ଏକ୍ ପେଡ୍ ମା’ କେ ନାମ୍ ୨.୦ କାର୍ଯ୍ୟକ୍ରମର ଶୁଭାରମ୍ଭ କରି ଗଛ ଲଗାଇଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ

ଭୁବନେଶ୍ୱର ରାଜ୍ୟ
Spread the love

ଭୁବନେଶ୍ୱର,୧୭/୯: ୧୭ ସେପ୍ଟେମ୍ବର ୨୦୨୫ ରାଜ୍ୟବ୍ୟାପୀ ୭୫ ଲକ୍ଷ ଚାରାରୋପଣ ଅଭିଯାନ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ୭୫ତମ ଜନ୍ମଦିନ ଅବସରରେ ‘ଏକ୍ ପେଡ୍ ମା’ କେ ନାମ୍ ୨.୦’ ଅଭିଯାନରେ ରାଜ୍ୟବ୍ୟାପୀ ବ୍ୟାପକ ଚାରାରୋପଣ କାର୍ଯ୍ୟକ୍ରମ କରାଯାଉଛି। ଏହି ବିଶେଷ ଅଭିଯାନରେ ଯୋଡ଼ିହୋଇ ଆମ ପରିବେଶର ସୁରକ୍ଷା ପାଇଁ ଆଗେଇ ଆସିବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆହ୍ୱାନ ଦେଇଛନ୍ତି। ଏହି ଉପଲକ୍ଷେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଭୁବନେଶ୍ବର ଏକାମ୍ର କଲେଜ ପରିସରରେ ମୁଖ୍ୟମନ୍ତ୍ରୀ ‘ଏକ ପେଡ୍‌ ମାକେ ନାମ’ କାର୍ଯ୍ୟକ୍ରମର ଶୁଭାରମ୍ଭ କରି ଗଛ ଲଗାଇଛନ୍ତି। ଆଜି ସାରା ରାଜ୍ୟରେ ୭୫ ଲକ୍ଷ ବୃକ୍ଷରୋପଣ କରିବେ ସରକାର। ପୂର୍ବାହ୍ନ ୧୧ଟା ସୁଦ୍ଧା ୨୨ ଲକ୍ଷ ୯୦ ହଜାରରୁ ଊର୍ଦ୍ଧ୍ୱ ଗଛ ଲଗାଯାଇଥିବା ସୂଚନା।

ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତାଙ୍କ ୭୫ତମ ଜନ୍ମଦିନ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି। ସାଢ଼େ ଚାରିକୋଟି ଓଡ଼ିଆଙ୍କ ତରଫରୁ ପ୍ରିୟ ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦୀଜୀଙ୍କୁ ଜନ୍ମଦିନର ହାର୍ଦ୍ଦିକ ଶୁଭେଚ୍ଛା। ତାଙ୍କର ଦୀର୍ଘ, ସୁସ୍ଥ ଏବଂ ନିରାମୟ ଜୀବନ କାମନା କରିବା ସହ ସେ ଆହୁରି ଉତ୍ସାହ, ଆଗ୍ରହ ଓ କଠିନ ପରିଶ୍ରମ ସହ ଜନସେବା କରନ୍ତୁ ଏହା ହିଁ କାମନା। ମୋଦୀଜୀଙ୍କ ଜନ୍ମଦିନରେ ମହାପ୍ରଭୁ ଶ୍ରୀଜଗନ୍ନାଥ ତାଙ୍କ ଉପରେ ଆଶୀର୍ବାଦର ବର୍ଷା କରନ୍ତୁ ବୋଲି ପ୍ରାର୍ଥନା କରୁଛି।

Leave a Reply

Your email address will not be published. Required fields are marked *