ଭିଜିଲାନ୍ସ ଜାଲରେ ବରିଷ୍ଠ ରାଜସ୍ବ ସହାୟକ

ଅପରାଧ ରାଜ୍ୟ ସମ୍ବଲପୁର
Spread the love

ସମ୍ବଲପୁର,୨୪/୧୨ : ଭିଜିଲାନ୍ସ ଜାଲରେ ସମ୍ବଲପୁର ବନ୍ଦୋବସ୍ତ କାର୍ଯ୍ୟାଳୟର ବରିଷ୍ଠ ରାଜସ୍ବ ସହାୟକ( SRA)ବାସୁଦେବ ଭୋଇ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗ ପକ୍ଷରୁ ତାଙ୍କର ସମ୍ବଲପୁର ଚାରଭାଟିରେ ଥିବା ଘର, ଅଫିସ, ବରଗଡ଼ରେ ନିଜର ଏକ ଦୁଇ ମହଲା ଘର ଓ ପୈତୃକ ଘର ଆଦି ୪ଟି ସ୍ଥାନରେ ଏକସଙ୍ଗେ ଚଢ଼ାଉ ଜାରି ରହିଛି। ଭିଜିଲାନ୍ସର ୨ ଜଣ ଡିଏସ୍‌ପିଙ୍କ ନେତୃତ୍ୱରେ ୮ଜଣ ଇନସ୍ପେକ୍ଟର ଓ ଅନ୍ୟ ଅଧିକାରୀ ଚଢ଼ାଉ ଜାରି ରଖିଛନ୍ତି। ତେବେ ଘର ବନ୍ଦ କରି ଚଢ଼ାଉ ହେଉ ଥିବାରୁ ଚଢାଉରେ ଏଯାବତ୍‌ ଭିଜିଲାନ୍ସ ହାସଲ କରିଥିବା ତଥ୍ୟ ସମ୍ପର୍କରେ କୌଣସି ସୂଚନା ମିଳିନାହିଁ।

Leave a Reply

Your email address will not be published. Required fields are marked *