ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ମନୋରଞ୍ଜନ ରାଜ୍ୟ ସମ୍ବଲପୁର
Spread the love

ସମ୍ବଲପୁର, ୬/୧୨: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ ଫିଲ୍ମ ପ୍ରଡକ୍ସନ ବ୍ୟାନରରେ ପ୍ରଥମ ସମ୍ୱଲପୁରୀ ସିନେମା ‘ସୁଟ ଆଉଟ ଇନ ସୋନପୁର’ର ଶୁଭ ମହୁରତ୍‌ ଅନୁଷ୍ଠିତ ହୋଇଯାଇଛି। ଫିଲ୍ମର ପ୍ରଯୋଜକ ଡଃ ପ୍ରଭାସ ରଞ୍ଜନ ବାବୁ ଏହା ଜରିଆରେ ସିନେମା ଜଗତରେ ପାଦ ରଖିଛନ୍ତି। ଯୁବ ତଥା ପ୍ରତିଷ୍ଠିତ ନିର୍ଦ୍ଦେଶକ ଡି ଚନ୍ଦନକୁମାରଙ୍କ ନିର୍ଦ୍ଦେଶନାରେ ଏହି ସିନେମାରେ ନାୟକ ଭୂମିକାରେ ଅଭିନେତା ରାକେଶ ଦେଓ, ଖଳନାୟକ ଭୂମିକାରେ ଅଭିନୟ କରିବେ ପ୍ରମୋଦ ମିଶ୍ର ତଥା ହାସ୍ୟ ଅଭିନେତା ଯୋଗେଶ ଯୋଯୋ ଅଭିନୟ କରିଛନ୍ତି।ଗୋଷ୍ଠୀ ସଂଘର୍ଷ ଉପରେ ଆଧାରିତ କାହାଣୀର ସଂଳାପ ଲେଖୁଛନ୍ତି ବରିଷ୍ଠ ଲେଖକ ଯତୀନ୍ଦ୍ର ପ୍ରଧାନ। ଅନ୍ୟାନ୍ୟ ସମସ୍ତ କଳାକାରଙ୍କ ଉପସ୍ଥିତିରେ ଆଜି ମୁଖ୍ୟଅତିଥି ଭାବେ ଯୋଗଦେଇ ଶୁଭଶ୍ରୀ ମିଶ୍ର ନାମ ଫଳକ ଉନ୍ମୋଚନ କରିଥିଲେ। ଖୁବ୍‌ ଶୀଘ୍ର ଏହାର ସୁଟିଂ ଆରମ୍ଭ ହେବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି। ଆଜିର କାର୍ଯ୍ୟକ୍ରମକୁ ଉପସ୍ଥାପନ କରିଥିଲେ ଦେବସ୍ମିତା ସାହୁ ଏବଂ ଏହାର ପରିଚାଳନା ଦାୟିତ୍ୱ କାଳିଆ ପ୍ରଧାନ କରିଥିଲେ।

Leave a Reply

Your email address will not be published. Required fields are marked *