କନକପୁର ମେଡିକାଲର ପର୍ମାସିଷ୍ଟ ଦୀପକ କୁମାର ଦାସଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

ରାଜ୍ୟ
Spread the love

ଝଙ୍କଡ଼  : ପ୍ରସିଦ୍ଧ ଝଙ୍କଡ଼ ସାରଳା ପୀଠ, କନକପୁର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ରେ ନିତ୍ୟ ନିରନ୍ତର ସ୍ୱାସ୍ଥ୍ୟସେବା ଯୋଗାଇ, ଏ ଅଞ୍ଚଳର ଦଶ/ବାରଟି ପଞ୍ଚାୟତର ଶହଶହ ରୋଗୀମାନଙ୍କ ପାଖରେ ଜଣେ ଉତ୍ତମ ଚିକିତ୍ସକ ଭାବରେ ଶ୍ରଦ୍ଧାଭାଜନ ହୋଇଥିବା ଫାର୍ମାସିଷ୍ଟ ଦୀପକ କୁମାର ଦାସ, ଦୀର୍ଘବର୍ଷ ପରେ ଗତ ମେ ଏକତିରିଶ ତାରିଖ ଦିନ ଅବସର ଗ୍ରହଣ କରିବା ଅବସରରେ, ଅଧିଷ୍ଠାତ୍ରୀଦେବୀ ମା ସାରଳା ଠାକୁରାଣୀ ଙ୍କ ଦର୍ଶନ ଓ ପୂଜାର୍ଚ୍ଚନା କରିଥିଲେ l ଶ୍ରୀ ଦାସ, କନକପୁର ମେଡିକାଲ ରେ 12/4/91 ରୁ 31/5/2026 ତାରିଖ ପର୍ଯ୍ୟନ୍ତ ଦୀର୍ଘ ପଇଁତିରିଶ ବର୍ଷ ଧରି ନିରବଛିନ୍ନ ଭାବରେ, ନିଜ ପରିବାର ର ସୁଖସ୍ଵାଚ୍ଛନ୍ଦ୍ୟ କୁ ପଛରେ ପକାଇ, ନିରନ୍ତର ସ୍ୱାସ୍ଥ୍ୟସେବା ଯୋଗାଇ ଆସୁଥିବାରୁ, ସବୁଦିନ ଏହି ଡାକ୍ତରଖାନା ରେ ରୋଗୀମାନଙ୍କ ଭିଡ଼ ଲାଗିରହୁଥିଲା l ତାଙ୍କର ଅବସରରେ ସ୍ଥାନୀୟ ଅଞ୍ଚଳର ଅଧିବାସୀ ମାନେ ଜଣେ ଦେବାତୁଲ୍ୟ ସ୍ୱାସ୍ଥ୍ୟସେବକ ଙ୍କୁ ବିଦାୟ ଦେଉଥିବାରୁ, ଗଭୀର ଉଦବେଗ ପ୍ରକାଶ କରିଛନ୍ତି l ଗତ ରବିବାର ସନ୍ଧ୍ୟାରେ ଶ୍ରୀଦାସ ଙ୍କୁ ଏହି ଅବସରରେ ମାଆଙ୍କ ସିଂହଦ୍ୱାର ସମ୍ମୁଖରେ ସାରଳାମନ୍ଦିରର ସମସ୍ତ ସେବାୟତ ଓ ଆଞ୍ଚଳିକ ଅଧିବାସୀ ମାନେ ମାଆଙ୍କ ଅଙ୍ଗବସ୍ତ୍ର, ଆଶୀର୍ବାଦ ମାଳ, ଓ ପ୍ରତିଛବି ଅର୍ପଣ କରି ସମ୍ମାନିତ ଓ ସମ୍ବର୍ଦ୍ଧିତ କରିଥିଲେ l ଏଥିରେ ମାଆଙ୍କ ବରିଷ୍ଠ ସେବାୟତ ଲକ୍ଷ୍ମୀଧର ମହାପାତ୍ର, ସାରଳାସଂସ୍କୃତି ଗବେଷକ ରମାକାନ୍ତ ରାଉଳ, ଯୁବସମାଜସେଵୀ ନୃସିଂହ ଚରଣ ରାଉଳ, ଗୋଲକ ଚନ୍ଦ୍ର ରାଉଳ, ବିଶ୍ୱରଂଜନ ରାଉଳ, ତ୍ରିଲୋଚନ ରାଉଳ, ନିକୁଞ୍ଜକିଶୋର ରାଉଳ, ସୁନୀଲ ମନୋହର ପଣ୍ଡା, ରମେଶ ଚନ୍ଦ୍ର ରାଉଳ, ଉମାଶଙ୍କର ରାଉଳ ଓ ସୁଧୀର ରଞ୍ଜନ ବାରିକ ପ୍ରମ୍ମୁଖ ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ରେ ସକ୍ରିୟ ଅଂଶଗ୍ରହଣ କରିଥିଲେ l

Leave a Reply

Your email address will not be published. Required fields are marked *