ବିଜେଡି ଆମ ପାଇଁ ଭସ୍ମାସୁର, ବର୍ଷକ ଭିତରେ ଅଲଆଉଟ୍ ହୋଇଯିବ

ରାଜ୍ୟ
Spread the love

ଭୁବନେଶ୍ୱର ୨୬।୦୫ : ବିଜେଡିର ଗୋଟିଏ ପରେ ଗୋଟିଏ ଓ୍ୱିକେଟ୍‌ ପଡିଚାଲିଛି । ବର୍ଷ ଶେଷ ସୁଦ୍ଧା ବିଜେଡି ଅଲ୍‌ଆଉଟ୍‌ ହୋଇଯିବ । ଦେବାଶିଷ ସାମନ୍ତରାୟ ବିଜେପିରେ ମିଶିବା ପରେ ଏମିତି କିଛି କହିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ବିଜେଡିର ଏବେ ଭସ୍ମାସୁର ସ୍ଥିତିରେ ରହିଛି । ବିଜେଡି ଗଠନ କରିବାରେ ବିଜେପିର ବଡ଼ ଭୂମିକା ରହିଥିଲା । ବିଜେଡି ଦଳ ବଡ଼ ହେବା ପରେ ପ୍ରଥମେ ଆମକୁ ମାରିବାକୁ ଗୋଡେଇଲା । ବିଜେଡିରେ କ୍ଷମତା ଭଳି କାମ କରୁଥିଲେ । କ୍ଷମତା ଗଲା ଫେବିକଲ୍‌ ଅଠା ଛାଡ଼ିଲା । ଏବେ ଗୋଟେ ପରେ ଗୋଟେ ଓ୍ୱିକେଟ୍‌ ପଡୁଛି, ଲାଗୁଛି ବର୍ଷ ଶେଷ ସୁଦ୍ଧା ବିଜେଡି ଅଲଆଉଟ୍‌ ହୋଇଯିବ ।
ସୂଚନାଯୋଗ୍ୟ ଯେ, ସୋମବାର ଦିନ ଦେବାଶିଷ ସାମନ୍ତରାୟ ବିଜେଡି ଦଳରୁ ଇସ୍ତଫା ଦେଇଥିଲେ । ଏହାପରେ ସାଂସଦ ପଦରୁ ମଧ୍ୟ ଇସ୍ତଫା ଦେଇଥିଲେ । ପରେ ମଙ୍ଗଳବାର ଦିନ ଦିଲ୍ଲୀ ବିଜେପି କାର୍ଯ୍ୟାଳୟରେ ପଦ୍ମ ଧରିଛନ୍ତି ଦେବାଶିଷ ସାମନ୍ତରାୟ । ବିଜେପିରେ ସାମିଲ ହେବା ପରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କ ସାକ୍ଷାତ କରିଛନ୍ତି ଦେବାଶିଷ ।

Leave a Reply

Your email address will not be published. Required fields are marked *