ମାହାଙ୍ଗା, ୨/୧୧ (ଆପ୍ର): ମୂଳବସନ୍ତ ପଞ୍ଚାୟତର ଜଣାଶୁଣା ସମାଜସେବୀ, ସୁସଂଗଠକ, ଗୋପାଳପୁର ଗ୍ରାମର ୨୦ ନମ୍ବର ୱାର୍ଡରୁ ତିନି ଥର ନିର୍ବାଚିତ ପୂର୍ବତନ ୱାର୍ଡ ମେମ୍ବର ତଥା ସ୍ଥାନୀୟ ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ବିଦ୍ୟାଧର ଲେଙ୍କାଙ୍କର ହୃଦଘାତ ଯୋଗୁଁ ପରଲୋକ ଘଟିଛି।
ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ବୟସ ହୋଇଥିଲା। ତାଙ୍କ ମରଶରୀର ଗ୍ରାମରେ ପହଞ୍ଚିବା ପରେ ସେଠାରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ପରେ ଗ୍ରାମ୍ୟ ଶ୍ମଶାନରେ ତାଙ୍କର ଅନ୍ତିମ ସଂସ୍କାର ସମ୍ପନ୍ନ କରାଯାଇଥିଲା। ବଡ଼ପୁଅ ତପନ କୁମାର ଲେଙ୍କା ମୁଖାଗ୍ନି ପ୍ରଦାନ କରିଥିଲେ। ସ୍ବର୍ଗତ ଲେଙ୍କା ଜଣେ ଲୋକପ୍ରିୟ, ପରୋପକାରୀ ତଥା ନିଷ୍ଠାପର ସମାଜସେବୀ ଭାବେ ସ୍ଥାନୀୟ ଅଞ୍ଚଳରେ ବେଶ୍ ପରିଚିତ ଥିଲେ। ତାଙ୍କ ବିୟୋଗରେ ସମଗ୍ର ଅଞ୍ଚଳରେ ଗଭୀର ଶୋକର ଛାୟା ଖେଳିଯାଇଛି। ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ରହି ତାଙ୍କର ଅନ୍ତିମ ଦର୍ଶନ କରିବା ସହିତ ଶବାଧାରରେ ସାମିଲ ହୋଇଥିଲେ।
ସ୍ଥାନୀୟ ସରପଞ୍ଚ ଅନ୍ନପୂର୍ଣ୍ଣା କର, ପୂର୍ବତନ ସରପଞ୍ଚ ଲିଜାରାଣୀ ସାହୁ, ପୂର୍ବତନ ସମିତିସଭ୍ୟ ପ୍ରଶାନ୍ତ କୁମାର କର, ପୂର୍ବତନ ସରପଞ୍ଚ ଭ୍ରମରବର ରାଉତରାୟ, ଶିକ୍ଷାବିତ୍ କୈଳାଶ ଚନ୍ଦ୍ର ବଳବନ୍ତରାୟ, ସମାଜସେବୀ ସରୋଜ କୁମାର ପରିଡ଼ା, ଜିଲ୍ଲା ପରିଷଦ ସଭ୍ୟା ସୁସ୍ମିତା ଦାସ, ସମବାୟ ସମିତି ସଭାପତି ଦୀପକ ଦାଶ, ପୂର୍ବତନ ନାଏବ ସରପଞ୍ଚ ବଟକୃଷ୍ଣ ଦାଶ, ସମାଜସେବୀ ଅଖିଳେଶ ପଦ ମହାନ୍ତି, ପୂର୍ବତନ ସରପଞ୍ଚ ଅଭିନ୍ନ ଯେନା, ସମିତିସଭ୍ୟା ସଙ୍ଗୀତା ରାଉତରାୟ, ଉପେନ୍ଦ୍ରନାଥ ରଣା, ଅନିଲ ରାଉତରାୟ, ମଦନ ମୋହନ ଦାସ, ପର୍ଶୁରାମ ସାହୁ, ହରିହର ବିଶ୍ୱାଳ, ସଚିନ୍ଦ୍ର ବାରିକ, ସୀତାନାଥ ପରିଡ଼ା, ଉପେନ୍ଦ୍ର ସିଂ, ପରେଶ ବଳବନ୍ତରାୟ, ରଞ୍ଜନ ବଳବନ୍ତରାୟ, ଦୀପୁ ଦାସ, ପଞ୍ଚାନନ ପଣ୍ଡା, ଅମିତାଭ ପଣ୍ଡା, କ୍ଷମାସାଗର ଦାସ, ତନ୍ମୟ ଦାସ, ସ୍ମୃତି ରଞ୍ଜନ ସିଂ ଓ ସତ୍ୟବ୍ରତ ବିଶ୍ୱାଳ ପ୍ରମୁଖ ଗଭୀର ଶୋକ ବ୍ୟକ୍ତ କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି।
ସ୍ବର୍ଗତ ବିଦ୍ୟାଧରଙ୍କ ଅନ୍ତିମ ଯାତ୍ରାରେ ବିମ୍ବାଧର ଲେଙ୍କା, ଧରଣୀଧର ଲେଙ୍କା, ରବୀନ୍ଦ୍ର ଲେଙ୍କା, ସୁରେନ୍ଦ୍ର ଲେଙ୍କା, ପୁରୁଷୋତ୍ତମ ଲେଙ୍କା, ଶ୍ୟାମସୁନ୍ଦର ଲେଙ୍କା, ଅରୁଣ କୁମାର ଲେଙ୍କା, ପ୍ରଦୀପ୍ତ ଲେଙ୍କା, ଅଜୟ ଲେଙ୍କା ଓ ବିଜୟ ଲେଙ୍କାଙ୍କ ସମେତ ବହୁ ସଂଖ୍ୟାରେ ଗ୍ରାମବାସୀ ସାମିଲ ହୋଇ ପାର୍ଥିବ ଶରୀରର ଶେଷକୃତ୍ୟ ସମ୍ପନ୍ନ କରିଥିଲେ।
