ମାହାଙ୍ଗା : ଅବସରପ୍ରାପ୍ତ ପ୍ରଧାନଶିକ୍ଷୟିତ୍ରୀ ତଥା ବିଶିଷ୍ଟ ଶିକ୍ଷାବିତ ମହେନ୍ଦ୍ର ସିଂଙ୍କ ସହଧର୍ମିଣୀ ସ୍ୱର୍ଗୀୟା ରୁକ୍ମିଣୀ ଦେବୀଙ୍କ ସ୍ମୃତିରେ ଐତିହାସିକ ବୌଦ୍ଧପୀଠ ଲଳିତଗିରିଠାରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି। ସର୍ବଭାରତୀୟ ଶିକ୍ଷା ସମିତିର ସଭାପତି ପ୍ରଫେସର ଡକ୍ଟର ଯୁଧିଷ୍ଠିର ଖଟୁଆଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସ୍ମୃତି ଉତ୍ସବରେ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇ ରୁକ୍ମିଣୀ ଦେବୀଙ୍କ ବହୁମୁଖୀ ଜୀବନାଦର୍ଶ ଉପରେ ଆଲୋକପାତ କରିଥିଲେ।
ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ସାହିତ୍ୟିକ ଡକ୍ଟର ଭାବଗ୍ରାହୀ ରାଉତ, ଶିକ୍ଷାବିତ ଲାଲ ବିହାରୀ ଜେନା, ମାହାଙ୍ଗା-ବଡ଼ଚଣା ସାହିତ୍ୟ ସଂସ୍କୃତି ପରିଷଦର ସଭାପତି କବି ଭକ୍ତ ଚରଣ ସାହୁ, ବିରୂପା ସାହିତ୍ୟ ସଂସଦର ସଭାପତି ସାମ୍ବାଦିକ ଅଖିଳେଶ ପଦ ମହାନ୍ତି, ସାହିତ୍ୟିକ ହେମନ୍ତ କୁମାର ଜେନା, ପୂର୍ବତନ ସରପଞ୍ଚ ଜିତେନ୍ଦ୍ର କୁମାର ଶତପଥୀ, ବିଶିଷ୍ଟ ପାଲାକାର ସତ୍ୟାନନ୍ଦ ଦାସ, କବି ରୁଦ୍ର ପ୍ରସନ୍ନ ସାମଲ ଏବଂ ସାମ୍ବାଦିକ ବେବର୍ତ୍ତା ଅଜୟ ବଲ୍ଲଭ ଦାସ ପ୍ରମୁଖ ଯୋଗ ଦେଇଥିଲେ। ରୁକ୍ମିଣୀ ଦେବୀଙ୍କ ବ୍ୟକ୍ତିତ୍ୱ ଓ ସେବା ମନୋଭାବ ଯୁବ ସମାଜ ପାଇଁ ଏକ ଆଦର୍ଶ ବୋଲି ସେମାନେ ମତ ପ୍ରକାଶ କରିଥିଲେ।
ଏହି ସ୍ମୃତି ଚାରଣ ସଭାରେ ପ୍ରାଧ୍ୟାପକ ଡକ୍ଟର ଯଚିନ୍ଦ୍ରା ନାଥ ରାଉତ, ‘ଯୁଗାନ୍ତର’ ସମ୍ପାଦକ ଭାଗ୍ୟଧର ସାହୁ, କବି ଶୈଳଜା ଶଙ୍କର, ଲେଖିକା ସସ୍ମିତା ପଣ୍ଡା, ପ୍ରତାପ ବୀରବର ଶ୍ରୀଚନ୍ଦନ ପୃଷ୍ଟି, କବି ଲବଙ୍ଗ ଲତା ରାଉତ, ସାମ୍ବାଦିକ ରାମଚନ୍ଦ୍ର ଦାଶ, କବି ରାଜକିଶୋର ମୁଣ୍ଡି, ବଟକୃଷ୍ଣ ନାୟକ, ସନ୍ତୋଷୀ ସିଂ, ଅକ୍ଷୟ ତରାଇ, ମଞ୍ଜୁବାଳା ସ୍ୱାଇଁ, ଦିପ୍ତୀରଞ୍ଜନ, ପ୍ରିୟ ରଞ୍ଜନ, ସତୀଶ କୁମାର ସିଂ, ପ୍ରଣବ ଜେନା, ଅମୀୟବାଳା ସ୍ୱାଇଁ, ଅଜୟ ଜେନା, ପ୍ରିୟ ରଞ୍ଜନ ଦାସ, ଯଯାତି ସିଂ, ମନୀଷା ସିଂ, ସରିତା ସିଂ ଏବଂ ମୋନାଲିସା ସିଂ ପ୍ରମୁଖ ଯୋଗଦେଇ ଦିବଂଗତ ଶିକ୍ଷୟିତ୍ରୀଙ୍କ ସ୍ମୃତି ଅବତାରଣା କରିଥିଲେ।
ଏହି ଅବସରରେ ସ୍ୱର୍ଗୀୟା ରୁକ୍ମିଣୀ ଦେବୀଙ୍କ ଜୀବନୀ ଓ କୃତିକୁ ନେଇ ସଙ୍କଳିତ ସ୍ମରଣିକା “ସ୍ମୃତିରେ ରୁକ୍ମିଣୀ” ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା। କାର୍ଯ୍ୟକ୍ରମ ପ୍ରାରମ୍ଭରେ ପଣ୍ଡିତ ସତ୍ୟାନନ୍ଦ ଦାଶ ବେଦପାଠ କରିଥିବା ବେଳେ କବି ହେମନ୍ତ ଜେନା ସମଗ୍ର କାର୍ଯ୍ୟକ୍ରମକୁ ସଂଚାଳନ କରିଥିଲେ। ଏହି ଉତ୍ସବରେ ମାହାଙ୍ଗା ଓ ଆଖପାଖ ଅଞ୍ଚଳର ବହୁ କବି, ସାହିତ୍ୟିକ, ଅଧ୍ୟାପକ, ସାମ୍ବାଦିକ ଏବଂ ବୁଦ୍ଧିଜୀବୀ ଉପସ୍ଥିତ ରହି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ।
