ମା ସାରଳାଙ୍କ ପରିଚ୍ଛl ପଣ୍ଡିତ ସୁଦାମ ଚରଣ ପଣ୍ଡାଙ୍କ ପ୍ରଥମବାର୍ଷିକ ଶ୍ରାଦ୍ଧଉତ୍ସବ                   

ଜଗତସିଂହପୁର ରାଜ୍ୟ
Spread the love

ଝଙ୍କଡ଼  :   ବାଣୀକ୍ଷେତ୍ର ଝଙ୍କଡ଼ ର ଅଧିଷ୍ଠାତ୍ରୀ ଦେବୀ ମା ସାରଳା ଠାକୁରାଣୀ ଙ୍କ ପରିଚ୍ଛା, ସମସ୍ତ ପଣ୍ଡାସେବକ ମାନଙ୍କ ପ୍ରତିନିଧି, ନୈଷ୍ଠୀକ ଓ ସମର୍ପିତ ସେବକ, ପଣ୍ଡିତ ସୁଦାମ ଚରଣ ପଣ୍ଡା ଙ୍କ ପ୍ରଥମବାର୍ଷିକ ଶ୍ରାଦ୍ଧଉତ୍ସବ, ଗତ ସୋମବାର ଦିନ, ତାଙ୍କର ଜନ୍ମମାଟି, ମାଆଙ୍କ ପ୍ରାଚୀନ ପୀଠସ୍ଥଳି, ବଡ଼ସରୋଳ ଗ୍ରାମର ଲଣ୍ଡାଦେଉଳ ନିକଟରେ ପାଳିତ ହୋଇଯାଇଛି | ସାରଳାଙ୍କ ମୁଖ୍ୟପୂଜକ ରଞ୍ଜନ କୁମାର ପଣ୍ଡା ଙ୍କ ସଭାପତିତ୍ବ ରେ ଆୟୋଜିତ ଏହି ସ୍ମୃତିଶ୍ରଦ୍ଧାଞ୍ଜଳି ସଭାରେ ମୁଖ୍ୟଅତିଥି ଭାବରେ ପୂର୍ବତନ ସାଂସଦ ତଥା କବି ଡଃ ପ୍ରସନ୍ନ ପାଟ ସାଣୀ ଯୋଗଦେଇଥିବାବେଳେ, ସ୍ୱତନ୍ତ୍ରଅତିଥିଭାବେ ଶ୍ରୀ ଜଗନ୍ନାଥ ସଂସ୍କୃତି ର ରାଷ୍ଟ୍ରୀୟପ୍ରଚାରକ ବାବାଜୀ ସତ୍ୟାନନ୍ଦ ଦାସ ମହାରାଜଙ୍କ ସମେତ ବ୍ରହ୍ମଚାରୀ ରାମାଭିଷେକ ଦାସଜୀ, ନାଗା ପରାଶର ଦାସଜୀ ରାଉରକେଲା ସାରଳା ମନ୍ଦିର ପ୍ରତିଷ୍ଠାତା ସାରଦା ପ୍ରସାଦ ଦାସ, ସାରଳା ମନ୍ଦିର ଟ୍ରଷ୍ଟବୋର୍ଡ ର ପ୍ରାକ୍ତନ ସଦସ୍ୟ ପତିତପାବନ ହୋତା ଓ ଅମରେଶ ରାଉତରାୟ, ଜ୍ୟୋତିର୍ବିଦ ଅରୁଣ ପାଣି, ଡଃ ସୁରେନ୍ଦ୍ରନାଥ ତ୍ରିପାଠୀ, ଡଃ ବିଷ୍ଣୁପ୍ରିୟା ଦାସ, ପଣ୍ଡିତ ବାସବ ନନ୍ଦ ଓ ସାରଳାସଂସ୍କୃତି ଗବେଷକ ରମାକାନ୍ତ ରାଉଳ ପ୍ରମୁଖ ବହୁବିଶିଷ୍ଟ ମାନ୍ୟଗଣ୍ୟ ବ୍ୟକ୍ତି, ସ୍ବର୍ଗତ ସୁଦାମ ପଣ୍ଡା ଙ୍କ ନୀତି ଆଦର୍ଶ, ନିଷ୍ଠା, ଓ ସମର୍ପିତ ସେବା ସମ୍ପର୍କରେ ନିଜନିଜର ଅନୁଭବ ଅନୁଭୂତି ର ସ୍ମୃତିଚାରଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ |

ଏହି ଅବସରରେ ଝଙ୍କଡ଼ରତ୍ନ ଗୋଲକବିହାରୀ ପଲାଇ ଙ୍କ ସମ୍ପାଦନା ରେ ସମର୍ପଣ ନାମକ ଏକ ସ୍ମରଣିକା ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିବା ବେଳେ ପ୍ରତିମୂର୍ତ୍ତି ମଧ୍ୟ ଉନ୍ମୋଚନ ହୋଇଥିଲା | ମୁଖ୍ୟଉପଦେଷ୍ଟା ନୟନ କୁମାର ଆଚାର୍ଯ୍ୟ, ଙ୍କ ସମେତ ସନ୍ଦୀପ ମଧୁସୂଦନ ପଣ୍ଡା, ସୁନୀଲ ମନୋହର ପଣ୍ଡା, ତନୟ କୁମାର ପଣ୍ଡା ଓ ସୁଭଦ୍ରା ଆଚାର୍ଯ୍ୟ ପ୍ରମୁଖ ସମସ୍ତ ନିମନ୍ତ୍ରିତ ଅତିଥି ମାନଙ୍କୁ ସ୍ୱାଗତ ସମ୍ଭାଷଣ ଜଣାଇଥିଲେ | ତେବେ ଏହି ସମସ୍ତକାର୍ଯ୍ୟକ୍ରମ କୁ ରାମାୟଣୀ ପଣ୍ଡିତ ଅଭୟ କୁମାର ଦାଶ, ହରେକୃଷ୍ଣ ନାୟକ, ପୂର୍ବତନ ସରପଞ୍ଚ ବିଜୟ ନାୟକ., ଆଇନୀଜୀବି ଗତିକୃଷ୍ଣ ଶତପଥୀ,ଆଇନୀଜୀବି ମହେଶ ମହାନ୍ତି, ନୃସିଂହ ଚରଣ ରାଉଳ, ରବୀନ୍ଦ୍ର ପଣ୍ଡା, ଈଶ୍ୱର ପଣ୍ଡା, ଉମାକାନ୍ତ ପାଢ଼ୀ, ଦେବେନ୍ଦ୍ର ପଣ୍ଡା, ତୁଳସୀ, ମାଳତୀ, ରେବତୀ ଓ ସାବିତ୍ରୀ ପ୍ରମ୍ମୁଖ ପରିଚାଳନା କରିବା କ୍ଷେତ୍ରରେ ସକ୍ରିୟ ସହଯୋଗ କରିଥିଲେ | ଏଥି ସହିତ ବିବଂଗତ ଆତ୍ମାର ସଦଗତି କାମନା ନିମନ୍ତେ ଗୀତାଯଂଜ୍ଞ ଓ ବହୁ କବିକବୟିତ୍ରୀ ମାନଙ୍କ ଦ୍ୱାରା ସ୍ମୃତିକବିତା ପାଠ କରାଯାଇଥିଲା | ଶେଷରେ ସାମ୍ବାଦିକ ଧ୍ରୁବଚରଣ ମହାପାତ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ |

Leave a Reply

Your email address will not be published. Required fields are marked *