ଭୁବନେଶ୍ୱର ୨୬।୦୫: ଚର୍ଚ୍ଚାରେ ପଡିଲାଣି ପୂର୍ଣ୍ଣଚ୍ଛେଦ । ଖୁବଶୀଘ୍ର ରାଜ୍ୟ ମନ୍ତ୍ରୀମଣ୍ଡଳର ହୋଇପାରେ ପରିବର୍ତ୍ତନ । ନୂଆ ଆସିବେ, ହଟିପାରନ୍ତି ପୁରୁଣା । ଦୀର୍ଘ ଦିନ ଧରି ଚାଲୁଥିବା ରାଜ୍ୟ ମନ୍ତ୍ରୀମଣ୍ଡଳ ଅଦଳବଦଳ ନେଇ ଦୁଇ ମନ୍ତ୍ରୀ ଦେଇଛନ୍ତି ବଡ଼ ବୟାନ । ତେବେ କଣ କହିଛନ୍ତି ଆସନ୍ତୁ ଜାଣିବା…
ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ଯେ, କୌଣସି ବି ମୂହୁର୍ତ୍ତରେ ରାଜ୍ୟ ମନ୍ତ୍ରୀମଣ୍ଡଳରେ ସମ୍ପ୍ରସାରଣ ହୋଇପାରେ । କେବଳ ସମ୍ପ୍ରସାରଣ ବିଷୟ ନୁହେଁ, ତାହା ସହିତ ନିଗମ ବୋର୍ଡ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇସାରିଛି | ଦଳ ଓ ସରକାର ଏହାରି ଭିତରେ ଚୟନ ପ୍ରକ୍ରିୟା ଆରମ୍ଭ କରିସାରିଛନ୍ତି | ସମ୍ଭବତଃ ଖୁବଶୀଘ୍ର ଏହା ଶେଷ ହେବ ।
ସେହିପରି ମନ୍ତ୍ରୀମଣ୍ଡଳ ଅଦଳବଦଳ ନେଇ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ଯେ, ସମ୍ପ୍ରସାରଣ ମୁଖ୍ୟମନ୍ତ୍ରୀଙ୍କ ଅଧିକାର। ଯେହେତୁ ଆବଶ୍ୟକତା ଅଛି, କିଛି ପଦବୀ ବି ଫାଙ୍କା ଅଛି, ମୁଖ୍ୟମନ୍ତ୍ରୀ ଯେବେ ଚାହିଁବେ ମନ୍ତ୍ରୀ ମଣ୍ଡଳ ସମ୍ପ୍ରସାରଣ କରିପାରିବେ। ଯଦି କେଉଁ ନୂଆ ସଦସ୍ୟଙ୍କୁ ଯୋଡିବାକୁ ଚାହିଁବେ ତାହା ମଧ୍ୟ କରିପାରିବେ। କିନ୍ତୁ ମୁଖ୍ୟମନ୍ତ୍ରୀ ଯେତେବେଳେ ଚାହିଁବେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ କରିପାରିବେ ।
