Bc149d95 53df 429d Ac3c F6b4f6eef709

ଭାରତୀୟ କିସାନ ସଂଘ କଟକ ସଦର ଅଂଚଳରେ ପ୍ରଭୁ ବଳଭଦ୍ରଙ୍କ ଜନ୍ମଜୟନ୍ତୀ

ରାଜ୍ୟ
Spread the love

କଟକ : ଭାରତୀୟ କିସାନ ସଂଘ ପକ୍ଷରୁ କଟକ ସଦର କିଶୋରନଗର ମଣ୍ଡଳର ବରଦା ପଞ୍ଚାୟତ,କନ୍ଦରପୁର ମଣ୍ଡଳର ଆଲାରପୁର,ବମ୍ବୁରୀ ବଡ ମଠ, ୪୨ମୌଜା ମଣ୍ଡଳର ଠାକୁର ସାହି ବରାଳ ନୀଳକଣ୍ଠ ମନ୍ଦିରରେ ରକ୍ଷା ବନ୍ଦନ,ଗୋପୁଜନ,ନୃସିଂହ ଦେବତା ସଫଳ ଚାଷୀ ସମ୍ମାନ ପର୍ବ ଆଦି ପାଳିତ ହୋଇଯାଇଛି । ସଭାରେ ଭାରତୀୟ କିଶାନ ସଂଘ ରାଷ୍ଟ୍ରୀୟ ସାଧାରଣ ସଂପାଦକ ଶ୍ରୀ ମୋହିନୀ ମୋହନ ମିଶ୍ର,ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ଜାନକୀ ବଲ୍ଲଭ ସ୍ୱାଇଁ,ରାଜ୍ୟ ସମ୍ପାଦକ କେନ୍ଦ୍ର ସରକାରଙ୍କ ସିଫାର ବୋର୍ଡ ସଦସ୍ୟ କୃଷକ ନେତା ଶ୍ରୀ ଦେବୀ ପ୍ରସାଦ ପତି,ରାଜ୍ୟ କାର୍ଯକାରିଣୀ ସଦସ୍ୟ ଅଶୋକ ରାଉତରାୟ,ଦରଦି ବନ୍ଧୁ ଫାଉଣ୍ଡେସନ ସଭାପତି ସ୍ୱରୂପ ସୁମନ ଦାସ,ଓଡ଼ିଶା ସରକାରଙ୍କ ମହିଳା କମିଶନ ସଭ୍ୟା ପ୍ରତିଭା ଶତପଥୀ,ପୂର୍ବତନ ସମିତି ସଭ୍ୟ ଗୋକୁଳ ପ୍ରଧାନ,ଅଟଳ ଶିକ୍ଷା ଓ ଦକ୍ଷତା ଟ୍ରଷ୍ଟ ସଭାପତି ନିର୍ମଳ ଦାସ,ରାଷ୍ଟ୍ରୀୟ ସନାତନି ପରିଷଦ ସଭାପତି ସଞ୍ଜୟ ସାହୁ,କଟକ ଜିଲ୍ଲା ସଂଯୋଜକ ସତ୍ୟ ନାରାୟନ ମହାନ୍ତି,ଜିଲ୍ଲା କୋଷାଧ୍ୟକ୍ଷ ଯୁବରାଜ ପଣ୍ଡା,ଯୁବ ପ୍ରମୁଖ ରଞ୍ଜନ ନାୟକ,ବୀମା ପ୍ରମୁଖ ତାପସ ମହାପାତ୍ର,ନେତା ଅନିଲ ମହାପାତ୍ର,ନାଟ୍ୟକାର ଅଶୋକ ପଟ୍ଟନାୟକ,ଉପସଭାପତି ବିଶ୍ବରଂଜନ ଜେନା,କଟକ ସଦର ବ୍ଲକ ସଂଯୋଜକ ରବୀନ୍ଦ୍ର ପାତ୍ର,ଦୁର୍ଗା ବାହିନୀର ଦୀପ୍ତି ସ୍ୱାଇଁ,ବ୍ୟବସ୍ତା ପ୍ରମୁଖ ପୀଉସ ରଞ୍ଜନ ପରିଡ଼ା, ଦୀପକ ଜେନା ଗୋ ପ୍ରମୁଖ, ସହୋଯୋଗ ଅନୁଷ୍ଠାନ ସଭାପତି ପ୍ରତାପ କୁମାର ବେହେରା,ବିକ୍ରମ କେଶରୀ ମାଝୀ,ସମାଜସେବୀ ରବୀନ୍ଦ୍ର ମାହଲିକ,ବଳରାମ ନାୟକ,ସନ୍ତୋଷ ଜେନା,ପ୍ରଭଞ୍ଜନ ମଲ୍ଲିକ,ଚିତ୍ତ ରଞ୍ଜନ ମଲ୍ଲିକ,ଅଭିଜିତ ଜେନା,ରଶ୍ମିତା ଦାସ,ଦାଶରଥି ଚୌଉଧୁରି,ସଂଗଠକ ସନ୍ତୋଷ କୁମାର ଭୋଇ,ଉଲ୍ଲାସ ଦାସ ଏବଂ ୪୦୦ ରୁ ଉର୍ଦ୍ଧ ଚାଷୀ ଯୋଗଦେଇଥିଲେ । ୧୩୮ ଜଣ ଚାଷୀଙ୍କୁ ସମ୍ବର୍ଦ୍ଧିତ କରା ଯାଇଥିଲା ।ପ୍ରଭୁ ବଳରାମ ପୂଜା ରେ ୪୦୦ ଚାଷୀ ଭାରତୀୟ କିସାନ ସଂଘ ର ସଭ୍ୟ ହେଇ ଥିଲେ । ଆଗକୁ ଚାଷୀ ସମସ୍ୟାକୁ ନେଇ ବ୍ଲକ ଓ ଜିଲ୍ଲାପାଳଙ୍କ ଅଫିସ ଘେରାଉ କରାଯିବ ତା ସହିତ ବିଭିନ୍ନ ସମବାୟ ସମିତିରେ ଭେଟି ଆଲୋଚନା କରାଯିବ । ଗଜେନ୍ଦ୍ର ବେଉରା ଧନ୍ୟବାଦ୍ ଦେଇଥିଲେ ।ଆଗକୁ କଟକ ଜିଲ୍ଲାର ସବୁ ବ୍ଲକ ରେ ଏହି ଭଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ପାଇଁ ସ୍ଥିର କରାଗଲା ।

Leave a Reply

Your email address will not be published. Required fields are marked *