କେନ୍ଦ୍ରାପଡ଼ାରେ ଗୁଳି କାଣ୍ଡ: ଅଳ୍ପକେ ବର୍ତ୍ତିଲେ ଯୁବ ଇଞ୍ଜିନିୟର‌

ଅପରାଧ କେନ୍ଦ୍ରାପଡ଼ା ରାଜ୍ୟ
Spread the love

କେନ୍ଦ୍ରାପଡ଼ା, ୨୪/୧୧: କେନ୍ଦ୍ରାପଡ଼ା ସଦର ଥାନା ‘ଗରାପୁର ଦି ପ୍ୟାଲେସ୍‌’ ପଛପଟେ ଗୁଳିକାଣ୍ତ ଘଟିଛି। ନିଶାସକ୍ତ ଅବସ୍ଥାରେ ଜଣେ ଦୁର୍ବୃତ୍ତ ଦାନା ନେ କହି ଜଣେ ଯୁବ ଇଞ୍ଜିନିୟରଙ୍କୁ ଗୁଳିମାଡ଼ କରିଛି। ତେବେ ଗୁଳିଟି ଲକ୍ଷ୍ୟଭ୍ରଷ୍ଟ ହେଇଯିବାରୁ ବିଏସ୍‌ଏନ୍‌ଏଲ୍‌ରେ କାର୍ଯ୍ୟରତ ଏହି ଯୁବ ଇଞ୍ଜିନିୟର ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଗୁଳିମାଡ଼ କରିଥିବା ଯୁବକ ଜଣକ ଗରାପୁର ହନୁମାନ ମନ୍ଦିର ଛକ ଅଞ୍ଚଳର ଶିବପ୍ରସାଦ ସାହୁ ବୋଲି ଜଣାପଡ଼ିଛି। ଅଭିଯୁକ୍ତକୁ କାବୁ କରିବାକୁ ଯାଇ ଇଞ୍ଜିନିୟର ଓ ତାଙ୍କ ମା’ ଆହତ ହୋଇଛନ୍ତି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହତ ମା’ ଓ ପୁଅଙ୍କୁ ଉଦ୍ଧାର କରି ଜିଲ୍ଲା ହସ୍ପିଟାଲ୍‌ରେ ଭର୍ତ୍ତି କରିଛି। ଗୁଳିମାଡ଼ ପଛର ପ୍ରକୃତ କାରଣ ଜଣାପଡ଼ିନଥିବା ବେଳେ ପୂର୍ବ ବିବାଦରୁ ଏଭଳି ଘଟିଥାଇପାରେ ବୋଲି ପୁଲିସ ସନ୍ଦେହ କରୁଛି।

Leave a Reply

Your email address will not be published. Required fields are marked *