ଗୋଟେ ପଟେ ଜେଏସଡବ୍ଲ୍ୟୁ କୁ ସ୍ବାଗତ, ଅନ୍ୟପଟେ କଂଗ୍ରେସର କୁମ୍ଭୀର କାନ୍ଦଣା

ଜଗତସିଂହପୁର ରାଜ୍ୟ
Spread the love

ପାରାଦୀପ : ପାରାଦୀପ ଅନ୍ତର୍ଗତ ଢିଙ୍କିଆ ଚାରିଦେଶ ଅଞ୍ଚଳରେ କଳକାରଖାନା ନାହିଁ ।  ସ୍ଥାନୀୟ ଲୋକେ ଜୀବିକା ନିର୍ବାହ ପାଇଁ ମାଛ ଧରିବା ଠାରୁ ଆରମ୍ଭ କରି ଚାଷବାସ କରି ବହୁ କଷ୍ଟେ ମଷ୍ଟେ ଜୀବିକା ନିର୍ବାହ କରୁଥିଲେ।୨୦୦୫ ରେ ପୋସ୍କୋ ଆସିଥିଲା କିନ୍ତୁ ୨୦୧୭ ରେ ଫେରିଯିବା ପରେ ଜେଏସଡବ୍ଲ୍ୟୁ ଉତ୍କଳ ଷ୍ଟିଲ ପ୍ରତିଷ୍ଠା କୁ ଢିଙ୍କିଆ ଚାରିଦେଶ ଅଞ୍ଚଳର ଲୋକମାନେ ବିପୁଳ ସମର୍ଥନ ଦେଉଛନ୍ତି। ଏଠାରେ ଶିଳ୍ପ ପ୍ରତିଷ୍ଠା ହେଲେ ଚାକିରି ପାଇବା ସହ ଲୋକେ କ୍ଷତି ପୁରଣ ମଧ୍ୟ ପାଇଛନ୍ତି। କମ୍ପାନୀ ପ୍ରତିଷ୍ଠା ହେଲେ ଆମ ପିଲା ଚାକିରି ପାଇବେ, ଆମ ଅଞ୍ଚଳର ଦୃତ ବିକାଶ ଘଟିବ। ଏ ନେଇ ଦଳମତ ନିର୍ବିଶେଷରେ ବହୁ ବୁଦ୍ଧିଜୀବୀ ଜେଏସଡବ୍ଲ୍ୟୁ ଉତ୍କଳ ଷ୍ଟିଲ ପ୍ରତିଷ୍ଠା କୁ ସମର୍ଥନ କରିଆସୁଥିବା ବେଳେ ଗୁରୁବାର ପ୍ରଦେଶ କଂଗ୍ରେସ ରାଜ୍ୟ ସଭାପତି ଭକ୍ତ ଚରଣ ଦାସ ଙ୍କ ନେତୃତ୍ବ ରେ ଶତାଧିକ ଲୋକ କମ୍ପାନୀ ପ୍ରତିଷ୍ଠା କୁ ବିରୋଧ କରିଛନ୍ତି।ଏହାକୁ ନେଇ ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବି ବିରୋଧ କରିଛନ୍ତି। ଅତୀତରେ ନ୍ୟସ୍ତ ସ୍ବାର୍ଥ ଗୋଷ୍ଠି ଙ୍କ ପାଇଁ ପୋସ୍କୋ ଭଳି ଭଲ କମ୍ପାନୀ କୁ ବିରୋଧ କରୁଥିଲେ। ପୁଣି ଏବେ ଗୋଟେ ଭଲ କମ୍ପାନୀ ଜେଏସଡବ୍ଲ୍ୟୁ ଉତ୍କଳ ଷ୍ଟିଲ କୁ ବିରୋଧ କରୁଛନ୍ତି ବୋଲି ମତ ପ୍ରକାଶ ପାଇଛି।

