ବାମରା ଛାତ୍ରୀ ନିବାସରୁ ନିଖୋଜ ୩ ନାବାଳିକା କୁଚିଣ୍ଡାରୁ ଉଦ୍ଧାର

ରାଜ୍ୟ ସମ୍ବଲପୁର
Spread the love

କୁଚିଣ୍ଡା, ୨୪/୧୧: ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ ବାମରା ସ୍ଥିତ ବାଳିକା ଉଚ୍ଚ ବିଦ୍ୟାଳୟ ୧୦୦ ଶଯ୍ୟା ଛାତ୍ରୀ ନିବାସରୁ ଝାରସୁଗୁଡ଼ା ଜିଲ୍ଲା ଲାଇକେରା ଅଞ୍ଚଳର ଦଶମ ଶ୍ରେଣୀର ଜଣେ ଛାତ୍ରୀ ଓ କୁଚିଣ୍ଡା ବାମରା ଥାନା ଅଞ୍ଚଳର ଦୁଇଜଣ ନବମ ଶ୍ରେଣୀ ଛାତ୍ରୀ ନିଖୋଜ ରହିଥିଲେ। ପୁଲିସ ବିଭିନ୍ନ ସ୍ଥାନରେ ଖୋଜାଖୋଜି ପରେ ଆଜି ୨୪ ତାରିଖ ସକାଳେ ସହର ନିକଟସ୍ଥ ସାଇଡା ଠାରୁ ଉଦ୍ଧାର କରିଛନ୍ତି।

ଏସଡିପିଓ ପ୍ରଦୀପ ଦାଶ ଏ ନେଇ ତଦନ୍ତ କରୁଛନ୍ତି। ଛାତ୍ରୀମାନଙ୍କ ମେଡିକାଲ ଟେଷ୍ଟ କରାଯାଇଛି। ସେମାନେ ସୁସ୍ଥ ଅଛନ୍ତି। କିପରି ତିନି ଝିଅ ନିଖୋଜ ହେଲେ ଜଣାପଡ଼ିନାହିଁ।

ହଷ୍ଟେଲର ୱାର୍ଡେନ୍‌, ସିସିଏ, ଶିକ୍ଷୟିତ୍ରୀମାନେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଫୁଲମଣି ମାଝୀ ଏବଂ ଡବ୍ଲୁଇଓ ମନୋଜ ଶତପଥୀଙ୍କୁ ଘଟଣା ସଂପର୍କରେ ଅବଗତ କରିଥିଲେ। ନିଖୋଜ ଛାତ୍ରୀଙ୍କ ପରିବାର ଲୋକ ରାତି ୧୦ଟାରେ ବାମରା ପହଞ୍ଚିବା ପରେ ଘଟଣା ପଦାକୁ ଆସିଥିଲା। ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ମାଝୀଙ୍କ ଅନୁପସ୍ଥିତିରେ ଶିକ୍ଷୟିତ୍ରୀ ପୂଜା ମାଝୀ ଥାନାରେ ଛାତ୍ରୀ ନିଖୋଜ ସଂପର୍କିତ ଲିଖିତ ଅଭିଯୋଗ କରିଥିଲେ। ଗୋବିନ୍ଦପୁର ଥାନା ଅଧିକାରୀ ରାଜେନ୍ଦ୍ର ବେହେରା, ଇନ୍‌ସପେକ୍ଟର ଆଶିଷ ପ୍ରଧାନ, ଏସ୍ଆଇ ଶକ୍ତିଧର ରାଉତ ପ୍ରମୁଖ ତନାଘନା ଆରମ୍ଭ କରିଛନ୍ତି। ଛାତ୍ରୀଙ୍କ ଗୋଟିଏ ମୋବାଇଲ ଫୋନ୍‌ ସହ ଆଖପାଖରେ ଲାଗିଥିବା ସିସିଟିଭି କ୍ୟାମେରା ଫୁଟେଜ୍‌ ଯାଞ୍ଚ ଚାଲିଛି। ଏ ନେଇ ହଷ୍ଟେଲ ୱାର୍ଡେନ୍ ଏବଂ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ପଚାରିବାରୁ ଘଟଣାଟି ସତ ବୋଲି କହିବା ସହ ପ୍ରକୃତ କାରଣ ଜଣାନାହିଁ ବୋଲି କହିଥିଲେ। ତେବେ ଛାତ୍ରୀମାନେ କାହିଁକି ଓ କେଉଁ ପରିସ୍ଥିତିରେ ହଷ୍ଟେଲରୁ ଫେରାର ହୋଇଗଲେ ତାହା ଏବେ ଚର୍ଚ୍ଚାର ବିଷୟ ହୋଇଛି।

Leave a Reply

Your email address will not be published. Required fields are marked *