ମାହାଙ୍ଗା : ମାହାଙ୍ଗା ନିର୍ବାଚନ ମଣ୍ଡଳୀର ଆନନ୍ଦପୁର ପଞ୍ଚାୟତରୁ ବହୁ ଭାଜପା କର୍ମୀ ଦଳରୁ ଇସ୍ତଫା ଦେଇ ବିଜେଡିରେ ସାମିଲ ହୋଇଛନ୍ତି l
ଗତ ସାଧାରଣ ନିର୍ବାଚନରେ ସ୍ୱାଧୀନ ପ୍ରାର୍ଥୀ ଶାରଦା ପ୍ରଧାନଙ୍କୁ ଖୁଲମ ଖୁଲା ସମର୍ଥନ ଦେଇଥିବା ଏହି କର୍ମୀମାନେ ବିଧାୟକଙ୍କ ଉପରେ ବୀତସ୍ପୃହା ହୋଇ ଆଜି ବିଜେଡି ରେ ସାମିଲ ହେବା ଦେଖିବାକୁ ମିଳିଛି l
ପୂର୍ବତନ ମନ୍ତ୍ରୀ ତଥା ବିଜୁ ଜନତା ଦଳର ବରିଷ୍ଠ ଉପସଭାପତି ପ୍ରତାପ ଜେନାଙ୍କ ଉପସ୍ଥିତିରେ ଏହି ମିଶ୍ରଣପର୍ବ ଅନୁଷ୍ଠିତ ହୋଇଥିଲା l ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଏବଂ ପୂର୍ବତନ ବିଧାୟକ ପ୍ରତାପ ଜେନାଙ୍କ ଉପରେ ଆସ୍ଥା ପ୍ରକଟ କରି ସେମାନେ ବିଜେଡିରେ ଯୋଗଦେଲେ ବୋଲି ଘୋଷଣା କରିଥିଲେ l
ଏହି ମିଶ୍ରଣ ପର୍ବରେ ପୂର୍ବତନ ସରପଞ୍ଚ ଲଳିତ ମୋହନ ମହାପାତ୍ର, ପୂର୍ବତନ ସମିତିସଭ୍ୟ ପ୍ରମୋଦ କୁମାର ବେହେରା, ବିଜେଡି ସଂଗଠକ ଦିଲ୍ଲୀପ ନାୟକ, ହୃଷିକେଶ ସେଠୀ, ବିଜୟ କୁମାର ମହାପାତ୍ର, ଅକ୍ଷୟ କୁମାର ପରିଡାଙ୍କ ସହିତ ସ୍ଥାନୀୟ ସରପଞ୍ଚ ରେଣୁବାଳା ଭୂୟାଁ, ସମିତିସଭ୍ୟା ଭବାନୀ ଶଙ୍କରୀ ବେହେରା ପ୍ରମୁଖ ଉପସ୍ଥିତ ଥିଲେ l
ଭାଜପା ତ୍ୟାଗ କରି ବିଜେଡିରେ ସାମିଲ ହୋଇଥିବା କର୍ମୀଙ୍କ ଭିତରେ ରାକେଶ ମଲ୍ଲିକ, ପ୍ରଶାନ୍ତ ମଲ୍ଲିକ,ପ୍ରଶାନ୍ତ ଦଳେଇ, ପ୍ରଦୀପ୍ତ ଦାସ, ସୁରେନ୍ଦ୍ର ମଲ୍ଲିକ, ସଞ୍ଜୟ ମଲ୍ଲିକ, ଶଙ୍କର ମଲ୍ଲିକ, ଶରତ ମଲ୍ଲିକ, ବିଶ୍ୱନାଥ ମଲ୍ଲିକ, ବାଦଲ ମଲ୍ଲିକ, ମାନସ ମଲ୍ଲିକ, ପ୍ରସନ୍ନ ମଲ୍ଲିକ, ମହେନ୍ଦ୍ର ମଲ୍ଲିକ, ଭରତ ମଲ୍ଲିକ, ଚିଣ୍ଟୁ ମଲ୍ଲିକ, ରୋହିତ ମାଢେଇ,ନଗେନ୍ଦ୍ର ଖଟୁଆ, କିଶୋର ସେଠୀ, ଭାସ୍କର ବେହେରା, ପ୍ରମୋଦ ମଲ୍ଲିକ, ଗୋପାଳ ମଲ୍ଲିକ ପ୍ରମୁଖ ବିଜେଡିରେ ଅନୁଷ୍ଠାନିକ ଭାବେ ଯୋଗଦେଇଥିଲେ l
ମାହାଙ୍ଗାରେ ଶାସକ ଦଳ ଏବଂ ସ୍ଥାନୀୟ ବିଧାୟକଙ୍କ ବିରୁଦ୍ଧରେ ଜନ ଆକ୍ରୋଶ ଯୋଗୁଁ ବିରୋଧି ବିଜେଡି ଶକ୍ତିଶାଳୀ ହେବା ଚର୍ଚ୍ଚା ହେଉଛି l