ଏ ନେଇ ଢିଙ୍କିଆ ଗ୍ରା.ପ ର ପୂର୍ବତନ ସରପଞ୍ଚ ଶିଶିର କୁମାର ମହାପାତ୍ର କହିଛନ୍ତି ଯେତେ ସବୁ କମ୍ପାନୀ ପାରାଦୀପ କୁ ଆସିଛନ୍ତି ସମସ୍ତେ ଶିଳ୍ପ ପ୍ରତିଷ୍ଠା ପରେ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ଦିଆଯାଇଛି। କିନ୍ତୁ ଜେଏସଡବ୍ଲ୍ୟୁ ଉତ୍କଳ ଷ୍ଟିଲ କମ୍ପାନୀ ପ୍ରକଳ୍ପ ଆରମ୍ଭ ନ କରିବା ପୂର୍ବରୁ ଢିଙ୍କିଆ ଚାରିଦେଶର ୧୫୦ ଜଣ ଙ୍କୁ ନିଯୁକ୍ତି ଦେଇ ସାରିଛି। ପ୍ରକଳ୍ପ ଆରମ୍ଭ ହେବା ପରେ ଆମ ଅଞ୍ଚଳର ବୈଷୟିକ ଡିଗ୍ରୀ ଧାରି ପିଲାଙ୍କୁ ନିଯୁକ୍ତି ଦେବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି। କାରଖାନା ନ ହେବା ପୂର୍ବରୁ ଢିଙ୍କିଆ ଚାରି ଦେଶରେ ନିଜର ସିଏସଆର ଫଣ୍ଡ ରେ ବିଭିନ୍ନ ଲୋକାଭିମୁଖୀ କାର୍ଯ୍ଯ କରିବା ସହ ଶିକ୍ଷା, ସ୍ବାସ୍ଥ୍ୟ,ଗମନାଗମନ, ମହିଳା ସଶକ୍ତିକରଣ, କୃଷକ ମାନଙ୍କୁ ଆତ୍ମ ନିର୍ଭରଶିଳ ଆଦି କାମ କରି ଚାଲିଛି। ଜେଏସଡବ୍ଲ୍ୟୁ କମ୍ପାନୀ ପ୍ରତିଷ୍ଠା ହେଲେ ଆମ ଅଞ୍ଚଳ ର ଦୃତ ପ୍ରଗତି ହେବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି। ନୂଆଗାଁ ର ବୁଦ୍ଧିଜୀବି ଡଃ ତମିଲ ପ୍ରଧାନ କହିଛନ୍ତି ୩ ଟି ପଞ୍ଚାୟତ ନୂଆଗାଁ, ଢିଙ୍କିଆ ଓ ଗଡକୁଜଙ୍ଗ ପଞ୍ଚାୟତ କୁ ନେଇ ଜେଏସଡବ୍ଲ୍ୟୁ ଉତ୍କଳ ଷ୍ଟିଲ ପକ୍ଷରୁ କାର୍ଯ୍ଯ ଆରମ୍ଭ ହୋଇଛି।୨୦୦୫ ରେ ଏଠାକୁ କଂଗ୍ରେସ ସରକାର ଥିବାବେଳେ ପୋସ୍କୋ ଆସିଥିଲା। କଂଗ୍ରେସ ଭାଈ ମାନେ ପୋସ୍କୋ କୁ ବିରୋଧ କରୁ ନ ଥିଲେ। ଯେଉଁ ଲୋକେ କହୁଛନ୍ତି ଓଡିଶାର ଲୋକେ ଦାଦନ ଖଟିବାକୁ ବାହାରକୁ ଯାଉଛନ୍ତି, ସେହି ମାନେ କମ୍ପାନୀ ପ୍ରତିଷ୍ଠା କୁ ବିରୋଧ କରୁଛନ୍ତି। ଏହା ସବୁଠାରୁ ବଡ ହାସ୍ୟାସ୍ପଦ କଥା।ଏବେ ଗୋଟେ ଭଲ କମ୍ପାନୀ କୁ କାହିଁକି ବିରୋଧ କରୁଛନ୍ତି ବୋଲି ଶ୍ରୀ ପ୍ରଧାନ ପ୍ରଶ୍ନ କରିଛନ୍ତି। ଏ ସମ୍ପର୍କ ରେ ଅଧିକ ଜାଣିବା ପାଇଁ କମ୍ପାନୀ କତୃପକ୍ଷ ଙ୍କୁ ଯୋଗାଯୋଗ କରିବାରୁ ପ୍ରାୟ ୧୫୦ଜଣ ସ୍ଥାନୀୟ ଲୋକେ ଠିକାଦାର କାମ ରେ ନିୟୋଜିତ ଅଛନ୍ତି,ସ୍ଥାନୀୟ ୩ ଟି ପଞ୍ଚାୟତରୁ ୫ ଶହ ରୁ ଉର୍ଦ୍ଧ୍ବ ଜଣ ଙ୍କୁ ସୁପରଭାଇଜର, ଅଫିସ ସହାୟକ, ଯୋଗ୍ୟତା ଅନୁଯାଇ ନିୟୋଜିତ କରାଯାଇଛି।

Leave a Reply

Your email address will not be published. Required fields are marked *