଟ ଶିକ୍ଷାବିତ ମହେନ୍ଦ୍ର ସିଂଙ୍କ ସହଧର୍ମିଣୀ ସ୍ୱର୍ଗୀୟା ରୁକ୍ମିଣୀ ଦେବୀଙ୍କ ସ୍ମୃତିରେ ଐତିହାସିକ ବୌଦ୍ଧପୀଠ ଲଳିତଗିରିଠାରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି। ସର୍ବଭାରତୀୟ ଶିକ୍ଷା ସମିତିର ସଭାପତି ପ୍ରଫେସର ଡକ୍ଟର ଯୁଧିଷ୍ଠିର ଖଟୁଆଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସ୍ମୃତି ଉତ୍ସବରେ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇ ରୁକ୍ମିଣୀ ଦେବୀଙ୍କ ବହୁମୁଖୀ ଜୀବନାଦର୍ଶ ଉପରେ ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ସାହିତ୍ୟିକ ଡକ୍ଟର ଭାବଗ୍ରାହୀ ରାଉତ, ଶିକ୍ଷାବିତ ଲାଲ […]

ସଂପୂର୍ଣ୍ଣ ପଢନ୍ତୁ