ରାଜ୍ୟସ୍ତରୀୟ ପ୍ରଜ୍ଞା ପ୍ରେରଣା ମହୋତ୍ସବ ଉଦଘାଟିତ

ରାଜ୍ୟ
Spread the love

କଟକ :  କୈବଲ୍ୟ ସାହିତ୍ୟ ସଂସଦ ଆନୁକୁଲ୍ୟରେ ୧୧୩ ତମ କାର୍ଯ୍ୟକ୍ରମ ରାଜ୍ୟସ୍ତରୀୟ ପ୍ରଜ୍ଞା ପ୍ରେରଣା ମହୋତ୍ସବ ପଞ୍ଚମୁଖୀ ହନୁମାନ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇ ଯାଇଛି । ଅନୁଷ୍ଠାନ ଦ୍ୱାରା ଆଦରଣୀୟ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଙ୍କ ଜନ୍ମଦିନ ଦ୍ୱିତୀୟ ଥର ପାଳନ କରାଯାଇଛି । ବୈଦିକ ସନାତନ ଧାର୍ମିକ ଭାବନା ଭିତରେ ଅନୁଷ୍ଠାନର କର୍ମକର୍ତ୍ତା ପଞ୍ଚମୁଖୀ ହନୁମାନଙ୍କ ନିକଟରେ ପ୍ରଧାନମନ୍ତ୍ରୀ ଙ୍କ ଜନ୍ମଦିନ ଅବସରରେ ଦୀର୍ଘ ନିରାମୟ କର୍ମଠ ଜୀବନ ପାଇଁ ପୂଜାର୍ଚ୍ଚନା କରିଥିଲେ । ସମବେତ ଆଳତି କରିଥିଲେ । ପୃଷ୍ଠଭୂମି ସମ୍ପାଦକ ଶ୍ରୀଯୁକ୍ତ କୈଳାଶ ଚନ୍ଦ୍ର ଜେନା ଉଦ୍ ଘାଟନ କରି ଭାରତର ପ୍ରଧାନମନ୍ତ୍ରୀଙ୍କୁ ବିଶ୍ୱର ପ୍ରଜ୍ଞା ପୁରୁଷ ଭାବେ ସମୀକ୍ଷା କରିଥିଲେ ।

ଅନୁଷ୍ଠାନର ପ୍ରତିଷ୍ଠାତା ଡ଼କ୍ଟର ସଂଗ୍ରାମ କେଶରୀ ସାମନ୍ତରାୟ ଭାରତର ପ୍ରଧାନମନ୍ତ୍ରୀ ବିଶ୍ୱର ଶ୍ରେଷ୍ଠ ଲୋକପ୍ରିୟ ରାଷ୍ଟ୍ର ନାୟକ ବୋଲି ସୂଚନା ଦେଇଥିଲେ । ସମ୍ମାନିତ ଅତିଥି ଭାବେ ପଣ୍ଡିତ ଦିଲ୍ଲୀପ ଆଚାର୍ଯ୍ୟ , କଳିଙ୍ଗ ରତ୍ନ ବ୍ରହ୍ମାନନ୍ଦ ମହାନ୍ତି, ସମାଜସେବୀ ଶତୃଘ୍ନ ସ୍ୱାଇଁ ଏବଂ ସମାଜସେବୀ ସଂଯୋଜ ସାମନ୍ତରାୟ ଯୋଗଦାନ କରି ପ୍ରଧାନମନ୍ତ୍ରୀଙ୍କ ସମାଜ ମଙ୍ଗଳ କାର୍ଯ୍ୟର ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ । ଭାରତର ପ୍ରଧାନମନ୍ତ୍ରୀ ଙ୍କ ଜନ୍ମଦିନ ବିଶେଷ ” ଆମ ଆଶୀର୍ବାଦ ” ଲୋକାର୍ପିତ ହୋଇଥିଲା । ଡ଼କ୍ଟର ବସନ୍ତ କୁମାରୀ ନନ୍ଦ କବିତାରେ ଭାରତର ପ୍ରଧାନମନ୍ତ୍ରୀଙ୍କ ବିଶ୍ୱଗୁରୁ ସଂଜ୍ଞା କୁ ପ୍ରତିପାଦନ କରି ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *